Posted inଜାତୀୟ

ଏନଇଆରଏଫ ତାଲିକାରେ ଏହି ସ୍ଥାନରେ ରହିଲା ଜେଏନୟୁ, ପୂର୍ବଭଳି ମାଡ୍ରାସ ଆଇଆଇଟ ଏକ ନମ୍ବର

ନୂଆଦିଲ୍ଲୀ,୬।୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୋମବାର ନାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଂ ଫ୍ରେମଓ୍ବାର୍କ(ଏନଇଆରଏଫ) ୨୦୨୩ ଘୋଷଣା କରିଛି। ତେବେ ର଼୍ୟାଙ୍କିଂରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି ମାଡ୍ରାସ) ପୁଣିଥରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।

ଗତ ବର୍ଷ ୨୦୨୨ ର଼୍ୟାଙ୍କିଂରେ ଆଇଆଇଟି ମାଡ୍ରାସ ମଧ୍ୟ ପ୍ରଥମ ସ୍ଥାନରେ ଥିଲା। ଆଇଆଇଏସସି ବେଙ୍ଗାଲୁରୁ ପୁଣି ଥରେ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟରେ ଆଇଆଇଟି ଦିଲ୍ଲୀ, ଚତୁର୍ଥରେ ଆଇଆଇଟି ବମ୍ବେ ଏବଂ ପଞ୍ଚମରେ ଆଇଆଇଟି କାନପୁର ରହିଛି।

ସବୁ ଅନୁଷ୍ଠାନ ମଧ୍ୟରୁ ଟପ୍‌ ୧୦ ତାଲିକାରେ ୭ଟି ଆଇଆଇଟି ରହିଛି। ଏଥିସହ ୨ଟି ବିଶ୍ୱବିଦ୍ୟାଳୟ ଆଇଆଇଏସସି ବେଙ୍ଗାଲୁରୁ, ଜେଏନୟୁ ଦିଲ୍ଲୀ ଏବଂ ଏକ ମେଡିକାଲ କଲେଜ ଏମ୍ସ ଦିଲ୍ଲୀ ଟପ୍‌ ୧୦ରେ ସ୍ଥାନ ପାଇଛି।

ତେବେ ଏହି ଅନୁଷ୍ଠାନଗୁଡିକୁ ର଼୍ୟାଙ୍କିଂ କରୁଥିବା ଏନଆଇଆରଏଫ୍‌ ବିଷୟରେ ଜାଣିଛନ୍ତି କି? ଏହାର ପୁରା ନାମ ନାଶନାଲ ଇନଷ୍ଟିଚ୍ୟୁଟ ଅଫ ର଼୍ୟାଙ୍କିଂ ଫ୍ରେମୱାର୍କ। ସାରା ଦେଶରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ ସେଗୁଡିକର ପ୍ରଦର୍ଶନ ଅନୁସାରେ ଏନଆଇଆରଏଫ ସେମାନଙ୍କୁ ର଼୍ୟାଙ୍କିଂ କରିଥାଏ।

ଏନଆଇଆରଏଫ ୨୦୧୬ରେ ଆରମ୍ଭ ହୋଇଥିଲା। ୨୦୧୬ ପୂର୍ବରୁ ଘରୋଇ ଏଜେନ୍ସି କିମ୍ବା ମିଡିଆ ଦ୍ୱାରା ଦେଶରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକୁ ର଼୍ୟାଙ୍କିଂ କରାଯାଉଥିଲା।

ତେବେ ପୂର୍ବରୁ ଭାରତର କୌଣସି ଅନୁଷ୍ଠାନ ବିଶ୍ୱର ଟପ୍‌-୨୦୦ କିମ୍ବା ୩୦୦ର ର଼୍ୟାଙ୍କିଂରେ ନ ଥିଲା। ଏହି ର଼୍ୟାଙ୍କିଂ କ୍ୱିଉଏସ ୱାଲର୍‌ଡ ୟୁନିଭରସିଟି କିମ୍ବା ଟାଇମ୍ସ ହୟର ଏଜୁକେଶନ ଦ୍ୱାରା କରାଯାଉଥିଲେ େoହଁ ଭାରତର କୌଣସି ବି ଅନୁଷ୍ଠାନ ଏଥିରେ ସ୍ଥାନ ପାଇପାରୁ ନ ଥିଲା।
ଏଜେନ୍ସିଗୁଡିକ ଦ୍ୱାରା ରଖାଯାଇଥିବା କ୍ରାଏଟେରିଆ କିମ୍ବା ମନୋନୀତ ଲୋକଙ୍କ ଧାରଣା ଉପରେ ର଼୍ୟାଙ୍କିଂ କରାଯାଉଥିଲା। ତେବେ ଏହାକୁ ଧ୍ୟାନରେ ରଖି ୨୦୧୫ରେ ନିଜସ୍ବ ଅନୁଷ୍ଠାନର ର଼୍ୟାଙ୍କିଂ କରିବା ପାଇଁ ଭାରତ ସରକାର ନୂଆ ନିଷ୍ପତ୍ତି ନେଇଥିଲେ। ଯାହାଦ୍ୱାରା ସେ ନିଜ ଦେଶରେ ଥିବା ଅନୁଷ୍ଠାନଗୁଡିକୁ ର଼୍ୟାଙ୍କିଂ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?