କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

କୁଜଙ୍ଗ,୨୪ା୯(ଡି.ଏନ୍‌.ଏ.): ସାଗରମାଳା ପ୍ରକଳ୍ପ ଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଉପକୂଳ ରାଜପଥ ୩(କ) ପାଇଁ କୁଜଙ୍ଗ ସୂଚନାକେନ୍ଦ୍ରରେ ଶୁକ୍ରବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବରରେ ପ୍ରକଳ୍ପ ପାଇଁ ଜମିହରାଇବାକୁ ଯାଉଥିବା କୁଜଙ୍ଗ ତହସିଲ ଅନ୍ତର୍ଗତ ୧୧ଟି ମୌଜା ଯଥା କୃଷ୍ଣଚନ୍ଦ୍ରପୁର, ସନ୍ତରା, ଦୁଆଡିଆ, ହସିଣା, ତାଳପଦା, ସମାଗୋଳ, ଘୋଡାମରା, ବଡଙ୍ଗ, ପାନପଲ୍ଲି, ବୌଳାଙ୍ଗ ଓ ଜାମୁକଣ ମୌଜାର ୧୦୧ ଜଣ ଜମି ମାଲିକ ଅଂଶଗ୍ରହଣ କରିଥିଲେ। ଏନେଇ ସମ୍ପୃକ୍ତ ଜମି ମାଲିକମାନେ ପୂର୍ବରୁ ଆବେଦନ କରିଥିଲେ।
ଏଥିରେ ପ୍ରକଳ୍ପ ପାଇଁ ଜମିହରାଇବାକୁ ଯାଉଥିବା କୁଜଙ୍ଗ ତହସିଲ ଅନ୍ତର୍ଗତ ୧୧ଟି ମୌଜା ଯଥା କୃଷ୍ଣଚନ୍ଦ୍ରପୁର, ସନ୍ତରା, ଦୁଆଡିଆ, ହସିଣା, ତାଳପଦା, ସମାଗୋଳ, ଘୋଡାମରା, ବଡ଼ଙ୍ଗ, ପାନପଲି, ବୌଳାଙ୍ଗ ଓ ଜାମୁକଣ ମୌଜାର ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ କରିଥିଲେ ା କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର, ଜାତୀୟ ରାଜପଥ ପ୍ରାଧୀକରଣ ରାଜସ୍ବ ଅଧିକାରୀ ଶରତ ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନ୍ୟ ଅଧିକାରୀମାନେ ଏହି ଅଭିଯୋଗଗୁଡ଼ିକୁ ଶୁଣିଥିଲେ। ଏହି ଅବସରରେ ବରିଷ୍ଠ ଶ୍ରମିକ ନେତା ନିର୍ଭୟ ସାମନ୍ତରାୟ କହିଥିଲେ, ସରକାର ପ୍ରକଳ୍ପ ପୂର୍ବରୁ ବିଭିନ୍ନ ମନଲୋଭା ପ୍ରତିଶ୍ରୁତି ଦିଅନ୍ତି ହେଲେ ପରବର୍ତ୍ତୀ ସମୟରେ ଭୁଲିଯାଆନ୍ତି ା ପାରାଦୀପ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା ଯୋଗୁ ଚାଷ ଓ ବାସ ପାଇଁ ଜମି ସଙ୍କୁଚିତ ହୋଇଗଲାଣି। ଏବେ ଉପକୂଳ ରାଜପଥ ନିମନ୍ତେ ଜମି ଦେବୁ ହେଲେ ବଜାର ଦର ଅନୁସାରେ ଉପଯୁକ୍ତ ମୂଲ୍ୟ ନ ମିଳିଲେ ଛାଡିବୁ ନାହିଁ ବୋଲି କହିଥିଲେ ା କୃଷକ ନେତା ନୂତନ ତ୍ରିପାଠୀ କହିଥିଲେ, ବର୍ତ୍ତମାନର ବଜାର ଦର ଅନୁସାରେ ଜମି ମୂଲ୍ୟାଙ୍କନ ନ ହେଲେ ଯୋଜଦାର ଆନ୍ଦୋଳନ ହେବ ା ଏ ସମ୍ପର୍କରେ କୁଜଙ୍ଗ ତହସିଲଦାର କହିଥିଲେ ଚାଷଜମି, ଘରଡିହ, କୌଣସି ନିର୍ମାଣ ଥିଲେ ଓ ବୃକ୍ଷମାନଙ୍କର ଭିନ୍ନ ଭିନ୍ନ ମୂଲ୍ୟାଙ୍କନ କରାଯାଇ କ୍ଷତିପୁରଣ ଦିଆଯିବ ା ସୂଚନାଯୋଗ୍ୟ, ସାଗରମାଳା ପ୍ରକଳ୍ପ ନିମନ୍ତେ କୁଜଙ୍ଗ ତହସିଲ ଅନ୍ତର୍ଗତ ୧୧ ମୌଜାର ୧୬୩.୭୭୧୪ହେକ୍ଟର ଜମି ଅଧିଗ୍ରହଣ କରାଯିବ ା ପ୍ରାୟ ୫୦ ଫୁଟ ଚୌଡାର ଗ୍ରୀନ ଫିଲ୍‌ଡ ରାସ୍ତା ନିର୍ମାଣ କରାଯିବ ା ପ୍ରଦ୍ୟୁଷଣ ମୁକ୍ତ ନିମନ୍ତେ ରାସ୍ତାର ଉଭୟର ପାର୍ଶ୍ୱରେ ଏକ ସବୁଜ ବଳୟ ସୃଷ୍ଟି କରାଯିବ। ଏନେଇ ଜମି ଅଧିଗ୍ରହଣ ନିମନ୍ତେ ଅଗଷ୍ଠ ୭ରେ କୁଜଙ୍ଗ ତହସିଲଦାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ଆପତ୍ତି ଅଭିଯୋଗର ଶୁଣାଣି ନିମନ୍ତେ ୨୨ ଦିନ ମଧ୍ୟରେ ଆବେଦନ କରିବା ପାଇଁ ସେଥିରେ ଉଲ୍ଲେଖ ଥିଲା। ଏହି ଆବେଦନ ଅନୁଯାୟୀ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri