ଏବେ ବାଇକ୍‌-କାର୍‌ ପାଇଁ କରିହେବ ନୋମିନି…

ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍‌ ଅବା କାର୍‌ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ କେତେକ ପରିବର୍ତ୍ତନ କରାଯାଇ ଥିବାରୁ ଏଭଳି ସୁବିଧା ଏବେ ଗାନି ମାଲିକଙ୍କୁ ମିଳିବ। ପୂର୍ବରୁ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଗାଡ଼ି ମାଲିକଙ୍କ ଓନରଶିପ୍‌ ଟ୍ରାନ୍ସଫର ଲାଗି ପରିବାର ସଦସ୍ୟଙ୍କୁ ହଇରାଣ ହେବାକୁ ପଡୁଥିଲା। ମାତ୍ର ଏବେ ଗାଡ଼ି ମାଲିକ ନୋମିନି ରଖିବେ। ଫଳରେ ଆକସ୍ମିକ ମୃତ୍ୟୁ କ୍ଷେତ୍ରରେ ଓନରଶିପ୍‌ ଟ୍ରାନ୍ସଫରରେ ଆଉ କୌଣସି ଅସୁବିଧା ହେବାର ଆଶଙ୍କା ରହିବ ନାହିଁ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରଚଳିତ ୧୯୮୯ର କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ ସଂଶୋଧନ ପାଇଁ ଅଧିସୂଚନା ଜାରି କରାଯାଇଛି। ଏହା ଅନୁସାରେ ଏଣିକି ବାଇକ୍‌ କିମ୍ବା କାର୍‌ ଚାଳକ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟରେ ନୋମିନି ରଖିପାରିବେ। ମାଲିକଙ୍କ ମୃତ୍ୟୁ ପରେ ଗାଡ଼ିର ଓନରଶିପ୍‌ ଟ୍ରାନ୍ସଫର ନୋମିନିଙ୍କ ନାମରେ ହୋଇଯିବ। ତେବେ ନୋମିନିଙ୍କୁ ନିଜର ପରିଚୟ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଗାଡ଼ି ମାଲିକଙ୍କ ମୃତ୍ୟୁ ହେବାର ୩୦ ଦିନ ମଧ୍ୟରେ ଆରଟିଓ କାର୍ଯ୍ୟାଳୟରେ ଏସମ୍ପର୍କିତ ସୂଚନା ଦାଖଲ କରିବାକୁ ପଡ଼ିବ। ଫଳରେ ୩ ମାସ ପାଇଁ ନୋମିନିଙ୍କ ନାମକୁ ଓନରଶିପ୍‌ ଟ୍ରାନ୍ସଫର ହୋଇଯିବ। ୩ ମାସ ମଧ୍ୟରେ ନୋମିନିଙ୍କୁ ଫର୍ମ ୩୧ ଦାଖଲ କରିବାକୁ ପଡ଼ିବ। ମାତ୍ର ଗାଡ଼ିର ଇଏମ୍‌ଆଇ ପୂରଣ ନ ହୋଇଥିବା କ୍ଷେତ୍ରରେ ଅବଶିଷ୍ଟ ବକେୟା ନୋମିନିଙ୍କୁ ଏକକାଳୀନ ଅବା କିସ୍ତିରେ ଦେବାକୁ ପଡ଼ିବ ତାହା ସମ୍ପୃକ୍ତ ବ୍ୟାଙ୍କ ନିର୍ଣ୍ଣୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri