ସରିଲା ନାମାଙ୍କନ: ଆଗକୁ ପ୍ରଚାର

ବରଗଡ଼ ଅଫିସ୍‌,୮।୩: ବରଗଡ଼ ଜିଲାରେ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଏହାପରେ ପୌର ପରିଷଦ ଦଖଲ ପାଇଁ ସବୁଦଳଙ୍କ କସରତ ଆରମ୍ଭ ହୋଇଛି। ପଞ୍ଚାୟତ ଭୋଟ୍‌ବେଳେ ଗ୍ରାମାଞ୍ଚଳରେ ଯେଭଳି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଡେରା ପକାଇଥିଲେ ଏବେ ସବୁଦଳର ନେତା ସହର ମଧ୍ୟରେ ରହି ନିର୍ବାଚନ ରଣନୀତି ପାଇଁ ସଜବାଜ ହେଉଥିବା ପରିଲକ୍ଷିତ ହୋଇଛି। ଦଳୀୟ ନେତାଙ୍କ ବାସଭବନରୁ ଆରମ୍ଭ କରି ଦଳୀୟ କାର୍ଯ୍ୟାଳୟରେ ଭିଡ଼ ଜମୁଛି ।
ଜିଲାର ବରଗଡ଼ ମ୍ୟୁନିସିପାଲିଟି ସମତେ ବରପାଲି, ପଦ୍ମପୁର, ବିଜେପୁର ଏନ୍‌ଏସିରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ହେଉଥିବାରୁ ଏହି ପଦବୀ ହାତେଇବା ପାଇଁ ସବୁଦଳ ମଧ୍ୟରେ ଅଙ୍କକଷା ଚାଲିଛି। ଏହି କ୍ରମରେ ଦଳ ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଦିଆଯାଇଛି। ମାତ୍ର କେତେକ କ୍ଷେତ୍ରରେ ଏହି ପଦବୀ ପାଇଁ ଏକାଧିକ ଆଶାୟୀ ଥିବାବେଳେ ଦଳୀୟ ଟିକେଟ୍‌ ନ ମିଳିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ସମ୍ପୃକ୍ତ ପ୍ରାର୍ଥୀମାନେ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଏହା ସମ୍ପୃକ୍ତ ଦଳ ପାଇଁ ଅଡୁଆ ସାଜିଛି ।

ବରଗଡ଼ ମ୍ୟୁନିସିପାଲିଟି ୧୯ ୱାର୍ଡ଼କୁ ନେଇ ଗଠିତ। ବିଜେଡ଼ି ନିଜ ଗଡ଼ ଭାବେ ଏହି ମ୍ୟୁନିସିପାଲିଟିକୁ ଦୀର୍ଘ ବର୍ଷ ଧରି ଦଖଲରେ ରଖି ଆସିଛି । ଏଥର ବିଜେଡି ଏଠାରୁ ପୂର୍ବତନ ପୌର ଉପାଧ୍ୟକ୍ଷା କଳ୍ପନା ମାଝୀଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଛାଡ଼ିଛି। ସେହିପରି ଭାଜପାରୁ ଅନୁରାଧା ଅଗ୍ରୱାଲ, କଂଗ୍ରେସରୁ ତପସ୍ବିନୀ ବେହେରା, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ରୁ ଲଲି କୁମ୍ଭାର, ଆମ ଆଦ୍‌ମୀ ପାର୍ଟି(ଆପ୍‌)ରୁ ଦେବୀକା ଦେହେରୀ ନାମାଙ୍କନ ଦାଖଲ କରିଛନ୍ତି । ଏହାସହିତ ସୁସ୍ମିତା ଦାଶ, ପ୍ରୀତିକନା ମଜୁମଦାର, ଦେବୀକା ଶିକା, ମାମି ମିଶ୍ର, ରାଜକୁମାରୀ ଦାଶ, ଜ୍ୟୋତ୍ସ୍ନା ଚୌହାନ ପ୍ରମୁଖ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ପ୍ରତି ୱାର୍ଡ଼ରେ କାଉନସିଲର ପଦବୀ ପାଇଁ ଦଳୀୟ ପ୍ରାର୍ଥୀ ରହିଥିବାବେଳେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

ସେହିପରି ୧୧ୱାର୍ଡ଼ ବିଶିଷ୍ଟ ବରପାଲି ଏନ୍‌ଏସି ଏକଦା କଂଗ୍ରେସ ଦଖଲରେ ରହିଥିଲା। ତେବେ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ଏବଂ ତାଙ୍କ ସ୍ତ୍ରୀ ରୀତା ବିଜେଡ଼ିରେ ସାମିଲ ହେବା ପରେ ଉକ୍ତ ଏନ୍‌ଏସିରେ ବିଜେଡ଼ିର ଦବ୍‌ଦବା ଆରମ୍ଭ ହୋଇଛି। ଦଳ ଏଠାରୁ ପୂର୍ବତନ ପୌର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ଭାଜପାରୁ ଅଜିତ କୁମାର ଦାଶ ଏବଂ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପୁଅ ଅଭିଷେକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ପଦ୍ମପୁର ଏନ୍‌ଏସିରେ ବିଜେଡ଼ିରୁ ସାବିତ୍ରୀ ବାଗ, ଭାଜପାରୁ ରଞ୍ଜୁ ସେଠ ଏବଂ କଂଗ୍ରେସରୁ ନିରୁପମା ସେଠ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପୁର ଏନ୍‌ଏସିରେ ବିଜେଡ଼ିରୁ ସୀତା ବାରିକ, ଭାଜପାରୁ ପଦ୍ମାବତୀ ଦେହେରୀ ଏବଂ କଂଗ୍ରେସରୁ ସବିତା ଛୁରା ନାମାଙ୍କନ ଦାଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ପ୍ରବାସୀଙ୍କୁ ଛତିଶଗଡ଼ ପଠାଇଲେ ସ୍ବେଚ୍ଛାସେବୀ: ଆଉ କେବେ ବାହାରକୁ କାମ ପାଇଁ ଆସିବୁ ନାହିଁ କହିଲେ ଶ୍ରମିକ

ଭଟଲି,୯ା୫(ଡି.ଏନ୍‌.ଏ.): ଦେଶରେ ମହାମାରୀ କରୋନା ଭୂତାଣୁ ଦ୍ରୁତଗତିରେ ମାଡ଼ିଚାଲିଛି। ଏଥିଲାଗି ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ...

ଛତ୍ରପୁରରେ କରୋନା ସ୍ଥିତି ଅସମ୍ଭାଳ: ୩ ଦିନରେ ଚିହ୍ନଟ ହେଲେଣି ୮୭ ପଜିଟିଭ୍‌

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବ୍ଲକ ଅଧୀନ ଗ୍ରାମାଞ୍ଚଳରେ କରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜିଲା ହେଡକ୍ୱାର୍ଟରରେ ଦିନକୁ ଦିନ କରୋନା...

ପୂର୍ବତଟ ରେଳପଥ: ଆୟ ବଢୁଛି, ହେଲେ ନୂତନ ପ୍ରକଳ୍ପକୁ ଉପେକ୍ଷା

ଯାଜପୁର ଅଫିସ,୧।୯: ପୂର୍ବତଟ ରେଳପଥରେ ଗତ ୫ ବର୍ଷରେ ବ୍ୟୟ ତୁଳନାରେ ଆୟ ୩ ଗୁଣରୁ ଊର୍ଦ୍ଧ୍ୱ ହୋଇଛି। ହେଲେ ୧ ଦଶନ୍ଧି ଧରି ଦାବି...

ଭିଡ଼ିଓ କନଫେରେନ୍ସିଂରେ ବରଗଡ଼ କୋଭିଡ୍‌-୧୯ ହସ୍‌ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୦।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍‌-୧୯ ହସପିଟାଲକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ...

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨ ଛାତ୍ରୀଛାତ୍ର ଅସୁସ୍ଥ: ଗୁଣିଆ ଡାକି ଝାଡ଼ିଲେ ଅଭିଭାବକ

ବନ୍ତଳା,୩୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିବା ୧୨ ଛାତ୍ରୀଛାତ୍ରଙ୍କୁ ଝଡ଼ାଫୁଙ୍କା କରିଛନ୍ତି ଗୁଣିଆ।...

ମିଳିଲା ନାହିଁ ସହାୟତା , ପୋଖରୀ ଖୋଳିଲେ ମହିଳା

ବଡ଼ଗାଁ, ୧୬।୫(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସହାୟତା , ଜନପ୍ରତିନିଧି ଓ ଦଳୀୟ ନେତାମାନେ ମଧ୍ୟ ଦୃଷ୍ଟି ଦେଲେନି। ଶେଷରେ ଗାଧୋଇବା ସମସ୍ୟାର ଦୂରୀକରଣ...

ରାଉରକେଲାରେ ସାରଦା ନାୟକ ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି। ସାରଦା ୨୧୭୧ ଭୋଟ...

ନିଖୋଜ ମହିଳାଙ୍କ ମୃତଦେହ ମିଳିଲା

ହିଞ୍ଜିଳିକାଟୁ,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମର ଅମୂଲି ନାହାକ ପାରିବାରିକ କଳହରୁ ଗତ ତାରିଖରୁ ନିଖୋଜ ଥିଲେ। କବିସୂର୍ଯ୍ୟନଗର ଥାନା ଅଧିନସ୍ଥ ଜଗତି...

Advertisement
Archives

Model This Week