ପୁରସ୍କାର ପରେ ପରିଷ୍କାର ନାହିଁ

ଅନୁଗୋଳ ଅଫିସ,୧୮ା୧୧ – ସ୍ବଚ୍ଛ ପରିବେଶ ସହ ଅନ୍ୟ ଉନ୍ନତିକର କାର୍ଯ୍ୟ ପାଇଁ ଗତବର୍ଷ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା କାୟାକଳ୍ପ ପୁରସ୍କାର। ମୋଟ୍‌ ୯୩ ନମ୍ବର ରଖି ରାଜ୍ୟର ଅନ୍ୟ ଜିଲାକୁ ଅନୁଗୋଳ ପଛରେ ପକାଇ ଦେଇଥିଲା। ହେଲେ ପୁରସ୍କାର ବାବଦକୁ ମିଳିଥିବା ରାଶି ଏଯାଏ କର୍ମଚାରୀ ପାଇ ନ ଥିବା ବେଳେ ଅନ୍ୟ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ କରାଯାଇ ନାହିଁ। ଏପରି କି କାୟାକଳ୍ପ ଟିମ୍‌ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ କାର୍ଯ୍ୟରେ ଲଗାଯାଇ ନାହିଁ। ଆସନ୍ତାବର୍ଷ ପାଇଁ ଅନୁଧ୍ୟାନ କରିବାକୁ କାୟାକଳ୍ପ ଟିମ୍‌ ଖୁବ୍‌ଶୀଘ୍ର ଅନୁଗୋଳ ମେଡିକାଲ ଆସିବ ବୋଲି ସୂଚନା ପାଇବା ପରେ ଏବେ ସ୍ବଚ୍ଛତା ଦିଗରେ ଧ୍ୟାନ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି।
୨୦୧୯-୨୦ ବର୍ଷରେ କାୟାକଳ୍ପର ସମସ୍ତ ମାନଦଣ୍ଡ ପୂରଣ କରୁ ନ ଥିଲେ ମଧ୍ୟ ଅନ୍ୟ ସମସ୍ତ ଜିଲା ଠାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଆଗରେ ରହିଥିଲା। ଫାଇନାଲରେ କଳାହାଣ୍ଡି ଜିଲାକୁ ପଛରେ ପକାଇ ଅନୁଗୋଳ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଗତ ଫବୃୟାରୀ ୨୯ରେ ରାଜ୍ୟ ସରକାର ଏ ନେଇ ଘୋଷଣା କରିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। କାରଣ ପୁରସ୍କାର ବାବଦ ୫୦ ଲକ୍ଷ ଟଙ୍କାରୁ ୧୧ ଲକ୍ଷ ୬୪ ହଜାର ଟଙ୍କା ଏଡିଏମ୍‌ଓ (ମେଡିକାଲ) ଟିମ୍‌ ସଦସ୍ୟଙ୍କୁ ମିଳିବାର ନିୟମ ରହିଛି। କିନ୍ତୁ ପୁରସ୍କାର ଘୋଷଣାର ୮ ମାସ ପରେ ବି ପ୍ରୋତ୍ସାହନ ରାଶି ଅଦ୍ୟାବଧି କର୍ମଚାରୀଙ୍କୁ ମିଳିପାରି ନାହିଁ। ସେହିପରି ଅବଶିଷ୍ଟ ୩୫ ଲକ୍ଷ ଟଙ୍କା ମେଡିକାଲର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଲାଗିବା କଥା। କିନ୍ତୁ ତାହା ମଧ୍ୟ ହୋଇପାରି ନାହିଁ। ଏଥିସହ ଜଳ ସଂରକ୍ଷଣ, ଭର୍ଣ୍ଣିଂ କମ୍ପୋଷ୍ଟ (ସାଧାରଣ ଆବର୍ଜନାରେ ଜିଆ ଛାଡ଼ି ଖତ ପ୍ରସ୍ତୁତ କରିବା), ବିଜୁଳି ସଂରକ୍ଷଣ ପାଇଁ ସୋଲାର ପଦ୍ଧତି ଆପଣାଇବାକୁ ଦିଆଯାଇଥିବା ପରାମର୍ଶ କାର୍ଯ୍ୟକାରୀ କରାଯାଇ ନାହିଁ। ଏ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ୨୦୨୦-୨୧ ବର୍ଷ ପାଇଁ ଅନୁଧ୍ୟାନ କରିବାକୁ କାୟାକଳ୍ପ ଟିମ୍‌ ନିକଟରେ ମେଡିକାଲ ଆସିବ ବୋଲି ଏଡିଏମ୍‌ଓ(ମେଡିକାଲ)ଙ୍କୁ ଆଗୁଆ ଖବର ମିଳିସାରିଲାଣି। କିନ୍ତୁ କର୍ମଚାରୀଙ୍କ ମଧ୍ୟରେ ପୂର୍ବଭଳି ଉତ୍ସାହ ଦେଖାଯାଉ ନାହିଁ। କାୟାକଳ୍ପ ଟିମ୍‌ ମୁଖ୍ୟତଃ ସ୍ବଚ୍ଛତା ଉପରେ ଧ୍ୟାନ ଦେଉଥିବାବେଳେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ବେଡସିଟ୍‌ର ମାନ ଅନୁଧ୍ୟାନ କରିଥାଏ। ଏଥିସହ ସ୍ବଳ୍ପ ଖର୍ଚ୍ଚରେ କିଭଳି ଉନ୍ନତି କାର୍ଯ୍ୟ କରାଯାଇଛି, ପରିସରକୁ କିପରି ସ୍ବଚ୍ଛ ରଖାଯାଇଛି ତାହା ଦେଖି ନମ୍ବର ପ୍ରଦାନ କରିଥାଏ। କିନ୍ତୁ ଏ ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଏଯାଏ ପଦକ୍ଷେପ ନେଇ ନ ଥିବାରୁ ଆସୁଥିବା ଟିମ୍‌ କେତେ ନମ୍ବର ଦେବ ତାହା ମେଡିକାଲରେ ଚର୍ଚ୍ଚାର ବିଷୟ ହୋଇଛି।
କର୍ମଚାରୀଙ୍କ ମନୋବଳ ଭାଙ୍ଗିଯାଉଛି
କାୟାକଳ୍ପରେ ପ୍ରଥମସ୍ଥାନ ଅଧିକାର କରିଲୁ। କିନ୍ତୁ ଆଜି ପର୍ଯ୍ୟନ୍ତ ଆମକୁ ପ୍ରୋତ୍ସାହନ ରାଶି ମିଳିନାହିଁ। ତେଣୁ କର୍ମଚାରୀଙ୍କ ମନୋବଳ ଭାଙ୍ଗିଯାଉଛି। ଏବେ ପୁଣି କାୟାକଳ୍ପ ଟିମ୍‌ ଆସିବ ବୋଲି ଶୁଣିବାକୁ ମିଳୁଛି। ପ୍ରୋତ୍ସାହନ ରାଶି ପାଇଥିଲେ ସମସ୍ତେ ଉତ୍ସାହିତ ହୋଇ କାର୍ଯ୍ୟ କରିଥାନ୍ତେ।
-ମହେଶ ବେହେରା, ସଭାପତି, ସଫେଇ କର୍ମଚାରୀ ସଂଘ
କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଦାୟୀ
କର୍ମଚାରୀ ଖୁସି ରହିଲେ ମେଡିକାଲରେ ରୋଗୀଙ୍କୁ ଉତ୍ତମ ସେବା ମିଳିବ। କିନ୍ତୁ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳି ନ ଥିବାରୁ ଚଳିତବର୍ଷ ସ୍ବଚ୍ଛତା କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ। ଯଦି ଅନୁଧ୍ୟାନ ପରେ ଜିଲା ପଛରେ ରୁହେ ତା’ହେଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଥିପାଇଁ ଦାୟୀ ରହିବେ।
-ସୁବୋଧ କୁମାର ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ସ୍ବଚ୍ଛତା ମାନସିକ ଭାବେ ସୁସ୍ଥ ରଖେ
ମେଡିକାଲର ପରିବେଶ ଯେତେ ସ୍ବଚ୍ଛ ଓ ସୁସ୍ଥ ରହିବ ରୋଗୀମାନେ ସେତେଶୀଘ୍ର ଆରୋଗ୍ୟଲାଭ କରିବେ। ପରିଷ୍କାର ପରିଚ୍ଛନ୍ନ ମାନସିକ ଭାବେ ରୋଗୀଙ୍କୁ ସୁସ୍ଥ କରିଦିଏ। ତେଣୁ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ଧ୍ୟାନ ଦେଇ ପଦକ୍ଷେପ ନେବା ଉଚିତ।
-ଅଭୟ କୁମାର ରାୟ, ବୁଦ୍ଧିଜୀବୀ, ଅନୁଗୋଳ
ସଫେଇ ଉପରେ ଦୃଷ୍ଟି ଦିଆଯିବ
ଗତବର୍ଷ ଜିଲା ପ୍ରଥମ ସ୍ଥାନ ଅଧିକାର କରିଥିଲେ ମଧ୍ୟ ପୁରସ୍କାର ରାଶି ଗତ ଅକ୍ଟୋବର ମାସରେ ଆସିଛି। ତେଣୁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ କର୍ମଚାରୀଙ୍କ ଡାଟା ବେସ୍‌ ପ୍ରସ୍ତୁତ କରାଯାଉଛି। ଚଳିତମାସ ଶେଷ ସପ୍ତାହରେ ସେମାନଙ୍କୁ ତାହା ପ୍ରଦାନ କରାଯିବ। ସ୍ବଚ୍ଛତାକୁ ନେଇ ଉଠୁଥିବା ପ୍ରଶ୍ନର ଅନୁଧ୍ୟାନ କରାଯିବ।
-ଡା. ଦିଲୀପ ପଟ୍ଟନାୟକ, ଭାରପ୍ରାପ୍ତ ସିଡିଏମ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri