ଫ୍ୟାଶନରେ ନୋଜ୍‌ ପିନ୍‌

ବର୍ତ୍ତମାନ ବିଭିନ୍ନ ପ୍ରକାର ନୋଜ ପିନ୍‌ ଲଗାଇବା ଅନେକଙ୍କ ପାଇଁ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ ସାଜିଛି। ଟ୍ରାଡିଶନାଲ୍‌ ଠାରୁ ମଡର୍ନ ପର୍ଯ୍ୟନ୍ତ ବିଭିନ୍ନ ଗେଟ୍‌ଅପ୍‌ ଅନୁଯାୟୀ ଗ୍ରାହକଙ୍କ ଡିମାଣ୍ଡକୁ ଆଖିଆଗରେ ରଖି ଭଳିକି ଭଳି ଡିଜାଇନ୍‌ର ନୋଜ୍‌ ପିନ୍‌ ମଧ୍ୟ ମାର୍କେଟ୍‌ରେ ଉପଲବ୍ଧ। ଯଦି ଆପଣ ବି ଟ୍ରେଣ୍ଡି ଲୁକ୍‌ ପାଇଁ ଏହାକୁ ଟ୍ରାଏ କରିବେ ଭାବୁଛନ୍ତି, ତେବେ ଜାଣି ରଖନ୍ତୁ ଟିପ୍ସ…

ସିମ୍ପଲ୍‌ ଏବଂ ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ନାକର ଗୋଟିଏ ପାଖରେ ଛୋଟ ଗୋଲ୍ଡ ବଲ୍‌ କିମ୍ବା ଡାଇମଣ୍ଡ ନୋଜ୍‌ ପିନ୍‌ ଟ୍ରାଏ କରନ୍ତୁ ଏବଂ ଅନ୍ୟ ପାଖ ଫାଙ୍କା ରଖନ୍ତୁ।
ବିଭିନ୍ନ ପ୍ରକାର ନୋଜ୍‌ ଅର୍ଣ୍ଣାମେଣ୍ଟ ଭିତରେ ନୋଜ୍‌ ରିଂ ହୁପ୍‌ର ଡିମାଣ୍ଡ ସବୁଠୁ ଅଧିକ। ଏହା ଟ୍ରାଡିଶନାଲ୍‌ରୁ ମଡର୍ଣ୍ଣ ପର୍ଯ୍ୟନ୍ତ ସବୁ ପ୍ରକାର ଗେଟ୍‌ଅପ୍‌ ସହ ମ୍ୟାଚ୍‌ କରିଥାଏ। ଆପଣ ଚାହିଁଲେ ଡ୍ରେସ୍‌ର କଲର ସହିତ ମ୍ୟାଚ୍‌ କରି ବିଡ୍‌, କ୍ରିଷ୍ଟାଲ୍‌, ବ୍ଲାକ୍‌ ମେଟାଲ୍‌, କୁନ୍ଦନ ଭଳି ନୋଜ୍‌ ରିଂ ହୁପ୍‌ ପିନ୍ଧିପାରିବେ।
ସେହିପରି ବର୍ତ୍ତମାନ ଅନେକଙ୍କୁ ନୋଜ ବ୍ରିଜ୍‌ ପିଅର୍ସିଂ କରାଉଥିବା ଦେଖିବାକୁ ମଳୁଛି। ଏଥିରେ ନାକର ଉପର ଭାଗ ବା ଦୁଇ ଆଖିର ମଝିରେ ଥିବା ନାକରେ ଫୁଟାଯାଇ ନୋଜ୍‌ ଅର୍ନାମେଣ୍ଟ ଲଗା ଯାଇଥାଏ। ଯଦି ଆପଣଙ୍କୁ ଓ୍ବେଷ୍ଟର୍ଣ୍ଣ ଆଉଟ ଫିଟ୍‌ ସହିତ ବୋଲ୍ଡ ଲୁକ୍‌ ପସନ୍ଦ ତେବେ ନୋଜ ବ୍ରିଜ୍‌ରେ ଷ୍ଟାଇଲିସ୍‌ ପିନ୍‌ ଲଗାଇବା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ।
ସେହି ପରି ଆପଣ ଆଣ୍ଟିକ୍‌ କିମ୍ବା ଷ୍ଟଡ଼େଡ୍‌ ନୋଜ୍‌ ପିନ୍‌ ବି ବ୍ୟବହାର କରିପାରିବେ। ଷ୍ଟୋନ୍‌ ଏବଂ ପର୍ଲ ନୋଜ୍‌ ପିନ୍‌ ବା ଷ୍ଟଡ୍‌ ମଧ୍ୟ ବର୍ତ୍ତମାନ ଖୁବ୍‌ ଡିମାଣ୍ଡରେ ରହିଛି।
ଡିଫରେଣ୍ଟ ଏବଂ ଟ୍ରେଣ୍ଟି ଲୁକ୍‌ ପାଇଁ ସ୍ପେକ୍ଟ୍ରମ୍‌ ପିଅର୍ସିଂ କରିପାରିବେ। ଏଥିରେ ନାକର ମଝିରେ ଛୋଟ ରିଂ କିମ୍ବା ଓଠ ଆଡ଼କୁ ସାମାନ୍ୟ ଝୁଲିଥିବା ରିଂ ଲଗାଇ ପାରିବେ। ସେଥିରେ ପର୍ଲ, ଷ୍ଟୋନ୍‌ କିମ୍ବା ଗୋଲ୍ଡ ବଲ୍‌ ଆଦି ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri