ବଟି ଆଦାୟ ଅଣାୟତ୍ତ

ଯାଜପୁର ଅଫିସ,୨୪ା୩: ଯାଜପୁର ଜିଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ବ୍ୟାପକ ଦୁର୍ନୀତି ଚାଲିଛି। କର୍ମଚାରୀମାନେ ଦୀର୍ଘଦିନ ହେଲା ରହି ବେସରକାରୀ ଏଜେଣ୍ଟଙ୍କ ଜରିଆରେ ବେଆଇନ ଭାବେ ଅର୍ଥ ଆଦାୟରେ ମାତିଛନ୍ତି। ପରିବହନ ଅଧିକାରୀ ଉକ୍ତ ବେଆଇନ କାର୍ଯ୍ୟର ଭାଗୀଦାରି ସାଜିଛନ୍ତି। ଅଞ୍ଚଳବାସୀଙ୍କ ଏଭଳି ୧୭ ଦଫା ସମ୍ବଳିତ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଗତ ୨୦ ତାରିଖରେ କଟକ ପରିବହନ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି।
ଅଭିଯୋଗ ଅନୁଯାୟୀ, ଏହି ପରିବହନ କାର୍ଯ୍ୟାଳୟ ଅଧୀନରେ ହାଇୱା, ଟ୍ରକ୍‌, ଟ୍ରାକ୍ଟରରେ ଓଭରଲୋଡିଂ ମାଲ୍‌ ପରିବହନ ସୁରୁଖୁରୁରେ ହେଉଛି। ଗାଡ଼ି ମାଲିକମାନଙ୍କଠାରୁ ମାସିକ ବଟି ଆଦାୟ କରାଯାଉଛି। ଏହି ମର୍ମରେ ସ୍ଥାନୀୟ ଅଞ୍ଚଳବାସୀ ୧୩ା୨ା୨୦୨୩ରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମେତ ଷ୍ଟିଲ୍‌ ଓ ମାଇନିଂ ବିଭାଗ ସଚିବ, ଯାଜପୁର ଓ ଢେଙ୍କାନାଳ ଜିଲାପାଳ ପ୍ରମୁଖଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ଦର୍ଶାଇଥିଲେ ଯେ, ଏହି କାର୍ଯ୍ୟାଳୟରେ ଟ୍ରାଫିକ ଇନ୍ସପେକ୍ଟର ପ୍ରଦୀପ କୁମାର ପଟ୍ଟନାୟକ ୬ ବର୍ଷ, ଆସିଷ୍ଟାଣ୍ଟ ଟ୍ରାଫିକ ସବ୍‌ଇନ୍ସପେକ୍ଟର ଅଭିମନ୍ୟୁ ମହାରଣା ୪ ବର୍ଷ, କନ୍‌ଷ୍ଟେବଲ ସିପାଲିନ ପରିଡ଼ା ୮ ବର୍ଷ ଏବଂ କନ୍‌ଷ୍ଟେବଲ ସଙ୍ଗୀତା ସ୍ବାଇଁ ୫ ବର୍ଷ ହେଲା ଚାକିରି କରୁଛନ୍ତି। ଫଳରେ ଏମାନେ ସ୍ଥାନୀୟ ଏଜେଣ୍ଟ ଏବଂ ଦୁର୍ନୀତିଖୋର ପୋଲିସ ଅଧିକାରୀଙ୍କ ସହ ଭଲ ଭାବରେ ପରିଚିତ ହୋଇପାରିଛନ୍ତି। ଏହିକ୍ରମରେ ବିଭିନ୍ନ ଚଢାଉ ନୈରାଶ୍ୟଜନକ ହେଉଥିବାବେଳେ ସେମାନେ ମାସିକ ବଟି ଆଦାୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ଅଞ୍ଚଳରେ ମାଲ୍‌ ପରିବହନ ଗାଡ଼ି ସର୍ବାଧିକ ଚଳାଚଳ କରୁଛି। ଏଠାରେ ଆରଟିଓ ଭାବେ ସମ୍ବିଦ କୁମାର ଯୋଗଦେବା ପରେ ବେସରକାରୀ ଏଜେଣ୍ଟମାନେ ଆହୁରି ସକ୍ରିୟ ହୋଇଛନ୍ତି। ଆର୍‌ଟିଓଙ୍କ ନିର୍ଦ୍ଦେଶ ଅନୁସାରେ ଶିଳ୍ପାଞ୍ଚଳ ଡୁବୁରୀଠାରେ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଫିଟ୍‌ନେସ୍‌ ଓ ଟ୍ରାକ୍ସ ପେମେଣ୍ଟ ପାଇଁ କ୍ୟାମ୍ପ କରାଯାଉଛି। ଏହି କ୍ୟାମ୍ପରେ ଟ୍ରାଫିକ ଇନ୍ସପେକ୍ଟର ଏବଂ ଏମ୍‌ଭିଆଇଙ୍କ ନେତୃତ୍ୱରେ ୧୦୦ରୁ ୧୫୦ଟି ଫିଟ୍‌ନେସ୍‌ ନ ଥିବା ଟ୍ରକ ମାଲିକମାନଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଆଦାୟ ହେଉଛି। ରୋଡ୍‌ ଟ୍ୟାକ୍ସ ଓ ବୀମା ନ ଥିବା ଏବଂ ଓଭରଲୋଡିଂ ଗାଡ଼ିଗୁଡ଼ିକଠାରୁ ବଟି ଆଦାୟ କରାଯାଇ ସେଗୁଡିକୁ ଅନାୟାସରେ ଚାଲିବା ପାଇଁ ଅନୁମତି ଦିଆଯାଉଛି। ଫଳରେ ରାସ୍ତା ଖରାପ ହେବା ସହିତ ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ବହାନି ହେଉଛି। ଏହାସହ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କଠାରୁ ଏଜେଣ୍ଟଙ୍କ ଜରିଆରେ ୩ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇ ବିନା ପରୀକ୍ଷାରେ ସେମାନଙ୍କୁ ଲାଇସେନ୍ସ ଦିଆଯାଉଛି। ସେହିପରି ରାଜ୍ୟ ବାହାରର ଗାଡ଼ି ମାଲିକଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଆଦାୟ କରାଯାଉଛି। ଅଧିକାରୀ ଓ କର୍ମଚାରୀମାନେ ମାସକୁ ୧୦ ରୁ ୧୫ ଲକ୍ଷ ଟଙ୍କା ବେଆଇନ ଭାବେ ଆଦାୟ କରୁଛନ୍ତି। ତେଣୁ ଏମାନଙ୍କ ଆୟ ଉତ୍ସ ଏବଂ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆର୍‌ଟିଓ ସମ୍ବିତ କୁମାରଙ୍କୁ ପଚାରିବାରୁ ଅଭିଯୋଗର କିଛି ସତ୍ୟତା ନାହିଁ ବୋଲି କହିଛନ୍ତି। ତଦନ୍ତ ନିର୍ଦ୍ଦେଶ ପତ୍ର ପାଇବା ପରେ ସେ ଅଧିକ କିଛି କହିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri