ପତଳା ହୋଇଗଲେଣି କ୍ରୁର ଶାସକ

ପ୍ୟୋଙ୍ଗୟାଙ୍ଗ୍‌,୩୦।୧୨: ଉତ୍ତର କୋରିଆର କ୍ରୁର ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜ ଅଜବ ନିୟମ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। କିଛି ଦିନ ତଳେ ୧୧ ଦିନ ପାଇଁ ଦେଶର ନାଗରିକ ହସିବା, କାନ୍ଦିବା, ଶପିଂ କରିବା ଏବଂ ମଦ ପିଇବା ଉପରେ କିମ୍‌ ପ୍ରତିବନ୍ଧକ ଲଗାଇଥିଲେ। ତାଙ୍କ ପିତା କିମ୍‌ ଜୋଙ୍ଗ ଇଲଙ୍କ ମୃତ୍ୟୁ ୧୦ମ ବାର୍ଷିକୀ ପାଇଁ ସେଠାକାର ଲୋକଙ୍କୁ ଉପରେ ଏପରି ପ୍ରତିବନ୍ଧକ ଲଗାଯାଇଥିଲା। ନିକଟରେ କିମ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ କିମ୍‌ ଆଗ ଅପେକ୍ଷା ଅଧିକ ପତଳା ହୋଇଯାଇଛନ୍ତି।
ଉତ୍ତର କୋରିଆର କୋରିୟନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ ଏଜେନ୍ସି(କେସିଏନଏ) ଦ୍ୱାରା କିମ୍‌ଙ୍କ ପତଳା ହେବାର ଫଟୋ ଡିସେମ୍ବର ୨୮ରେ ଜାରି କରାଯାଇଥିଲା। ଏହି ଫଟୋରେ କିମ୍‌ ରୁଲିଂ ଓ୍ବାର୍କର୍ସ ପାର୍ଟିର ସେଣ୍ଟ୍ରାଲ୍‌ କମିଟିର ମିଟିଂ ସମୟରେ ପତଳା ଦେଖାଯାଉଥିଲେ। ସେ ପ୍ରାୟ ୪୦ ପାଉଣ୍ଡ୍‌ ଓଜନ କମ କରିଦେଇଛନ୍ତି।
ସରକାରୀ ଅଧିକାରୀଙ୍କ ମୁତାବକ,କିମ୍‌ ଜୋଙ୍ଗ ଦେଶରେ ଖାଦ୍ୟାଭାବ ଯୋଗୁ କମ୍‌ ଖାଦ୍ୟ ଖାଉଛନ୍ତି। ଦେଶର ପରିସ୍ଥିତି ନ ସୁଧୁରିବା ଯାଏ ସେ ଦେଶର ଲୋକଙ୍କୁ ମଧ୍ୟ କମ୍‌ ଖାଇବାକୁ ଅପିଲ୍‌ କରିଛନ୍ତି। ଏହାସହ କିମ୍‌ ସମ୍ପୂର୍ଣ୍ଣ ସୁ୍‌ସ୍ଥ ଥିବା କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲଦଣ୍ଡ

ଇସଲାମାବାଦ,୮।୪: ଜମାତ-ଉଦ-ଦାଓ୍ବା ମୁଖ୍ୟ, କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କୁ ଲାଗିଛି ଶକ୍ତ ଧକ୍କା। ଆତଙ୍କବାଦ ସହ ଜଡ଼ିତ...

ଗୋଟିଏ ଦିନରେ ରୁଷ୍‌ରେ ୧୦ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ

ମସ୍କୋ,୩।୫: ରୁଷ୍‌ରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ଏଠାରେ ୧୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମସ୍କୋରେ କରୋନା ସଂକ୍ରମିତଙ୍କ...

ବାଂଲାଦେଶର ରୋହିଙ୍ଗ୍ୟା ଶିବିରରେ ବଢୁଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା

ଢାକା,୨୭।୧୨: ବାଂଲାଦେଶରେ ଶରଣ ନେଇଥିବା ରୋଗିଙ୍ଗ୍ୟାଙ୍କ ମଧ୍ୟରେ ଏବେ ଏଚ୍‌ଆଇଭି ଓ ଅନ୍ୟ ଯୌନ ରୋଗ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ହେଲା...

ଥରିଲା ଗ୍ରୀସ୍‌

ଆଥେନ୍ସ,୨୯ା୧୨: ଗ୍ରୀସ୍‌ର ଦକ୍ଷିଣ ଦ୍ୱୀପ କ୍ରିଟ୍‌ରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା। ରିପୋର୍ଟ ଅନୁଯାୟୀ, ଭୂକମ୍ପ ଯୋଗୁ...

ଜାତୀୟ ଚୁମ୍ବନ ଦିବସ: ୧୦ସେକେଣ୍ଡର ୮୦ ନିୟୁତ ଅଣୁଜୀବ ଚୁମ୍ବନରେ ହୋଇଥାନ୍ତି ସଂକ୍ରମିତ

ଲଣ୍ଡନ,୬।୭: ଜୁଲାଇ ୬ରେ ବ୍ରିଟେନ୍‌ରେ ଜାତୀୟ ଚୁମ୍ବନ ଦିବସ ପାଳିତ ହୋଇଥାଏ। ଏଠାରେ ଗତ ୧୪ ବର୍ଷ ଧରି ଏହା ପାଳିତ ହେଉଛି। ସ୍ନେହ ଓ...

ପିଟସ୍‌ବର୍ଗ ପାର୍ଟିରେ ଗୁଳି: ୨ ନିହତ, ୯ ଆହତ

ଓ୍ବାଶିଂଟନ୍‌, ୧୮ା୪: ଆମେରିକାର ପେନସିଲଭାନିଆସ୍ଥିତ ପିଟସ୍‌ବର୍ଗର ଏକ ଭଡ଼ାଘରେ ଶନିବାର ବିଳମ୍ବିତ ରାତିରେ ପାର୍ଟି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଛି। ଏଥିରେ ୨ ନାବାଳକ ନିହତ ଓ...

ଆମେରିକାରେ ଗୋଟିଏ ଦିନରେ ୧୦ ଲକ୍ଷ ସଂକ୍ରମିତ

ୱାଶିଂଟନ,୬ ।୧: ଆମେରିକାରେ ବୁଧବାର ଗୋଟିଏ ଦିନରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ଓ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଛି ।...

ଗାଈ ଆଲିଙ୍ଗନ ପାଇଁ ୨୦୦ ଡଲାର…

ଓ୍ବାଶିଂଟନ,୩୧।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସାମାଜିକ ଦୂରତା ଯୋଗୁ ପରସ୍ପର ମଧ୍ୟରେ ସାକ୍ଷାତ୍‌ ହେବା ସମ୍ଭବ ହେଉନାହିଁ। ଆମେରିକାରେ ଏବେ ଗାଈ...

Advertisement
Archives

Model This Week