ବିଜ୍ଞାନରେ ନୋବେଲ: ମହିଳା ବାଦ୍‌

ଟକ୍ସନ, ୧୧ା୧୦: ବିଜ୍ଞାନରେ ୨୦୨୧ ବର୍ଷର ନୋବେଲ ବିଜେତା ତାଲିକାରୁ ବାଦ୍‌ ପଡ଼ିଛନ୍ତି ମହିଳା। ମାତ୍ର କିଛି ବର୍ଷ ଏହି ପୁରସ୍କାର ପାଇଁ ମହିଳାଙ୍କୁ ବଛାଯିବା ପରେ ପୁଣି ଫେରିଛି ପୂର୍ବର ସେହି ପୁରୁଷ ପ୍ରଧାନ ସମାଜ ମନୋଭାବର ଚିରାଚରିତ ଢଙ୍ଗ। ଚଳିତ ବର୍ଷ ବିଜ୍ଞାନରେ ନୋବେଲ ପାଇଁ କେବଳ ପୁରୁଷଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ୨୦୨୦ରେ କ୍ରିସ୍‌ପର୍‌ ଜିନ୍‌ ଏଡିଟିଂରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଇମାନୁଏଲ ଚାର୍‌ପେଣ୍ଟିଅର ଏବଂ ଜେନିଫର ଦୌଦ୍‌ନାଙ୍କୁ ରସାୟନ ବିଜ୍ଞାନରେ ଓ ବିରାଟକାୟ କୃଷ୍ଣଗର୍ତ୍ତ ବା ବ୍ଲାକହୋଲ୍‌ ଠାବ କରିବା ନେଇ ଆନ୍ଦ୍ରିୟା ଗେଜ୍‌ଙ୍କୁ ନୋବେଲ ମିଳିଥିଲା। ଏହା ପୂର୍ବବର୍ଷ ଅର୍ଥାତ ୨୦୧୯ରେ ବିଜ୍ଞାନରେ ସମସ୍ତ ନୋବେଲ ବିଜେତା ପୁରୁଷ ରହିଥିଲେ। ୨୦୧୮ରେ ରସାୟନ ବିଜ୍ଞାନରେ ବାୟୋକେମିକାଲ ଇଞ୍ଜିନିୟର ଫ୍ରାନ୍ସେସ୍‌ ଆର୍ନୋଲ୍ଡ ଏବଂ ପଦାର୍ଥ ବିଜ୍ଞାନରେ ଡୋନା ଷ୍ଟ୍ରିକ୍‌ଲାଣ୍ଡ ନୋବେଲ ବିଜୟିନୀ ହୋଇଥିଲେ। ୧୯୦୩ରେ ମ୍ୟାରି କ୍ୟୁରୀ ଏବଂ ୬୦ ବର୍ଷ ପରେ ମାରିଆ ଗୋଏପ୍‌ପର୍ଟ ତୃତୀୟ ଓ ଚତୁର୍ଥ ପଦାର୍ଥ ବିଜ୍ଞାନୀ ଭାବେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଥିଲେ।
ଶତାବ୍ଦୀରେ ମହିଳାମାନେ ଗବେଷଣା କ୍ଷେତ୍ରରେ ବହୁ ଆଗକୁ ଆସିଛନ୍ତି। କିନ୍ତୁ ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତ(ଏସ୍‌ଟିଇଏମ୍‌)ରେ ସେମାନଙ୍କ ପ୍ରତିନିଧିତ୍ୱକୁ ଅଣଦେଖା କରାଯାଉଛି। ଅଧ୍ୟୟନରୁ ଜଣାପଡିଛି, ଏହି କ୍ଷେତ୍ରରେ ଅବିରତ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପୁରୁଷପ୍ରଧାନ ସମାଜରେ ପକ୍ଷପାତ ଯୋଗୁ ସେମାନେ ଅସମାନତାର ସାମ୍‌ନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଏସିରେ ଚାଇନା ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି: ପୋମ୍ପିଓ

ଓ୍ବାଶିଂଟନ, ୧୦।୧୦: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ପକ୍ଷରୁ ଚାଇନା ଟାର୍ଗେଟ୍‌ କରାଯାଇଛି। ଆମେରିକା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌...

କରୋନା ଟିକା ନେବାକୁ ରାଜି ନ ଥିଲେ ବ୍ୟକ୍ତି, ପାଞ୍ଚିଲେ ଏମିତି ଉପାୟ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋମ୍‌,୬ା୧୨: ଇଟାଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନ ନେଇ ଭାକ୍ସିନେଟେଡ୍‌ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆଶ୍ଚର୍ଯ୍ୟ...

ୟୁକ୍ରେନ୍‌ ଯୁଦ୍ଧକୁ ବିବାଦ ଭାବେ ଉଲ୍ଲେଖ କଲା ଜାତିସଂଘ ସୁରକ୍ଷା ପରିଷଦ…

ନ୍ୟୁୟର୍କ, ୮।୫ : ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସ୍‌ସି) ପ୍ରଥମ ଥର ପାଇଁଦ୍‌ ସର୍ବସମ୍ମତି କ୍ରମେ ଏହାର ବିବୃତ୍ତି ଜାରି କରିଛି।...

ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି

ଓ୍ବାଶିଂଟନ/ମସ୍କୋ/ବ୍ରାଜିଲିଆ,୨୩ା୫: ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଦିନ ଗଡ଼ିବା ସହ ଲୋକଙ୍କ ଚିନ୍ତା ଏଥିଲାଗି ବଢ଼ିବାରେ ଲାଗିଛି। ବର୍ତ୍ତମାନ...

ପ୍ରଚାର ପାଇଁ ଟ୍ରମ୍ପ୍‌ ପାଖରେ ଟଙ୍କା ଅଭାବ

ଓ୍ବାଶିଂଟନ, ୯।୯: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଟଙ୍କାର ଅଭାବ...

ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ: ୧୯ ମୃତ

କାବୁଲ ,୧୮।୧୨: ଆଫଗାନିସ୍ତାନ ରାଜଧାନୀ କାବୁଲର ଉତ୍ତରରେ ଥିବା ସଲଙ୍ଗ ଟନେଲ୍‌ରେ ଏକ ଇନ୍ଧନ ଟ୍ୟାଙ୍କର ଶନିବାର ରାତିରେ ବିସ୍ଫୋରଣ ହେବାରୁ ୧୯ ଜଣଙ୍କ ମୃତ୍ୟୁ...

ବୁଡିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା: ୧୪ ମୃତ

ଢ଼ାକା,୧୧।୨: ଦକ୍ଷିଣ ବାଲାଂଦେଶ ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇକି ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ସକାଳେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୭୦ଜଣଙ୍କୁ ସୁରକ୍ଷିତ ଭାବେ...

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି।...

Advertisement
Archives

Model This Week