Categories: ଖେଳ

ନର୍ଥଇଷ୍ଟ ୟୁନାଇଟେଡ୍‌-ଏଟିକେ ମୋହନବାଗାନ ମ୍ୟାଚ ଅମୀମାଂସିତ

ବାମ୍ବୋଲିମ୍‌, ୭ା୩: ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଶନିବାର ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ଏବଂ ଏଟିକେ ମୋହନବାଗାନ ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ ଫୁଟ୍‌ବଲର ପ୍ରଥମ ଲେଗ୍‌ ସେମିଫାଇନାଲ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ଡେଭିଡ୍‌ ଓ୍ବିଲିୟମ୍ସ ୩୪ତମ ମିନିଟ୍‌ରେ ଗୋଲ ସ୍କୋର କରି ପ୍ରଥମେ ଏଟିକେ ମୋହନବାଗାନକୁ ଅଗ୍ରଣୀ କରାଇଥିଲେ। ହେଲେ ଖେଳର ୯୪ତମ ମିନିଟ୍‌ରେ ବିପକ୍ଷ ଦଳର ଇଦ୍ରିସା ସିଲା ସାଥୀ ଖେଳାଳି ଲୁଇସ୍‌ ମାଚାଡୋସଙ୍କ ହେଡରକୁ ଗୋଲରେ ପରିଣତ କରି ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା।

Share