ଏବେ ବାଇକ୍‌-କାର୍‌ ପାଇଁ କରିହେବ ନୋମିନି…

ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍‌ ଅବା କାର୍‌ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ କେତେକ ପରିବର୍ତ୍ତନ କରାଯାଇ ଥିବାରୁ ଏଭଳି ସୁବିଧା ଏବେ ଗାନି ମାଲିକଙ୍କୁ ମିଳିବ। ପୂର୍ବରୁ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଗାଡ଼ି ମାଲିକଙ୍କ ଓନରଶିପ୍‌ ଟ୍ରାନ୍ସଫର ଲାଗି ପରିବାର ସଦସ୍ୟଙ୍କୁ ହଇରାଣ ହେବାକୁ ପଡୁଥିଲା। ମାତ୍ର ଏବେ ଗାଡ଼ି ମାଲିକ ନୋମିନି ରଖିବେ। ଫଳରେ ଆକସ୍ମିକ ମୃତ୍ୟୁ କ୍ଷେତ୍ରରେ ଓନରଶିପ୍‌ ଟ୍ରାନ୍ସଫରରେ ଆଉ କୌଣସି ଅସୁବିଧା ହେବାର ଆଶଙ୍କା ରହିବ ନାହିଁ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରଚଳିତ ୧୯୮୯ର କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ ସଂଶୋଧନ ପାଇଁ ଅଧିସୂଚନା ଜାରି କରାଯାଇଛି। ଏହା ଅନୁସାରେ ଏଣିକି ବାଇକ୍‌ କିମ୍ବା କାର୍‌ ଚାଳକ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟରେ ନୋମିନି ରଖିପାରିବେ। ମାଲିକଙ୍କ ମୃତ୍ୟୁ ପରେ ଗାଡ଼ିର ଓନରଶିପ୍‌ ଟ୍ରାନ୍ସଫର ନୋମିନିଙ୍କ ନାମରେ ହୋଇଯିବ। ତେବେ ନୋମିନିଙ୍କୁ ନିଜର ପରିଚୟ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଗାଡ଼ି ମାଲିକଙ୍କ ମୃତ୍ୟୁ ହେବାର ୩୦ ଦିନ ମଧ୍ୟରେ ଆରଟିଓ କାର୍ଯ୍ୟାଳୟରେ ଏସମ୍ପର୍କିତ ସୂଚନା ଦାଖଲ କରିବାକୁ ପଡ଼ିବ। ଫଳରେ ୩ ମାସ ପାଇଁ ନୋମିନିଙ୍କ ନାମକୁ ଓନରଶିପ୍‌ ଟ୍ରାନ୍ସଫର ହୋଇଯିବ। ୩ ମାସ ମଧ୍ୟରେ ନୋମିନିଙ୍କୁ ଫର୍ମ ୩୧ ଦାଖଲ କରିବାକୁ ପଡ଼ିବ। ମାତ୍ର ଗାଡ଼ିର ଇଏମ୍‌ଆଇ ପୂରଣ ନ ହୋଇଥିବା କ୍ଷେତ୍ରରେ ଅବଶିଷ୍ଟ ବକେୟା ନୋମିନିଙ୍କୁ ଏକକାଳୀନ ଅବା କିସ୍ତିରେ ଦେବାକୁ ପଡ଼ିବ ତାହା ସମ୍ପୃକ୍ତ ବ୍ୟାଙ୍କ ନିର୍ଣ୍ଣୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏମ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୧୭ ଡାକ୍ତର କରୋନା ପଜିଟିଭ, ନୀତୀଶ ବି ହୋଇଥିଲେ ସାମିଲ

ପାଟନା, ୨ ।୧: ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ସତର୍କ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର...

ଆସିଲା ସେପ୍ଟେମ୍ବର ଗାଇଡ୍‌ଲାଇନ୍‌, ଏସବୁ ଉପରେ ଗୁରୁତ୍ୱ ଦେଲେ ସରକାର

ନୂଆଦିଲ୍ଲୀ,୨୮ା୮: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।  ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ...

ସ୍ବତନ୍ତ୍ର ବୁଥ୍‌ରେ ଭୋଟ ଦେଲେ ଜମ୍ମୁ-କଶ୍ମୀର ପଣ୍ଡିତ

ଉଦ୍ଧମପୁର,୨୩।୪: ସୋମବାର ସକାଳ ୭ଟାରୁ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ। ଜମ୍ମୁ-କଶ୍ମୀରର ଅଧିକାଂଶ ଅଞ୍ଚଳ ସମ୍ବେଦନଶୀଳ ଥିବା ବେଳେ...

ପ୍ରେମିକାଙ୍କୁ ଭେଟିବାକୁ ଆସି ଧରାପଡ଼ିଲେ ଯୁବକ, ଭୟରେ ସୀମାରେଖା ଡେଇଁ ପଳାଇଲେ ପାକିସ୍ତାନ; ଏବେ..

ବାର୍‌ମେର,୨୪।୧: କିଛି ଦିନ ଅନ୍ତରରେ ପ୍ରେମିକାଙ୍କୁ ଲୁଚିଛପି ଭେଟୁଥିଲେ ପ୍ରେମିକ। ଦିନେ ତାଙ୍କୁ ଭେଟିବା ପାଇଁ ଘର ପର୍ଯ୍ୟନ୍ତ ମଧ୍ୟ ଚାଲିଗଲେ। ହେଲେ ପ୍ରେମିକାଙ୍କ ଘରଲୋକ...

ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼, ଲୋକେ ଆତଙ୍କିତ

ଗୁଆହାଟି,୮ା୫: ଆସାମର ବାରପେଟା ଜିଲାରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ହଠାତ୍‌ ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।...

ମଧ୍ୟାହ୍ନଭୋଜନରେ ମୂଷା

ଲକ୍ଷ୍ନୌ, ୪ା୧୨: ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ସ୍କୁଲର ମଧ୍ୟାହ୍ନ-ଭୋଜନରେ ମଲାମୂଷା ଦେଖିବାକୁ ମିଳିଛି। ମଧ୍ୟାହ୍ନଭୋଜନ ଖାଇଥିବା ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରୁ ୯ ଜଣଙ୍କ ବାନ୍ତି...

କେନ୍ଦ୍ରକୁ ଚେତାବନି ଦେଲେ ମେହେବୁବା

ନୂଆଦିଳ୍ଲୀ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ଅକ୍ତିୟାର କରିସାରିଲାଣି । ଏବେ ଖୁବଶୀଘ୍ର ସେଠାରେ ତାଲିବାନ ସରକାର ଗଠନ କରାଯିବ ବୋଲି ଅନୁମାନ କରାଯାଉଛି...

ସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ମୁହଁ ଖୋଲିଲେ ଅମରିନ୍ଦରଙ୍କ ସ୍ତ୍ରୀ

ଚଣ୍ଡିଗଡ଼,୪।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇଯିବା ପରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ସ୍ତ୍ରୀ ତଥା ଏମ୍‌ପି ପ୍ରିନୀତି...

Advertisement
Archives

Model This Week