Posted inଫୁରସତ

ବାଣ ନୁହଁ, ହସ ଫୁଟାଇବା

ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ସଭିଙ୍କ ମନରେ ଭରି ରହିଛି ଆନନ୍ଦ। କିଏ ଦୀପ ଓ ଭଳିକି ଭଳି ରଙ୍ଗିନ୍‌ ଆଲୋକରେ ଘର ସଜାଉଛନ୍ତି ତ ଆଉ କିଏ ବାଣ ଫୁଟାଇବାକୁ ନେଇ ବେଶ୍‌ ଉତ୍କଣ୍ଠିତ। ତେବେ ଏମିତି ବି କିଛି ଯୁବତୀଯୁବକ ଅଛନ୍ତି, ଯେଉଁମାନେ ଏସବୁ ପରିବର୍ତ୍ତେ ଏକାଠି ହୋଇ ନିରାପଦ ଦୀପାବଳି ଲାଗି ଜନସଚେତନତା ସୃଷ୍ଟି କରିବା ହେଉ ଅବା ଏହି ଖୁସି ମୁହୂର୍ତ୍ତରୁ ବଞ୍ଚତ୍ତ ହେଉଥିବା ଲୋକଙ୍କ ମୁହଁରେ ହସ ଫୁଟାଇବାରେ ସାଉଁଟୁଛନ୍ତି ଆନନ୍ଦ। ସେମାନେ ହେଉଛନ୍ତି ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍‌, ଓଡ଼ିଶାର ସଦସ୍ୟାସଦସ୍ୟମାନେ। ବ୍ରହ୍ମପୁରରୁ ଆରମ୍ଭ ହୋଇ ଦୀର୍ଘ ୯ବର୍ଷ ଧରି ରାଜ୍ୟର ୧୩ଟି ଜିଲାରେ ସେବା ଯୋଗାଇ ଦେଇ ଆସୁଛି ଏହି ସଂଗଠନ, ଯେଉଁଥିରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୭ଶହରୁ ଊର୍ଦ୍ଧ୍ୱ। ଓଡ଼ିଆଙ୍କ ପରମ୍ପରା ଓ ପର୍ବପର୍ବାଣିମାନଙ୍କରେ ଲୋକଙ୍କୁ ସଚେତନ କରାଇବା ସହ ଅନେକ ଅସହାୟ ପରିବାରଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇ କୁନି କୁନି ଶିଶୁ ବୃଦ୍ଧ ବୃଦ୍ଧାମାନଙ୍କ ମୁହଁରେ ହସ ଫୁଟାଇ ଥାଆନ୍ତି ସଦସ୍ୟମାନେ। କଟକ ଜିଲା ଫୁଲନଖରାସ୍ଥିତ ବ୍ରାହ୍ମଣଝରିଲୋରେ ରହିଛି ସଂଗଠନର ଶ୍ରୀମନ୍ଦିର ସେବାଶ୍ରମ ନାମରେ ଏକ ବୃଦ୍ଧାଶ୍ରମ। ରାସ୍ତାକଡ଼ରୁ ଅତି ଦୟନୀୟ ଅବସ୍ଥାରୁ ବୃଦ୍ଧାବୃଦ୍ଧମାନଙ୍କୁ ଉଦ୍ଧାର କରି ଆଶ୍ରମରେ ରହିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ବି ଆଲୋକର ପର୍ବ ଦୀପାବଳିକୁ ଖୁବ୍‌ ହସଖୁସିରେ ଆଶ୍ରମର ବୃଦ୍ଧ ମାଆବାପାମାନଙ୍କ ସହ ପାଳନ କରିବେ ସଂଗଠନର ସଦସ୍ୟାସଦସ୍ୟମାନେ। ସେମାନଙ୍କ ପାଇଁ ନୂତନ ବସ୍ତ୍ର, ପିଠାପଣା ସହ ପୂଜା କରିବାର ସମସ୍ତ ବ୍ୟବସ୍ଥା ମଧ୍ୟ ଆୟୋଜନ କରାଯାଇଛି। ସେଠାରେ ସଭିଏଁ ଏକାଠି ଦେଶ ଓ ରାଜ୍ୟର ମଙ୍ଗଳ ପାଇଁ ଦୀପ ଲଗାଇ ଭଗବାନଙ୍କୁ ପ୍ରାର୍ଥନା କରିବେ। ଏହାବ୍ୟତୀତ ବସ୍ତିଅଞ୍ଚଳରେ ରହୁଥିବା ଅଭାବୀ କୁନି କୁନି ପିଲାମାନଙ୍କୁ ଦୀପାବଳିରେ ଖୁସି ଦେବା ପାଇଁ ନୂତନ ବସ୍ତ୍ର, ଶୀତବସ୍ତ୍ର, ଚପଲ ଓ ସ୍କୁଲ୍‌ ବ୍ୟାଗ୍‌, ବହି ଖାତା ଓ ମିଠା ଏହିପରି ଅନେକ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri