ଫ୍ୟାଶନରେ ନୋଜ୍‌ ପିନ୍‌

ବର୍ତ୍ତମାନ ବିଭିନ୍ନ ପ୍ରକାର ନୋଜ ପିନ୍‌ ଲଗାଇବା ଅନେକଙ୍କ ପାଇଁ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ ସାଜିଛି। ଟ୍ରାଡିଶନାଲ୍‌ ଠାରୁ ମଡର୍ନ ପର୍ଯ୍ୟନ୍ତ ବିଭିନ୍ନ ଗେଟ୍‌ଅପ୍‌ ଅନୁଯାୟୀ ଗ୍ରାହକଙ୍କ ଡିମାଣ୍ଡକୁ ଆଖିଆଗରେ ରଖି ଭଳିକି ଭଳି ଡିଜାଇନ୍‌ର ନୋଜ୍‌ ପିନ୍‌ ମଧ୍ୟ ମାର୍କେଟ୍‌ରେ ଉପଲବ୍ଧ। ଯଦି ଆପଣ ବି ଟ୍ରେଣ୍ଡି ଲୁକ୍‌ ପାଇଁ ଏହାକୁ ଟ୍ରାଏ କରିବେ ଭାବୁଛନ୍ତି, ତେବେ ଜାଣି ରଖନ୍ତୁ ଟିପ୍ସ…

ସିମ୍ପଲ୍‌ ଏବଂ ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ନାକର ଗୋଟିଏ ପାଖରେ ଛୋଟ ଗୋଲ୍ଡ ବଲ୍‌ କିମ୍ବା ଡାଇମଣ୍ଡ ନୋଜ୍‌ ପିନ୍‌ ଟ୍ରାଏ କରନ୍ତୁ ଏବଂ ଅନ୍ୟ ପାଖ ଫାଙ୍କା ରଖନ୍ତୁ।
ବିଭିନ୍ନ ପ୍ରକାର ନୋଜ୍‌ ଅର୍ଣ୍ଣାମେଣ୍ଟ ଭିତରେ ନୋଜ୍‌ ରିଂ ହୁପ୍‌ର ଡିମାଣ୍ଡ ସବୁଠୁ ଅଧିକ। ଏହା ଟ୍ରାଡିଶନାଲ୍‌ରୁ ମଡର୍ଣ୍ଣ ପର୍ଯ୍ୟନ୍ତ ସବୁ ପ୍ରକାର ଗେଟ୍‌ଅପ୍‌ ସହ ମ୍ୟାଚ୍‌ କରିଥାଏ। ଆପଣ ଚାହିଁଲେ ଡ୍ରେସ୍‌ର କଲର ସହିତ ମ୍ୟାଚ୍‌ କରି ବିଡ୍‌, କ୍ରିଷ୍ଟାଲ୍‌, ବ୍ଲାକ୍‌ ମେଟାଲ୍‌, କୁନ୍ଦନ ଭଳି ନୋଜ୍‌ ରିଂ ହୁପ୍‌ ପିନ୍ଧିପାରିବେ।
ସେହିପରି ବର୍ତ୍ତମାନ ଅନେକଙ୍କୁ ନୋଜ ବ୍ରିଜ୍‌ ପିଅର୍ସିଂ କରାଉଥିବା ଦେଖିବାକୁ ମଳୁଛି। ଏଥିରେ ନାକର ଉପର ଭାଗ ବା ଦୁଇ ଆଖିର ମଝିରେ ଥିବା ନାକରେ ଫୁଟାଯାଇ ନୋଜ୍‌ ଅର୍ନାମେଣ୍ଟ ଲଗା ଯାଇଥାଏ। ଯଦି ଆପଣଙ୍କୁ ଓ୍ବେଷ୍ଟର୍ଣ୍ଣ ଆଉଟ ଫିଟ୍‌ ସହିତ ବୋଲ୍ଡ ଲୁକ୍‌ ପସନ୍ଦ ତେବେ ନୋଜ ବ୍ରିଜ୍‌ରେ ଷ୍ଟାଇଲିସ୍‌ ପିନ୍‌ ଲଗାଇବା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ।
ସେହି ପରି ଆପଣ ଆଣ୍ଟିକ୍‌ କିମ୍ବା ଷ୍ଟଡ଼େଡ୍‌ ନୋଜ୍‌ ପିନ୍‌ ବି ବ୍ୟବହାର କରିପାରିବେ। ଷ୍ଟୋନ୍‌ ଏବଂ ପର୍ଲ ନୋଜ୍‌ ପିନ୍‌ ବା ଷ୍ଟଡ୍‌ ମଧ୍ୟ ବର୍ତ୍ତମାନ ଖୁବ୍‌ ଡିମାଣ୍ଡରେ ରହିଛି।
ଡିଫରେଣ୍ଟ ଏବଂ ଟ୍ରେଣ୍ଟି ଲୁକ୍‌ ପାଇଁ ସ୍ପେକ୍ଟ୍ରମ୍‌ ପିଅର୍ସିଂ କରିପାରିବେ। ଏଥିରେ ନାକର ମଝିରେ ଛୋଟ ରିଂ କିମ୍ବା ଓଠ ଆଡ଼କୁ ସାମାନ୍ୟ ଝୁଲିଥିବା ରିଂ ଲଗାଇ ପାରିବେ। ସେଥିରେ ପର୍ଲ, ଷ୍ଟୋନ୍‌ କିମ୍ବା ଗୋଲ୍ଡ ବଲ୍‌ ଆଦି ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri