ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬ ବିଳମ୍ବିତ ରାତିରେ ଏକ କାର୍‌ ଡ୍ରେନ୍‌ ପାଚେରିରେ ପିଟି ହୋଇ ପାଣିଭର୍ତ୍ତି ଖାତ ମଧ୍ୟକୁ ଖସିପଡ଼ିବାରୁ ଜଣେ ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଯୁବରାଜ ମେହେଟା ନାମକ ଏହି ଯୁବକ କାମ ସାରି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ଅଭିଯୋଗ ହେଉଛି ଯେ ରାସ୍ତାରେ ରିଫ୍ଲେକ୍ଟର ନ ଥିବାରୁ କାର୍‌ ଡ୍ରେନ୍‌ ପାଚେରିରେ ଧକ୍କା ହେବା ପରେ ୭୦ ଫୁଟ ଗଭୀର ଖାତକୁ ପଡ଼ିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଯୁବକ ତାଙ୍କ ପିତାଙ୍କୁ ଫୋନ୍‌ କରି ଉଦ୍ଧାର ନିବେଦନ କରିଥିଲେ। ସେ ମରିବାକୁ ଚାହାନ୍ତି ନାହିଁ ବୋଲି କହୁଥିବା ବେଳେ ତାଙ୍କ କାର୍‌ଟି ଗଭୀର ପାଣି ଭିତରକୁ ଚାଲିଯାଇଥିଲା। ଶୁଣିବାକୁ ମିଳୁଛି ଯେ, ସ୍ଥାନୀୟ ପୋଲିସ, ବୁଡ଼ାଳି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଦୀର୍ଘ ସମୟ ଉଦ୍ଧାର କାର୍ଯ୍ୟରେ ଲାଗି କାର୍‌କୁ ପାଣିରୁ ବାହାର କରିଥିଲେ ମଧ୍ୟ ଯୁବରାଜଙ୍କୁ ବଞ୍ଚାଇ ପାରି ନ ଥିଲେ। ଏହା ନିଶ୍ଚିତ ହୃଦୟ ବିଦାରକ ଘଟଣା। ଯୁବରାଜଙ୍କ ଦୁର୍ଘଟଣା ପୂର୍ବରୁ ସେହି ସ୍ଥାନରେ ଏକ ଟ୍ରକ୍‌ ଖାତ ଭିତରକୁ ପଶିଯାଇଥିଲା ବୋଲି ତା’ର ଡ୍ରାଇଭର କହିଛନ୍ତି। ହେଲେ ସେ ପାଣିରୁ ଉଠିପଡ଼ିଥିଲେ ଓ ନିଜକୁ ବଞ୍ଚାଇପାରିଥିଲେ। ଦେଖିବାକୁ ଗଲେ ଭାରତର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଖାଲ, ଖୋଲା ନାଳନର୍ଦ୍ଦମା କିମ୍ବା କୌଣସି ଭିତ୍ତିଭୂମି କାମ ପାଇଁ ଖୋଳା ଯାଇଥିବା ଭୂଭାଗ ଦୀର୍ଘଦିନ ମୁକୁଳା ପଡ଼ି ରହିବା ଏକ ସାଧାରଣ ଦୃଶ୍ୟମାନ ଚିତ୍ର। ଏଥିସହିତ ରାସ୍ତାକୁ ମରାମତି କରିବା ଉଦ୍ଦେଶ୍ୟରେ ଯେଉଁସବୁ ଜାଗାରେ ଖୋଳାଯାଇଥାଏ, ସେ ସମ୍ପର୍କରେ କୌଣସି ସଂକେତ ଦିଆଯାଏ ନାହିଁ; ଫଳରେ ମାରାତ୍ମକ ଦୁର୍ଘଟଣା ଘଟିବା ନିଶ୍ଚିତ। ସେଥିଯୋଗୁ ପ୍ରତିବର୍ଷ ଶିଶୁଠାରୁ ଆରମ୍ଭ କରି ଅନେକ ଲୋକଙ୍କ ମୃତ୍ୟୁ ହେଉଥିଲେ ମଧ୍ୟ ସ୍ଥିତିରେ ଉନ୍ନତି ଆସିପାରୁ ନାହିଁ। ଭିତ୍ତିଭୂମି ଗଢ଼ିବା କାର୍ଯ୍ୟରେ ନିୟୋଜିତ ସଂସ୍ଥା ଓ ସରକାରୀ ଅଧିକାରୀଙ୍କ କାର୍ଯ୍ୟ ତଦାରଖରେ ଅବହେଳା ଯୋଗୁ ଅଘଟଣକୁ ରୋକାଯାଇପାରୁ ନାହିଁ।
୨୦୨୫ ଅକ୍ଟୋବରରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ରାସ୍ତାରେ ଖାଲଖମା କିମ୍ବା ନର୍ଦ୍ଦମା ଗର୍ତ୍ତରେ ପଡ଼ି ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ହାଇକୋର୍ଟ ଖଣ୍ଡପୀଠ ଆହୁରି କହିଥିଲେ ଯେ, ସୁରକ୍ଷିତ ରାସ୍ତା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ମଣିଷ ଜୀବନର ମୌଳିକ ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ। କ୍ଷତିପୂରଣ ପ୍ରଦାନ ରାଶି ଦାୟୀ ବ୍ୟକ୍ତି ଯଥା ଅଧିକାରୀ, ଇଞ୍ଜିନିୟର କିମ୍ବା ଠିକାଦାରଙ୍କଠାରୁ ଆଦାୟ କରାଯାଇପାରିବ ବୋଲି ବମ୍ବେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ୨୦୨୫ ଅକ୍ଟୋବର ୧୫ରେ ଆମେ ଏହି ସ୍ତମ୍ଭରେ ‘ଦାୟୀଙ୍କଠାରୁ ଆଦାୟ’ ଶୀର୍ଷକ ଲେଖା ପ୍ରକାଶ କରିଥିଲୁ। ଦର୍ଶାଇଥିଲୁ ଯେ, ଦାୟିତ୍ୱରେ ଖିଲାପ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହେବା କଥା ଏବଂ ଯେଉଁ ସରକାରୀ କର୍ମଚାରୀ ଅଘଟଣ ଘଟିବାର ବର୍ଷକ ମଧ୍ୟରେ ଅବସର ନେଇଥିବେ ତାଙ୍କ ପେନସନ୍‌ରୁ ମଧ୍ୟ କ୍ଷତିପୂରଣ ରାଶି ଭରଣା ହେବା ଦରକାର। ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ସିଭିକ୍‌ ଆକାଉଣ୍ଟାବିଲିଟି ବା ନାଗରୀୟ ଉତ୍ତରଦାୟିତ୍ୱକୁ ବଢ଼ାଇବାରେ ସହାୟକ ହୋଇପାରନ୍ତା। ଆଉ ଏକ ବିଷୟ ହେଲା ନଏଡା ଯୁବକଙ୍କୁ ଉଦ୍ଧାର କରିବା ଲାଗି କାର୍ଯ୍ୟରେ ନିୟୋଜିତ ପୋଲିସ ଓ ଉଦ୍ଧାରକାରୀ ସଂସ୍ଥା କର୍ମଚାରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିକଶିତ ଭାରତ କଥା ଉଠୁଛି। କୁହାଯାଉଛି ଯେ ଭାରତ ହେବ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି। ହେଲେ ନାଗରିକଙ୍କୁ ସର୍ବନିମ୍ନ ଭିତ୍ତିଭୂମି ସୁବିଧା ଓ ସୁରକ୍ଷା ଦେବାରେ ଅସମର୍ଥ ହେଉଥିବା ବ୍ୟବସ୍ଥା ବୃହତ୍‌ ଅର୍ଥନୀତିର ସ୍ବପ୍ନ ଦେଖାଇବା ହାସ୍ୟାସ୍ପଦ ମନେହେଉଛି। ଏହା କେବଳ ନଏଡା କଥା ନୁହେଁ, ଭାରତର ବିଭିନ୍ନ ସ୍ଥାନରେ ବିଶେଷକରି ସହରାଞ୍ଚଳରେ ଖାଲଖମା ସଡ଼କ, ଭଙ୍ଗା ଇଲେକ୍‌ଟ୍ରିକ୍‌ ପୋଲ୍‌ରୁ ଝୁଲିପଡ଼ିଥିବା ତାର ଆଦିର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳେ। କେଉଁଠି କେତେବେଳେ ଅଘଟଣ ଘଟିଲେ ସ୍ଥାନୀୟ ପ୍ରଶାସନ ଚିହିଁକି ଉଠେ। କିନ୍ତୁ ପରେ ଯେଉଁ କଥାକୁ ସେହି କଥା। ନଏଡା ଅଘଟଣ ଦେଶସାରା ଖବର ପାଲଟିଯିବାରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦର୍ଶାଇବାକୁ ଯାଇ ଉତ୍ତରପ୍ରଦେଶ ସରକାର ନଏଡା ଅଥରିଟି ସିଇଓଙ୍କୁ ପଦରୁ ବହିଷ୍କାର କରିଛନ୍ତି। ଇତିମଧ୍ୟରେ ରିୟଲ ଇଷ୍ଟେଟ ଡେଭଲପରଙ୍କୁ ଗିରଫ କରାଯାଇଥିବା ଶୁଣିବାକୁ ମିଳିଛି। ବାସ୍ତବରେ ସେହି ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯାଇ ଦଣ୍ଡିତ କରାଯିବା ଆବଶ୍ୟକ। କାରଣ ଏକ ବଡ଼ କୋଠା ନିର୍ମାଣ ଲାଗି ବେସ୍‌ମେଣ୍ଟ ସକାଶେ ଖୋଳାଯାଇଥିବା ଖାତରେ ବର୍ଷାପାଣି ଭର୍ତ୍ତି ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା। ଏପରି ସ୍ଥଳେ ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଅବଶ୍ୟ ଏହା ମଧ୍ୟ ମନେରଖିବା ଦରକାର ଯେ, ଗିରଫ ହୋଇଥିବା ଡେଭଲପର ଖୁବ୍‌ ଅଳ୍ପଦିନ ମଧ୍ୟରେ ଜାମିନ ପାଇ ମୁକ୍ତ ନାଗରିକ ହୋଇଯିବେ।
ଅପରପକ୍ଷରେ ଯୁବରାଜଙ୍କ ଗାଡ଼ି ପାଚେରିରେ ଧକ୍କା ଖାଇ ଖାତକୁ ପଡ଼ିଯିବା ମଧ୍ୟ ତାଙ୍କ ଚାଳନା ଉପରେ ପ୍ରଶ୍ନ ଉଠାଉଛି। ସର୍ବଦା କୁହାଯାଉଛି ଯେ, ଦ୍ରୁତଗତିରେ ଗାଡ଼ିଚାଳନା ବିପଦ ଆଣିଥାଏ। ହୁସିଆର ହୋଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ମନ ସର୍ବଦା ସଜାଗ ରହିବା ଦରକାର ଯେ, ଅନ୍ୟ ଗାଡ଼ିଚାଳକଙ୍କ ବେପରୁଆ ବ୍ୟବହାର ମଧ୍ୟ ଦୁର୍ଘଟଣା ଘଟାଇପାରେ। ଅନେକ କ୍ଷେତ୍ରରେ ନିଶାସକ୍ତ ଡ୍ରାଇଭରଙ୍କ ଯୋଗୁ ମଧ୍ୟ ଅଘଟଣ ଘଟିଥାଏ। ଯୁବରାଜ ବହୁ ଜୋରରେ ଗାଡ଼ି ଚଳାଉଥିଲେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ତାହା ଯଦି ସତ ହୋଇଥାଏ, ତେବେ ପ୍ରତ୍ୟେକ ନାଗରିକ ନିଜକୁ ସୁରକ୍ଷିତ ଭାବେ ଗତି କରିବା ଦିଗରେ ସଜାଗ ହେବା ଦରକାର। ପ୍ରତି କଥାରେ ଅନ୍ୟ କାହା ଉପରେ ସମ୍ପୂର୍ଣ୍ଣ ଦୋଷ ଲଦିବା ପୂର୍ବରୁ ସତର୍କତା ଅବଲମ୍ବନ କରାଯିବା ବ୍ୟକ୍ତିଗତ ସୁରକ୍ଷାର ମୌଳିକ ଚିନ୍ତା ହେବା ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri