ବଢୁଛି ଶବ୍ଦ ପ୍ରଦୂଷଣ, ଲଗାମ ଢିଲା

ନୟାଗଡ଼, ୩୦ା୧୦ (ଲୋକନାଥ ମିଶ୍ର): ଲଗାମ ନ ଥିବାରୁ ଶବ୍ଦ ପ୍ରଦୂଷଣ ନେଇ ରହିଥିବା କଟକଣା ନୟାଗଡ଼ ଜିଲା ସଦର ମହକୁମା ସମେତ ନୟାଗଡ଼ ପୋଲିସ ଜିଲାରେ ବାଟବଣା ହୋଇଛି । ଶବ୍ଦର କ୍ଷିପ୍ରତା ମାପିବା ପାଇଁ ଯେଉଁ ଯନ୍ତ୍ରର ଆବଶ୍ୟକ ତାହା ଜିଲା ସଦର ମହକୁମାରେ ନାହିଁ ା ପୁଣି ସଚେତନତା ଅଭାବରୁ ଶବ୍ଦ ପ୍ରଦୂଷଣକୁ ରୋକିବା କାଠିକର ପାଠ ହୋଇଛି। ଅପରପକ୍ଷେ ଜିଲା ଗଠନର ୩୦ ବର୍ଷରୁ ଊର୍ଦ୍ଧ୍ୱ ବିତିଛି । ହେଲେ ନୟାଗଡ଼ ଜିଲା ସଦର ମହକୁମାରେ ସାଇଲେନ୍ସ ଜୋନ୍‌ ଓ ନିଷିଦ୍ଧାଞ୍ଚଳ ଚିହ୍ନଟ କରାଯାଇ ନାମଫଳକ ଲଗାଯାଇ ପାରିନି। ସାଇଲେନ୍ସ ଜୋନ୍‌ ଓ ନିଷିଦ୍ଧାଞ୍ଚଳ ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉନି। ନିରାକରଣ ପାଇଁ ବି ପ୍ରଶାସନିକସ୍ତରରେ ପଦକ୍ଷେପ ନ ଥିବା ଅଭିଯୋଗ ହେଉଛି। ସେହିଭଳି ଶୋଭାଯାତ୍ରା ଓ ଡାକବାଜି ଯନ୍ତ୍ରର ବ୍ୟବହାର ନେଇ ପ୍ରଶାସନିକ ଅନୁମତି ମିଳିବା ପରେ ଶବ୍ଦ ପ୍ରଦୂଷଣକୁ କେହି ଗୁରୁତ୍ୱ ଦେଇ ନ ଥା’ନ୍ତି । ଏପରି କି ପ୍ରଶାସନିକ ସ୍ତରରେ ଠିକ୍‌ଭାବେ ମନିଟରିଂ ମଧ୍ୟ ହେଉ ନ ଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ ରୁମ୍‌ ଓ ଗୋପନୀୟ ବିଭାଗ, ଉପଜିଲାପାଳଙ୍କ କାର୍ଯ୍ୟାଳୟର ଟ୍ରେଜେରି ଓ ରେକର୍ଡ ରୁମ୍‌ ନିଷିଦ୍ଧାଞ୍ଚଳ ରୂପେ ପରିଚିତ । ହେଲେ ଅବାଧରେ ନିଷିଦ୍ଧାଞ୍ଚଳକୁ ଯେ କେହି ଯାତାୟାତ କରୁଥିବାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଷିଦ୍ଧାଞ୍ଚଳ ସମ୍ମୁଖରେ ମଧ୍ୟ ଶବ୍ଦ ପ୍ରଦୂଷଣ ବଢ଼ିଚାଲିଛି, ଯାହାକି ଚିନ୍ତାର କାରଣ ପାଲଟିଛି । ଅନ୍ୟପକ୍ଷେ ଜିଲା ଓ ବ୍ଲକ ସଦର ମହକୁମା ସମେତ ନୟାଗଡ଼ ମ୍ୟୁନିସିପାଲଟିରେ ଯାନବାହନ ଚଳାଚଳ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଡାକବାଜି ଯନ୍ତ୍ରର ଅପବ୍ୟବହାର ଶବ୍ଦ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି । ଏଥିଯୋଗୁ ବିଭିନ୍ନ ରୋଗରେ ଆକ୍ରାନ୍ତମାନେ କଷ୍ଟ ଅନୁଭବ କରୁଛନ୍ତି । ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଛି, ଯାହା କି ପରିବେଶବିତ୍‌ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଜିଲା ଗଠନ ପୂର୍ବରୁ ସାଇଲେନ୍ସ ଜୋନ୍‌ରେ ପ୍ରଦୂଷଣ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିଲା। ଜିଲା ଗଠନ ପରେ ଏହା କମିବା ପରିବର୍ତ୍ତେ ବଢ଼ିଚାଲିଛି । ପୁଣି ଜିଲାପାଳ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସମ୍ମୁଖ ରାସ୍ତାରେ ଅତ୍ୟଧିକ ବେଗରେ ଯାନବାହନ ଚଳାଚଳ, ପ୍ରେସର ହର୍ଣ୍ଣ, ଡାକବାଜି ଯନ୍ତ୍ରର ବ୍ୟବହାର ଚାଲିଛି।
ରାତି ୧୦ଟା ପରେ ଉଚ୍ଚ ଶବ୍ଦ ବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ ବାରଣ କରିଛନ୍ତି । ହେଲେ ନୟାଗଡ଼ ସଦର ମହକୁମାରେ ଏପରି ନିୟମକୁ ଅଣଦେଖା କରାଯାଉଛି । ବିଳମ୍ବିତ ରାତିରେ ସହର ମଧ୍ୟରେ ନିଷିଦ୍ଧାଞ୍ଚଳ ସମେତ ସାଇଲେନ୍ସ ଜୋନ୍‌ରେ ବିଭିନ୍ନ ଶୋଭାଯାତ୍ରା ମାଧ୍ୟମରେ ଶବ୍ଦ ପ୍ରଦୂଷଣ ଘଟୁଥିବାରୁ ନାନା ଅଘଟଣ ଘଟୁଛି । ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପରିବେଶ ବିଭାଗ ପକ୍ଷରୁ ବିଭିନ୍ନ ଜୋନ୍‌ ଗଠନ କରାଯାଇଛି । ସେହିପରି ଆଇନ ଉଲ୍ଲଂଘନ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ସମୟରେ ଏଥିପାଇଁ ଦୃଷ୍ଟି ଦେବାକୁ ପୋଲିସକୁ କ୍ଷମତା ପ୍ରଦାନ କରାଯାଇଛି । ସରକାରୀ ନିୟମ ଅନୁଯାୟୀ ନିଷିଦ୍ଧାଞ୍ଚଳ ଓ ସାଇଲେନ୍ସ ଜୋନ୍‌କୁ ବାଦ୍‌ ଦେଲେ ଅନ୍ୟ ସ୍ଥାନରେ ଦିନବେଳା ୫୦ ଓ ରାତି ୯ଟାରେ ୪୦ ଡେସିବିଲଠାରୁ ଅଧିକ ଶବ୍ଦ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସେହିପରି ଶିଳ୍ପାଞ୍ଚଳ ଜୋନରେ ୭୫ ଡେସିବିଲ ଓ ରାତିରେ ୬୫ ଡେସିବିଲ, ବାସଗୃହ ଜୋନରେ ୫୫ ଓ ରାତିରେ ୪୫ ଡେସିବିଲଠାରୁ ଅଧିକ ଶବ୍ଦ ବ୍ୟବହାର କଲେ ଦଣ୍ଡବିଧାନ ରହିଛି। ମାତ୍ର ପ୍ରଶାସନର ଉଦାସୀନତା ଯୋଗୁ ଗାଡ଼ି ଚାଳକମାନେ ଦ୍ରୁତଗତି ସହିତ ବିଭିନ୍ନ ଅତ୍ୟାଧୁନିକ ପ୍ରେସର ହର୍ଣ୍ଣ ବ୍ୟବହାର କରୁଛନ୍ତି । ବିଳମ୍ବିତ ରାତି ଅର୍ଥାତ୍‌ ରାତି ୧୦ଟା ପରେ ବିଭିନ୍ନ ଶୋଭାଯାତ୍ରାକୁ ବାରଣ କରାଯାଇଥିବା ସ୍ଥଳେ ଅତ୍ୟଧିକ ଶବ୍ଦ ପ୍ରଦୂଷଣକାରୀ ଆତସବାଜି ବିସ୍ଫୋରଣ ସାଙ୍ଗକୁ ଡିଜେ ବ୍ୟବହାର କରାଯାଇ ଡାକବାଜି ଯନ୍ତ୍ର ବ୍ୟବହାର ହେଉଛି। ଶବ୍ଦ ପ୍ରଦୂଷଣ ହୃଦ୍‌ରୋଗ, ବଧିରତା, ଉଚ୍ଚ ରକ୍ତଚାପ, ସ୍ନାୟୁଗତ ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷେ ପ୍ରଶାସନର ଉଦାସୀନତା କାରଣରୁ ଆଇନ ଉଲ୍ଲଂଘନକାରୀମାନେ ଅଧିକ ଉତ୍ସାହିତ ହେଉଛନ୍ତି ା ଏଥିନେଇ କେତେକ ସଚେତନ ନାଗରିକ ପୋଲିସକୁ ଅଭିଯୋଗ କରିଥିତ୍ଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri