ବଟି ଆଦାୟ ଅଣାୟତ୍ତ

ଯାଜପୁର ଅଫିସ,୨୪ା୩: ଯାଜପୁର ଜିଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ବ୍ୟାପକ ଦୁର୍ନୀତି ଚାଲିଛି। କର୍ମଚାରୀମାନେ ଦୀର୍ଘଦିନ ହେଲା ରହି ବେସରକାରୀ ଏଜେଣ୍ଟଙ୍କ ଜରିଆରେ ବେଆଇନ ଭାବେ ଅର୍ଥ ଆଦାୟରେ ମାତିଛନ୍ତି। ପରିବହନ ଅଧିକାରୀ ଉକ୍ତ ବେଆଇନ କାର୍ଯ୍ୟର ଭାଗୀଦାରି ସାଜିଛନ୍ତି। ଅଞ୍ଚଳବାସୀଙ୍କ ଏଭଳି ୧୭ ଦଫା ସମ୍ବଳିତ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଗତ ୨୦ ତାରିଖରେ କଟକ ପରିବହନ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି।
ଅଭିଯୋଗ ଅନୁଯାୟୀ, ଏହି ପରିବହନ କାର୍ଯ୍ୟାଳୟ ଅଧୀନରେ ହାଇୱା, ଟ୍ରକ୍‌, ଟ୍ରାକ୍ଟରରେ ଓଭରଲୋଡିଂ ମାଲ୍‌ ପରିବହନ ସୁରୁଖୁରୁରେ ହେଉଛି। ଗାଡ଼ି ମାଲିକମାନଙ୍କଠାରୁ ମାସିକ ବଟି ଆଦାୟ କରାଯାଉଛି। ଏହି ମର୍ମରେ ସ୍ଥାନୀୟ ଅଞ୍ଚଳବାସୀ ୧୩ା୨ା୨୦୨୩ରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମେତ ଷ୍ଟିଲ୍‌ ଓ ମାଇନିଂ ବିଭାଗ ସଚିବ, ଯାଜପୁର ଓ ଢେଙ୍କାନାଳ ଜିଲାପାଳ ପ୍ରମୁଖଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ଦର୍ଶାଇଥିଲେ ଯେ, ଏହି କାର୍ଯ୍ୟାଳୟରେ ଟ୍ରାଫିକ ଇନ୍ସପେକ୍ଟର ପ୍ରଦୀପ କୁମାର ପଟ୍ଟନାୟକ ୬ ବର୍ଷ, ଆସିଷ୍ଟାଣ୍ଟ ଟ୍ରାଫିକ ସବ୍‌ଇନ୍ସପେକ୍ଟର ଅଭିମନ୍ୟୁ ମହାରଣା ୪ ବର୍ଷ, କନ୍‌ଷ୍ଟେବଲ ସିପାଲିନ ପରିଡ଼ା ୮ ବର୍ଷ ଏବଂ କନ୍‌ଷ୍ଟେବଲ ସଙ୍ଗୀତା ସ୍ବାଇଁ ୫ ବର୍ଷ ହେଲା ଚାକିରି କରୁଛନ୍ତି। ଫଳରେ ଏମାନେ ସ୍ଥାନୀୟ ଏଜେଣ୍ଟ ଏବଂ ଦୁର୍ନୀତିଖୋର ପୋଲିସ ଅଧିକାରୀଙ୍କ ସହ ଭଲ ଭାବରେ ପରିଚିତ ହୋଇପାରିଛନ୍ତି। ଏହିକ୍ରମରେ ବିଭିନ୍ନ ଚଢାଉ ନୈରାଶ୍ୟଜନକ ହେଉଥିବାବେଳେ ସେମାନେ ମାସିକ ବଟି ଆଦାୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ଅଞ୍ଚଳରେ ମାଲ୍‌ ପରିବହନ ଗାଡ଼ି ସର୍ବାଧିକ ଚଳାଚଳ କରୁଛି। ଏଠାରେ ଆରଟିଓ ଭାବେ ସମ୍ବିଦ କୁମାର ଯୋଗଦେବା ପରେ ବେସରକାରୀ ଏଜେଣ୍ଟମାନେ ଆହୁରି ସକ୍ରିୟ ହୋଇଛନ୍ତି। ଆର୍‌ଟିଓଙ୍କ ନିର୍ଦ୍ଦେଶ ଅନୁସାରେ ଶିଳ୍ପାଞ୍ଚଳ ଡୁବୁରୀଠାରେ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଫିଟ୍‌ନେସ୍‌ ଓ ଟ୍ରାକ୍ସ ପେମେଣ୍ଟ ପାଇଁ କ୍ୟାମ୍ପ କରାଯାଉଛି। ଏହି କ୍ୟାମ୍ପରେ ଟ୍ରାଫିକ ଇନ୍ସପେକ୍ଟର ଏବଂ ଏମ୍‌ଭିଆଇଙ୍କ ନେତୃତ୍ୱରେ ୧୦୦ରୁ ୧୫୦ଟି ଫିଟ୍‌ନେସ୍‌ ନ ଥିବା ଟ୍ରକ ମାଲିକମାନଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଆଦାୟ ହେଉଛି। ରୋଡ୍‌ ଟ୍ୟାକ୍ସ ଓ ବୀମା ନ ଥିବା ଏବଂ ଓଭରଲୋଡିଂ ଗାଡ଼ିଗୁଡ଼ିକଠାରୁ ବଟି ଆଦାୟ କରାଯାଇ ସେଗୁଡିକୁ ଅନାୟାସରେ ଚାଲିବା ପାଇଁ ଅନୁମତି ଦିଆଯାଉଛି। ଫଳରେ ରାସ୍ତା ଖରାପ ହେବା ସହିତ ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ବହାନି ହେଉଛି। ଏହାସହ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କଠାରୁ ଏଜେଣ୍ଟଙ୍କ ଜରିଆରେ ୩ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇ ବିନା ପରୀକ୍ଷାରେ ସେମାନଙ୍କୁ ଲାଇସେନ୍ସ ଦିଆଯାଉଛି। ସେହିପରି ରାଜ୍ୟ ବାହାରର ଗାଡ଼ି ମାଲିକଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଆଦାୟ କରାଯାଉଛି। ଅଧିକାରୀ ଓ କର୍ମଚାରୀମାନେ ମାସକୁ ୧୦ ରୁ ୧୫ ଲକ୍ଷ ଟଙ୍କା ବେଆଇନ ଭାବେ ଆଦାୟ କରୁଛନ୍ତି। ତେଣୁ ଏମାନଙ୍କ ଆୟ ଉତ୍ସ ଏବଂ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆର୍‌ଟିଓ ସମ୍ବିତ କୁମାରଙ୍କୁ ପଚାରିବାରୁ ଅଭିଯୋଗର କିଛି ସତ୍ୟତା ନାହିଁ ବୋଲି କହିଛନ୍ତି। ତଦନ୍ତ ନିର୍ଦ୍ଦେଶ ପତ୍ର ପାଇବା ପରେ ସେ ଅଧିକ କିଛି କହିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?