ସରିଲା ନାମାଙ୍କନ: ଆଗକୁ ପ୍ରଚାର

ବରଗଡ଼ ଅଫିସ୍‌,୮।୩: ବରଗଡ଼ ଜିଲାରେ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଏହାପରେ ପୌର ପରିଷଦ ଦଖଲ ପାଇଁ ସବୁଦଳଙ୍କ କସରତ ଆରମ୍ଭ ହୋଇଛି। ପଞ୍ଚାୟତ ଭୋଟ୍‌ବେଳେ ଗ୍ରାମାଞ୍ଚଳରେ ଯେଭଳି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଡେରା ପକାଇଥିଲେ ଏବେ ସବୁଦଳର ନେତା ସହର ମଧ୍ୟରେ ରହି ନିର୍ବାଚନ ରଣନୀତି ପାଇଁ ସଜବାଜ ହେଉଥିବା ପରିଲକ୍ଷିତ ହୋଇଛି। ଦଳୀୟ ନେତାଙ୍କ ବାସଭବନରୁ ଆରମ୍ଭ କରି ଦଳୀୟ କାର୍ଯ୍ୟାଳୟରେ ଭିଡ଼ ଜମୁଛି ।
ଜିଲାର ବରଗଡ଼ ମ୍ୟୁନିସିପାଲିଟି ସମତେ ବରପାଲି, ପଦ୍ମପୁର, ବିଜେପୁର ଏନ୍‌ଏସିରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ହେଉଥିବାରୁ ଏହି ପଦବୀ ହାତେଇବା ପାଇଁ ସବୁଦଳ ମଧ୍ୟରେ ଅଙ୍କକଷା ଚାଲିଛି। ଏହି କ୍ରମରେ ଦଳ ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଦିଆଯାଇଛି। ମାତ୍ର କେତେକ କ୍ଷେତ୍ରରେ ଏହି ପଦବୀ ପାଇଁ ଏକାଧିକ ଆଶାୟୀ ଥିବାବେଳେ ଦଳୀୟ ଟିକେଟ୍‌ ନ ମିଳିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ସମ୍ପୃକ୍ତ ପ୍ରାର୍ଥୀମାନେ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଏହା ସମ୍ପୃକ୍ତ ଦଳ ପାଇଁ ଅଡୁଆ ସାଜିଛି ।

ବରଗଡ଼ ମ୍ୟୁନିସିପାଲିଟି ୧୯ ୱାର୍ଡ଼କୁ ନେଇ ଗଠିତ। ବିଜେଡ଼ି ନିଜ ଗଡ଼ ଭାବେ ଏହି ମ୍ୟୁନିସିପାଲିଟିକୁ ଦୀର୍ଘ ବର୍ଷ ଧରି ଦଖଲରେ ରଖି ଆସିଛି । ଏଥର ବିଜେଡି ଏଠାରୁ ପୂର୍ବତନ ପୌର ଉପାଧ୍ୟକ୍ଷା କଳ୍ପନା ମାଝୀଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଛାଡ଼ିଛି। ସେହିପରି ଭାଜପାରୁ ଅନୁରାଧା ଅଗ୍ରୱାଲ, କଂଗ୍ରେସରୁ ତପସ୍ବିନୀ ବେହେରା, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ରୁ ଲଲି କୁମ୍ଭାର, ଆମ ଆଦ୍‌ମୀ ପାର୍ଟି(ଆପ୍‌)ରୁ ଦେବୀକା ଦେହେରୀ ନାମାଙ୍କନ ଦାଖଲ କରିଛନ୍ତି । ଏହାସହିତ ସୁସ୍ମିତା ଦାଶ, ପ୍ରୀତିକନା ମଜୁମଦାର, ଦେବୀକା ଶିକା, ମାମି ମିଶ୍ର, ରାଜକୁମାରୀ ଦାଶ, ଜ୍ୟୋତ୍ସ୍ନା ଚୌହାନ ପ୍ରମୁଖ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ପ୍ରତି ୱାର୍ଡ଼ରେ କାଉନସିଲର ପଦବୀ ପାଇଁ ଦଳୀୟ ପ୍ରାର୍ଥୀ ରହିଥିବାବେଳେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

ସେହିପରି ୧୧ୱାର୍ଡ଼ ବିଶିଷ୍ଟ ବରପାଲି ଏନ୍‌ଏସି ଏକଦା କଂଗ୍ରେସ ଦଖଲରେ ରହିଥିଲା। ତେବେ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ଏବଂ ତାଙ୍କ ସ୍ତ୍ରୀ ରୀତା ବିଜେଡ଼ିରେ ସାମିଲ ହେବା ପରେ ଉକ୍ତ ଏନ୍‌ଏସିରେ ବିଜେଡ଼ିର ଦବ୍‌ଦବା ଆରମ୍ଭ ହୋଇଛି। ଦଳ ଏଠାରୁ ପୂର୍ବତନ ପୌର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ଭାଜପାରୁ ଅଜିତ କୁମାର ଦାଶ ଏବଂ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପୁଅ ଅଭିଷେକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ପଦ୍ମପୁର ଏନ୍‌ଏସିରେ ବିଜେଡ଼ିରୁ ସାବିତ୍ରୀ ବାଗ, ଭାଜପାରୁ ରଞ୍ଜୁ ସେଠ ଏବଂ କଂଗ୍ରେସରୁ ନିରୁପମା ସେଠ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପୁର ଏନ୍‌ଏସିରେ ବିଜେଡ଼ିରୁ ସୀତା ବାରିକ, ଭାଜପାରୁ ପଦ୍ମାବତୀ ଦେହେରୀ ଏବଂ କଂଗ୍ରେସରୁ ସବିତା ଛୁରା ନାମାଙ୍କନ ଦାଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri