ସରିଲା ନାମାଙ୍କନ: ଆଗକୁ ପ୍ରଚାର

ବରଗଡ଼ ଅଫିସ୍‌,୮।୩: ବରଗଡ଼ ଜିଲାରେ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଏହାପରେ ପୌର ପରିଷଦ ଦଖଲ ପାଇଁ ସବୁଦଳଙ୍କ କସରତ ଆରମ୍ଭ ହୋଇଛି। ପଞ୍ଚାୟତ ଭୋଟ୍‌ବେଳେ ଗ୍ରାମାଞ୍ଚଳରେ ଯେଭଳି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଡେରା ପକାଇଥିଲେ ଏବେ ସବୁଦଳର ନେତା ସହର ମଧ୍ୟରେ ରହି ନିର୍ବାଚନ ରଣନୀତି ପାଇଁ ସଜବାଜ ହେଉଥିବା ପରିଲକ୍ଷିତ ହୋଇଛି। ଦଳୀୟ ନେତାଙ୍କ ବାସଭବନରୁ ଆରମ୍ଭ କରି ଦଳୀୟ କାର୍ଯ୍ୟାଳୟରେ ଭିଡ଼ ଜମୁଛି ।
ଜିଲାର ବରଗଡ଼ ମ୍ୟୁନିସିପାଲିଟି ସମତେ ବରପାଲି, ପଦ୍ମପୁର, ବିଜେପୁର ଏନ୍‌ଏସିରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ହେଉଥିବାରୁ ଏହି ପଦବୀ ହାତେଇବା ପାଇଁ ସବୁଦଳ ମଧ୍ୟରେ ଅଙ୍କକଷା ଚାଲିଛି। ଏହି କ୍ରମରେ ଦଳ ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଦିଆଯାଇଛି। ମାତ୍ର କେତେକ କ୍ଷେତ୍ରରେ ଏହି ପଦବୀ ପାଇଁ ଏକାଧିକ ଆଶାୟୀ ଥିବାବେଳେ ଦଳୀୟ ଟିକେଟ୍‌ ନ ମିଳିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ସମ୍ପୃକ୍ତ ପ୍ରାର୍ଥୀମାନେ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଏହା ସମ୍ପୃକ୍ତ ଦଳ ପାଇଁ ଅଡୁଆ ସାଜିଛି ।

ବରଗଡ଼ ମ୍ୟୁନିସିପାଲିଟି ୧୯ ୱାର୍ଡ଼କୁ ନେଇ ଗଠିତ। ବିଜେଡ଼ି ନିଜ ଗଡ଼ ଭାବେ ଏହି ମ୍ୟୁନିସିପାଲିଟିକୁ ଦୀର୍ଘ ବର୍ଷ ଧରି ଦଖଲରେ ରଖି ଆସିଛି । ଏଥର ବିଜେଡି ଏଠାରୁ ପୂର୍ବତନ ପୌର ଉପାଧ୍ୟକ୍ଷା କଳ୍ପନା ମାଝୀଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଛାଡ଼ିଛି। ସେହିପରି ଭାଜପାରୁ ଅନୁରାଧା ଅଗ୍ରୱାଲ, କଂଗ୍ରେସରୁ ତପସ୍ବିନୀ ବେହେରା, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ରୁ ଲଲି କୁମ୍ଭାର, ଆମ ଆଦ୍‌ମୀ ପାର୍ଟି(ଆପ୍‌)ରୁ ଦେବୀକା ଦେହେରୀ ନାମାଙ୍କନ ଦାଖଲ କରିଛନ୍ତି । ଏହାସହିତ ସୁସ୍ମିତା ଦାଶ, ପ୍ରୀତିକନା ମଜୁମଦାର, ଦେବୀକା ଶିକା, ମାମି ମିଶ୍ର, ରାଜକୁମାରୀ ଦାଶ, ଜ୍ୟୋତ୍ସ୍ନା ଚୌହାନ ପ୍ରମୁଖ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ପ୍ରତି ୱାର୍ଡ଼ରେ କାଉନସିଲର ପଦବୀ ପାଇଁ ଦଳୀୟ ପ୍ରାର୍ଥୀ ରହିଥିବାବେଳେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

ସେହିପରି ୧୧ୱାର୍ଡ଼ ବିଶିଷ୍ଟ ବରପାଲି ଏନ୍‌ଏସି ଏକଦା କଂଗ୍ରେସ ଦଖଲରେ ରହିଥିଲା। ତେବେ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ଏବଂ ତାଙ୍କ ସ୍ତ୍ରୀ ରୀତା ବିଜେଡ଼ିରେ ସାମିଲ ହେବା ପରେ ଉକ୍ତ ଏନ୍‌ଏସିରେ ବିଜେଡ଼ିର ଦବ୍‌ଦବା ଆରମ୍ଭ ହୋଇଛି। ଦଳ ଏଠାରୁ ପୂର୍ବତନ ପୌର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ଭାଜପାରୁ ଅଜିତ କୁମାର ଦାଶ ଏବଂ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପୁଅ ଅଭିଷେକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ପଦ୍ମପୁର ଏନ୍‌ଏସିରେ ବିଜେଡ଼ିରୁ ସାବିତ୍ରୀ ବାଗ, ଭାଜପାରୁ ରଞ୍ଜୁ ସେଠ ଏବଂ କଂଗ୍ରେସରୁ ନିରୁପମା ସେଠ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପୁର ଏନ୍‌ଏସିରେ ବିଜେଡ଼ିରୁ ସୀତା ବାରିକ, ଭାଜପାରୁ ପଦ୍ମାବତୀ ଦେହେରୀ ଏବଂ କଂଗ୍ରେସରୁ ସବିତା ଛୁରା ନାମାଙ୍କନ ଦାଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri