Posted inଜାତୀୟ

କଂଗ୍ରେସ ସହିତ ମିଶିବୁନି: ୨୦୨୪ ନିର୍ବାଚନ ପୂର୍ବରୁ ଅକାଳୀଦଳ-ଜେଡିଏସ ଏନଡିଏରେ ଯୋଗଦେବା ସଙ୍କେତ…

ଅମୃତସର,୬।୬ : ଦୀର୍ଘ ଦିନ ଧରି ପଞ୍ଜାବରେ କ୍ଷମତାରେ ଥିବା ଶିରୋମଣି ଅକାଳୀ ଦଳ (ଏସଏଡି) ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)କୁ ଫେରିପାରେ ବୋଲି ଚର୍ଚ୍ଚା ହେଉଛି। ଅପରେଶନ ବ୍ଲୁ ଷ୍ଟାରର ବାର୍ଷିକ ଉତ୍ସବରେ ଅକାଳୀ ନେତା ନେତା ଭାଜପା ସହିତ ଯିବାକୁ ସୂଚାଇ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଏସଏଡିର ମହେଶିନ୍ଦର ସିଂ ଗ୍ରେୱାଲ କହିଛନ୍ତି ଦଳ ଆଦୌ କଂଗ୍ରେସ ସହ ଯିବ ନାହିଁ।

ଅପରେଶନ ବ୍ଲୁ ଷ୍ଟାର ଯୋଗୁ ଆମେ କଂଗ୍ରେସ ସହ ଯାଇ ପାରିବୁ ନାହିଁ। ସହଯୋଗୀ ଦଳମାନଙ୍କୁ ଉଚିତ ସମ୍ମାନ ଦିଆଯିବା ଉଚିତ ସିଦ୍ଧାନ୍ତରେ ଯଦି ଭାଜପା ଆସେ ତେବେ ରାଜନୀତିରେ କିଛି ଅସମ୍ଭବ ନୁହେଁ। ୩ ଟି କୃଷି ଆଇନ ପ୍ରସଙ୍ଗରେ ଏସଏଡି ୨୦୨୦ରେ ଏନଡିଏରୁ ବାହାରି ଯାଇଥିଲା। ୧୯୯୭ ପରଠାରୁ ଏସଏଡି କ୍ରମାଗତ ଭାବରେ ଭାଜେପା ସହିତ ଥିଲା। ତେବେ କୃଷକଙ୍କ ଆନ୍ଦୋଳନ ସମୟରେ ଦଳ ଭାଜପାକୁ ଦୃଢ଼ ବିରୋଧ କରିଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତ ପରେ ଏସଏଡି ଏବଂ ଭାଜପା ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବାରେ ଲାଗିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ହା ପ୍ରକାଶ ସିଂ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପଞ୍ଜାବ ଯାଇଥିଲେ। ଏହି ସମୟରେ ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ ଭାବପ୍ରବଣ ଲେଖା ଲେଖିଥିଲେ। ସେ କହିଥିଲେ ବାଦଲଙ୍କ ଦେହାନ୍ତ ପରେ ସେ ଜଣେ ପିତା ତୁଲ୍ୟ ବ୍ୟକ୍ତିଙ୍କୁ ହରାଇଛନ୍ତି ଯିଏ ତାଙ୍କୁ ଦଶନ୍ଧି ଧରି ରାସ୍ତା ଦେଖାଇଥିଲେ।

ଏହି ସମୟରେ କର୍ନାଟକ ନିର୍ବାଚନରେ ତୃତୀୟ ବୃହତ୍ତମ ଦଳ ହୋଇଥିବା ଜନତା ଦଳ (ଧର୍ମନିରପେକ୍ଷ) (ଜେଡିଏସ) ମଧ୍ୟ ଭାଜପା ସହ ଏକାଠି ହେବାକୁ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ନୂଆ ସଂସଦ ଭବନର ଉଦଘାଟନୀ ଉତ୍ସବରେ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ ସମ୍ମୁଖ ଆସନରେ ବସିଥିବାର ଦେଖାଯାଇଥିଲା।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା କାର୍ଯ୍ୟକ୍ରମ ମଧ୍ୟରେ ଜେଡିଏସ ମୁଖ୍ୟ ଏଚଡି ଦେବ ଗୌଡାଙ୍କ ମନ୍ତବ୍ୟ ଭାଜପା ସହ ଯିବାର ସବୁଜ ସଙ୍କେତ ଦେଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କହିଛନ୍ତି। ସେ କହିଛନ୍ତି ଏପର୍ଯ୍ୟନ୍ତ କୌଣସି ମିଳିତ ମଞ୍ଚ ଉପରେ ଦଳ ନିଷ୍ପତ୍ତି ନେଇ ନାହଁି। ଅପରପକ୍ଷରେ ୧୨ରୁ ଅଧିକ ଦଳ ଓଡ଼ିଶା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ଜେଡିଏସ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।

ଦେବ ଗୌଡା କହିଛନ୍ତି, ରେଳମନ୍ତ୍ରୀ କ୍ଷୟକ୍ଷତିର ଆକଳନ ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏହାର ତଦନ୍ତ ଶୀଘ୍ର ଶେଷ ହେଉ। ମନ୍ତ୍ରୀ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏବଂ ଏହି ପର୍ଯ୍ୟାୟରେ ତାଙ୍କ ଇସ୍ତଫା ମାଗିବା ବୁଦ୍ଧିମାନ ନୁହେଁ। ଡାଙ୍କ ଏହି ବିବୃତ୍ତିକୁ ଭାଜପା ପ୍ରତି ଏକ ସକାରାତ୍ମକ ସଙ୍କେତ ଭାବରେ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?