Odisha Elections 2024
Posted inଫୁରସତ

ବାଣ ନୁହଁ, ହସ ଫୁଟାଇବା

ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ସଭିଙ୍କ ମନରେ ଭରି ରହିଛି ଆନନ୍ଦ। କିଏ ଦୀପ ଓ ଭଳିକି ଭଳି ରଙ୍ଗିନ୍‌ ଆଲୋକରେ ଘର ସଜାଉଛନ୍ତି ତ ଆଉ କିଏ ବାଣ ଫୁଟାଇବାକୁ ନେଇ ବେଶ୍‌ ଉତ୍କଣ୍ଠିତ। ତେବେ ଏମିତି ବି କିଛି ଯୁବତୀଯୁବକ ଅଛନ୍ତି, ଯେଉଁମାନେ ଏସବୁ ପରିବର୍ତ୍ତେ ଏକାଠି ହୋଇ ନିରାପଦ ଦୀପାବଳି ଲାଗି ଜନସଚେତନତା ସୃଷ୍ଟି କରିବା ହେଉ ଅବା ଏହି ଖୁସି ମୁହୂର୍ତ୍ତରୁ ବଞ୍ଚତ୍ତ ହେଉଥିବା ଲୋକଙ୍କ ମୁହଁରେ ହସ ଫୁଟାଇବାରେ ସାଉଁଟୁଛନ୍ତି ଆନନ୍ଦ। ସେମାନେ ହେଉଛନ୍ତି ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍‌, ଓଡ଼ିଶାର ସଦସ୍ୟାସଦସ୍ୟମାନେ। ବ୍ରହ୍ମପୁରରୁ ଆରମ୍ଭ ହୋଇ ଦୀର୍ଘ ୯ବର୍ଷ ଧରି ରାଜ୍ୟର ୧୩ଟି ଜିଲାରେ ସେବା ଯୋଗାଇ ଦେଇ ଆସୁଛି ଏହି ସଂଗଠନ, ଯେଉଁଥିରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୭ଶହରୁ ଊର୍ଦ୍ଧ୍ୱ। ଓଡ଼ିଆଙ୍କ ପରମ୍ପରା ଓ ପର୍ବପର୍ବାଣିମାନଙ୍କରେ ଲୋକଙ୍କୁ ସଚେତନ କରାଇବା ସହ ଅନେକ ଅସହାୟ ପରିବାରଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇ କୁନି କୁନି ଶିଶୁ ବୃଦ୍ଧ ବୃଦ୍ଧାମାନଙ୍କ ମୁହଁରେ ହସ ଫୁଟାଇ ଥାଆନ୍ତି ସଦସ୍ୟମାନେ। କଟକ ଜିଲା ଫୁଲନଖରାସ୍ଥିତ ବ୍ରାହ୍ମଣଝରିଲୋରେ ରହିଛି ସଂଗଠନର ଶ୍ରୀମନ୍ଦିର ସେବାଶ୍ରମ ନାମରେ ଏକ ବୃଦ୍ଧାଶ୍ରମ। ରାସ୍ତାକଡ଼ରୁ ଅତି ଦୟନୀୟ ଅବସ୍ଥାରୁ ବୃଦ୍ଧାବୃଦ୍ଧମାନଙ୍କୁ ଉଦ୍ଧାର କରି ଆଶ୍ରମରେ ରହିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ବି ଆଲୋକର ପର୍ବ ଦୀପାବଳିକୁ ଖୁବ୍‌ ହସଖୁସିରେ ଆଶ୍ରମର ବୃଦ୍ଧ ମାଆବାପାମାନଙ୍କ ସହ ପାଳନ କରିବେ ସଂଗଠନର ସଦସ୍ୟାସଦସ୍ୟମାନେ। ସେମାନଙ୍କ ପାଇଁ ନୂତନ ବସ୍ତ୍ର, ପିଠାପଣା ସହ ପୂଜା କରିବାର ସମସ୍ତ ବ୍ୟବସ୍ଥା ମଧ୍ୟ ଆୟୋଜନ କରାଯାଇଛି। ସେଠାରେ ସଭିଏଁ ଏକାଠି ଦେଶ ଓ ରାଜ୍ୟର ମଙ୍ଗଳ ପାଇଁ ଦୀପ ଲଗାଇ ଭଗବାନଙ୍କୁ ପ୍ରାର୍ଥନା କରିବେ। ଏହାବ୍ୟତୀତ ବସ୍ତିଅଞ୍ଚଳରେ ରହୁଥିବା ଅଭାବୀ କୁନି କୁନି ପିଲାମାନଙ୍କୁ ଦୀପାବଳିରେ ଖୁସି ଦେବା ପାଇଁ ନୂତନ ବସ୍ତ୍ର, ଶୀତବସ୍ତ୍ର, ଚପଲ ଓ ସ୍କୁଲ୍‌ ବ୍ୟାଗ୍‌, ବହି ଖାତା ଓ ମିଠା ଏହିପରି ଅନେକ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ମନାକଲେ, ଆଉ ବ୍ଲଗ୍‌ କରିବିନି

ଇସ୍‌ଲାମାବାଦ: ପାକିସ୍ତାନର ବେଶ୍‌ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍‌ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ...

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri