ନୋରାଙ୍କ ନୂଆ କାର୍‌

ମୁମ୍ବାଇ: ୨୦୨୦ ମସିହା ସମଗ୍ର ବିଶ୍ୱବାସୀଙ୍କୁ ନାନା ଦୁଃଖ ଓ ଯନ୍ତ୍ରଣା ଦେଇଛି ବୋଲି ଆଲୋଚନା ହେଉଛି । ହେଲେ ଏହି ୨୦୨୦ ଯିବା ବେଳକୁ ଲୋକେ ଭ୍ୟାକେଶନ ମାଧ୍ୟମରେ ନିଜର ଷ୍ଟ୍ରେସ୍ କମ୍ କରୁଥିବା ଦେଖାଯାଇଛି । କେବଳ ସେତିକି ନୁହେଁ କେତେଜଣ ନୂଆ ନୂଆ ଜିନିଷ କ୍ରୟ କରି ମଧ୍ୟ ଖୁସି ମନାଉଛନ୍ତି । ବଲିଉଡ୍ ସେଲିବ୍ରିଟି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ପରେ ଏବେ ଏଥିରେ ସାମିଲ ହୋଇଛନ୍ତି ନୋରା ଫତେହି । ଏହି କାନାଡିଆନ ଅଭିନେତ୍ରୀ ନିଜ ଡ୍ୟାନ୍ସ ମୁଭ୍‌ସକୁ ନେଇ ଦର୍ଶକଙ୍କୁ ଦିୱାନା କରୁଥିବା ବେଳେ ଏବେ ସେ କିଣିଛନ୍ତି ଏକ ନୂଆ କାର୍ । ବିଏମ୍‌ଡବ୍ଲୁ ସିଡାନ ୫ ସିରିଜର ଏକ କାର୍‌କୁ ନୋରା ଘରକୁ ଆଣି ଖୁବ୍ ଖୁସି ହୋଇଥିବା ଦେଖାଯାଇଛି । ନୋରା ଡ୍ୟାନ୍ସରେ ଯେତିକି ରୁଚି ରଖନ୍ତି ନୂଆ ନୂଆ କାର୍ ଚଢିବାକୁ ମଧ୍ୟ ସେତିକି ପସନ୍ଦ କରନ୍ତି । ଏହାପୂର୍ବରୁ ତାଙ୍କ ନିକଟରେ ମର୍ସିଡିଜ ବେଞ୍ଜ ମଧ୍ୟ ରହିଛି । ଏବେ ନୋରା ବିଏମ୍ ଡବ୍ଲୁ ୫ ସିରିଜର ଯେଉଁ କାର୍ କିଣିଛନ୍ତି ତା’ର ମୂଲ୍ୟ ରହିଛି ୫୫.୪୦ ଲକ୍ଷ ଟଙ୍କାରୁ ୬୮.୩୯ ମଧ୍ୟରେ । ନୋରା ତାଙ୍କ ନୂଆ କାର୍ କିଣିବା ପରେ ବିଏମ୍‌ଡବ୍ଲୁ ଇଣ୍ଡିଆର ଅଫିସିୟାଲ ସାଇଟରେ ନୋରାଙ୍କ ଫଟୋ ଇନଷ୍ଟାଗାମରେ ଶେୟାର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀତମଙ୍କ ନୂଆ ଅବତାର

ଅଭିନେତା ଶ୍ରୀତମ ଦାସ ଖୁବ୍‌ ଶୀଘ୍ର ଦର୍ଶକଙ୍କ ସାମ୍‌ନାକୁ ଏକ ନୂଆ ଅବତାରରେ ଆସୁଛନ୍ତି। ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ମିତାଲି ଅପା’ର ଟାଇଟଲ ଭୂମିକାରେ...

ମୋ ଭାଇ ମୃତ୍ୟୁର ଫାଇଦା ନ ଉଠାଯାଉ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ। ଦୀର୍ଘ ଦିନ ଧରି ଅନୁସନ୍ଧାନ ଏବଂ ତଦନ୍ତ ସତ୍ତ୍ୱେ ମୃତ୍ୟୁ ସହ ଜଡିତ...

ଶାହରୁଖଙ୍କ ଜନ୍ମଦିନରେ ୫ ହଜାର କରୋନା କିଟ୍‌ ଦାନ କରିବେ ପ୍ରଶଂସକ

ବଲିଉଡର କିଙ୍ଗ ଖାନ ଶାହରୁଖ ଆଜି ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଦିନ କେବଳ ଶାହରୁଖଙ୍କ ପାଇଁ ନୁହେଁ ତାଙ୍କ ପ୍ରଶଂସକଙ୍କ ପାଇଁ...

‘ପୁଷ୍ପା’ ଫିଲ୍ମ ଗୀତ ନୁହେଁ, ଏହି ଗୀତରେ ନାଚି ସମସ୍ତଙ୍କ ହୃଦୟ ଜିତିଲେ ଅଲ୍ଲୁ ଅର୍ଜୁନଙ୍କ କୁନି ଝିଅ

ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ସୁପରଷ୍ଟାର ହୋଇଯାଇଛନ୍ତି। ସାଧାରଣ ଯୁବକମାନଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମକୁ ପସନ୍ଦ...

ଆଉ ନାହାନ୍ତି ବନରାଜ ଭାଟିଆ

ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତର ଜଣାଶୁଣା ସଙ୍ଗୀତଜ୍ଞ ବନରାଜ ଭାଟିଆଙ୍କ ଶୁକ୍ରବାର ସକାଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ...

୬୧ ବର୍ଷରେ ବଲିଉଡର ‘ଖଳନାୟକ

ବମ୍ବେ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ହାପି ବାଲା ବର୍ଥ ଡେ। ଫିଲ୍ମ ରକିରୁ ସଞ୍ଜୁବାବା ନିଜର କ୍ୟାରିୟର ଆରମ୍ଭ କରି ସଫଳତାର ଶୀର୍ଷରେ...

ଆହତ ହେଲେ ଟାଇଗର!

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫ ଏବେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ...

ଜେଲରେ ଅସୁସ୍ଥ ହୋଇପଡ଼ିଲେ ଅଭିନେତ୍ରୀ: ଅଶ୍ଲୀଳ ଭିଡିଓ ଅପଲୋଡ କରି ହୋଇଥିଲେ ଗିରଫ

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ଟିଭି ଅଭିନେତ୍ରୀ ଗହନା ବରିଷ୍ଠ ଭାୟଖଲା ଜେଲରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜେଲ ଡାକ୍ତରଖାନାରେ ଭର୍ତ୍ତି...

Advertisement
Archives

Model This Week