ଆଶ୍ରମ ବିଦ୍ୟାଳୟରେ ଅଣ ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା: ଭୟରେ ପିଲାଙ୍କୁ ନେଇଯାଉଛନ୍ତି ଅଭିଭାବକ

ନୂଆପଡ଼ା,୧୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଗୁରୁବାର ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଅଣ ଆଦିବାସୀ ଛାତ୍ର ବେକରେ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି। ମୃତକ ହେଲେ ଖଡିଆଳ ବ୍ଲକ ବଡମହେଶ୍ୱର ଗାଁର ଅଶ୍ୱିନୀ ବାଗ (୧୪)। ଏହି ଘଟଣାକୁ ନେଇ ଭୟଭୀତ ହୋଇପଡିଥିବା କେତେଜଣ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରକୁ ନେଇଯାଉଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ବୁଧବାର ରାତିରେ ଆଶ୍ରମର ସବୁ ଛାତ୍ରୀଛାତ୍ର ଖାଇ ହଷ୍ଟେଲରେ ଶୋଇଥିଲେ। ରାତି ପ୍ରାୟ ୧୦ଟା ସମୟରେ ଅଶ୍ୱିନୀ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ମହୁଲ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ହଷ୍ଟେଲର ଡମ୍ବରୁ ମାଝି ଏହା ଦେଖି ବିଦ୍ୟାଳୟର ସମସ୍ତ ଛାତ୍ର ଓ ଶିକ୍ଷକଙ୍କୁ ଜଣାଇଥିଲେ। ଖବର ପାଇ ଶିକ୍ଷକ ଓ ଛାତ୍ରମାନେ ଅଶ୍ୱିନୀଙ୍କୁ ଗଛରୁ ଉଦ୍ଧାର କରି ତରବୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତରବୋଡ ଫାଣ୍ଡି ଅଧିକାରୀ ଗୌରୀଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କିଭଳି ଜଣେ ଅଣ ଆଦିବାସୀ ଛାତ୍ର ଆଡ୍‌ମିଶନ ହୋଇ ହଷ୍ଟେଲରେ ରହି ପାଠ ପଢୁଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣା ପରେ ଅଭିଭାବକମାନେ ଭୟରେ ନିଜ ପିଲାଙ୍କୁ ଘରକୁ ନେଇ ଆସୁଛନ୍ତି। ଏହି ବିଦ୍ୟାଳୟରେ ୩୮୧ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଖବର ଲେଖାହେବା ସୁଦ୍ଧା ୨ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଘରକୁ ଯାଇଥିବା ଜଣାପଡିଛି। ଏତେସବୁ ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ବିଭାଗୀୟ ଅଧିକାରୀ ସ୍କୁଲରେ ଉପସ୍ଥିତ ନାହାନ୍ତି। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ଶିକ୍ଷକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ଆଲୋଚନାର ନିଷ୍କର୍ଷ ଅନୁଯାୟୀ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟରେ ଛାଡିବେ କିମ୍ବା ଘରକୁ ନେଇଯିବେ ତାହା ଜଣାପଡିବ। ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କୁ ପଚାରିବାରୁ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri