ହାଜାରେ ନୁହେଁ, ନିର୍ଭୟା

ମେକ୍ସିକୋର ମିଚୋଆକାନ ରାଜ୍ୟର ଉରୁଆପାନ୍‌ ମେୟର କାର୍ଲୋସ ଅଲବେର୍ଟୋ ମାଞ୍ଜୋ ରୋଡ୍ରିଗେଜ୍‌ଙ୍କୁ ୧୫ ନଭେମ୍ବରରେ ହତ୍ୟା କରାଯିବା ପରେ ସେହି ଦେଶରେ ‘ଜେନ୍‌ ଜି’ ଆନ୍ଦୋଳନ ବିରାଟ ରୂପ ଧାରଣ କରିଛି। ଦେଶବ୍ୟାପୀ ବିକ୍ଷୋଭକାରୀ ହିଂସା, ଅପରାଧ, ଦୁର୍ନୀତି ବିରୋଧରେ ପ୍ରତିବାଦ କରୁଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ନିକଟ ଅତୀତରେ ନେପାଳ ଓ ମାଡଗାସ୍‌କରରେ ‘ଜେନ୍‌ ଜି’ଙ୍କ ବିକ୍ଷୋଭ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ୧୯୯୭ରୁୁ ୨୦୧୨ ଯାଏ ଜନ୍ମିତ ଯୁବଗୋଷ୍ଠୀ ‘ଜେନ୍‌ ଜି’ ଭାବେ ପରିଚିତ। ସେମାନେ ଅସମାନତା, ଗଣତାନ୍ତ୍ରିକ ପତନ ଓ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରି ନେପାଳରେ ପ୍ରଧାନମନ୍ତ୍ରୀଙ୍କୁ ହଟାଇ ଦେବା ସହ ମାଡ୍‌ଗାସକରରେ ରାଷ୍ଟ୍ରପତିଙ୍କୁ ବିଦା କରିବାରେ ସକ୍ଷମ ହେଲେ। ‘ଜେନ୍‌ ଜି’ ଭଳି କୌଣସି ସ୍ବତନ୍ତ୍ର ଆଖ୍ୟା ପାଇ ନ ଥିଲେ ମଧ୍ୟ ୨୦୨୩ରେ ଶ୍ରୀଲଙ୍କା ଓ ୨୦୨୪ରେ ବାଂଲାଦେଶରେ ଯୁବଗୋଷ୍ଠୀ ଅନ୍ୟାୟ ବିରୋଧରେ ରାସ୍ତାକୁ ଆସି ପ୍ରତିବାଦ କରିବାରୁ ସେଠାକାର ସରକାର ଗଡ଼ିଗଲେ। ବିଶ୍ୱର ଯେଉଁ ଗଣତାନ୍ତ୍ରିକ ରାଷ୍ଟ୍ରର ନେତାମାନେ ଭାବୁଛନ୍ତି ଯେ, ସେମାନଙ୍କ ଦେଶରେ ‘ଜେନ୍‌ ଜି’ ବିପ୍ଳବ କିଛି ପ୍ରଭାବ ପକାଇବନାହିଁ, ବୈଶ୍ୱିକ ସ୍ଥିତିକୁ ଦେଖିଲେ ସମ୍ଭବତଃ ସେହି ଚିନ୍ତାଧାରା ଭୁଲ୍‌ ପ୍ରମାଣିତ ହୋଇପାରେ। କାରଣ ଏହି ବର୍ଗ ଏକ ସ୍ବଚ୍ଛ ବ୍ୟବସ୍ଥା, ଔଦ୍ୟୋଗିକ ପରିବେଶ ସୃଷ୍ଟି ସହ କର୍ମସଂସ୍ଥାନର ପରିସର ବ୍ୟାପକ ହେବା ସହିତ ଜନମଙ୍ଗଳ ଦିଗରେ ଅଭିପ୍ରେତ ଏକ ସରକାର ଦେଖିବାକୁ ଚାହାନ୍ତି। ନାଗରିକଙ୍କ ଅଧିକାର ଛଡ଼ାଇ ନେଇ ନିଜେ ପୁଷ୍ଟ ହେବାକୁ ଚାହୁଁଥିବା ରାଜନେତା ଓ ଅମଲାତନ୍ତ୍ରୀଙ୍କୁ ଏହି ବର୍ଗ ସହ୍ୟ କରିବେ ନାହିଁ ବୋଲି ନେପାଳ ବିକ୍ଷୋଭରୁ ଜଣାପଡ଼ିଥିଲା।
‘ଜେନ୍‌ ଜି’ ବିଷୟରେ ଏଇ କିଛି ମାସ ହେବ ଯେଉଁଭଳି ଆଲୋଚନା ହେଉଛି ଦେଖିବାକୁ ଗଲେ ସେଭଳି ବିପ୍ଳବ ପୂର୍ବରୁ ଭାରତରେ ଅନୁଷ୍ଠିତ ହୋଇଯାଇଛି। ତାହାକୁ କେହି ଗୋଟିଏ ଯୁବ ବର୍ଗ ମଧ୍ୟରେ ସୀମିତ ରଖି ନ ଥିବାରୁ ତାହାର ନାମକରଣ ହୁଏତ କରାଯାଇପାରିଲା ନାହିଁ। ୨୦୧୨ରେ ନିର୍ଭୟା ଘଟଣା ଯୋଗୁ ତାତି ଯାଇଥିବା ଯୁବପିଢ଼ି ହିଁ ‘ଜେନ୍‌ ଜି’ର ମୂଳଦୁଆ ପକାଇଥିଲେ ବୋଲି କୁହାଯାଇପାରେ। ସମସ୍ତେ ଭାବିଲେ ଯେ, ଦେଶବ୍ୟାପୀ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସମର୍ଥନରେ ୨୦୧୧ରେ ଆନ୍ନା ହାଜାରେଙ୍କ ନେତୃତ୍ୱାଧୀନ ‘ଲୋକପାଳ’ ଆନ୍ଦୋଳନ ନିକିତିିକୁ ଏକପାଖିଆ କରିଦେଇଥିଲା। କିନ୍ତୁ ଯେଉଁମାନେ ସେହି ସମୟକୁ ମନେ ପକାଇପାରିବେ ସେମାନଙ୍କ ପାଇଁ ନିର୍ଭୟା ବଳାତ୍କାର ଓ ହତ୍ୟା ପରେ ଦିଲ୍ଲୀରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ସ୍ପଷ୍ଟ ଜଣାପଡ଼େ। ୨୦୧୨ ଡିସେମ୍ବର ୧୬ରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ଓ ଶେଷରେ ତାଙ୍କ ଜୀବନ ଚାଲିଯିବା ଘଟଣା ଭାରତୀୟଙ୍କ ବିବେକକୁ ଦୋହଲାଇ ଦେଇଥିଲା। ପ୍ରତିବାଦ କରିବା ଲାଗି ଦେଶର ପ୍ରତି କୋଣଅନୁକୋଣରେ ଯୁବବର୍ଗ ମାତି ଉଠିଥିଲେ। ନିଜ ଦେଶ ଭିତରେ ଅସୁରକ୍ଷିତ ଅନୁଭବ କରୁଥିବା ଯୁବ ନାଗରିକଙ୍କୁ କୌଣସି ରାଜନୈତିକ ନେତା କିମ୍ବା ସଙ୍ଗଠନର ସହଯୋଗ ବା ସମ୍ପୃକ୍ତି ସେହି ବିକ୍ଷୋଭରେ ନ ଥିଲା। ଯୁବବର୍ଗ ସ୍ବତଃପ୍ରବୃତ୍ତ ଭାବେ ରାସ୍ତାକୁ ଆସି ସୁରକ୍ଷା ଦାବି କରିଥିଲେ। ରାଜନୀତି, ପୋଲିସ ଓ ନ୍ୟାୟ ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତିଙ୍କୁ ସେମାନେ ବିଭିନ୍ନ ମଞ୍ଚରେ ପ୍ରଶ୍ନ ପଚାରିଥିଲେ। ସେତେବେଳେ ଲକ୍ଷ୍ୟ କରାଯାଇଥିଲା କେନ୍ଦ୍ରରେ କ୍ଷମତାସୀନ କଂଗ୍ରେସ ସରକାରର ମନ୍ତ୍ରୀମାନେ ଦିଲ୍ଲୀରେ ନିର୍ଭୟା ପ୍ରତିବାଦକାରୀଙ୍କ ବିଶାଳତାକୁ ଦେଖି ଡରି ଯାଇଥିଲେ। ଏପରିକି କୌଣସି ବିରୋଧୀ ଦଳର ନେତା ବିକ୍ଷୋଭକାରୀଙ୍କ ସହିତ ଭେଟିବାର ସତ୍‌ସାହସ କରି ନ ଥିଲେ। ଅର୍ଥାତ୍‌ ସେହି ବିକ୍ଷୋଭ ରାଜନେତା ଓ ରାଜନୀତିଠାରୁ ବହୁ ଊର୍ଦ୍ଧ୍ୱକୁ ଚାଲିଯାଇଥିଲା। ପୂର୍ବାପେକ୍ଷା ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଢେର ବଢ଼ିଯାଇଛି। ଏଭଳି ପ୍ରଚ୍ଛଦପଟରେ କୌଣସି କ୍ଷମତାସୀନ ବ୍ୟକ୍ତି, ସଙ୍ଗଠନ କିମ୍ବା ସରକାର ନିଜକୁ ସୁରକ୍ଷିତ ମନେକରିବା ଉଚିତ ନୁହେଁ। ଜନସାଧାରଣଙ୍କ ସମସ୍ୟା ସହିତ ଜଡ଼ିତ ନ ଥିଲେ ବିସ୍ଫୋରଣ କେଉଁ ମୁହୂର୍ତ୍ତରେ ହେବ କହିବା କଷ୍ଟକର। ଦେଖିବାକୁ ଗଲେ ବିସ୍ଫୋରଣ ହେବାର ସମ୍ଭାବନା ସବୁବେଳେ ବୃଦ୍ଧି ପାଉଛି। ପୂର୍ବରୁ ଆମେ ଶୁଣି ଆସିଛେ ‘ପ୍ରଜା ମେଳିକୁ ରାଜା ପାରି ନ ଥାନ୍ତି’। ସେହି ଦୃଷ୍ଟିରୁ ଦେଖିଲେ ଯୁବବର୍ଗଙ୍କ ଅସନ୍ତୋଷର ଆଭାସ କେତେକ ଦେଶରୁ ମିଳୁଥିବାରୁ ଅବଶିଷ୍ଟ ବିଶ୍ୱ ସତର୍କ ହୋଇଯିବା ଦରକାର।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?