ଯୁଦ୍ଧ କରିବାକୁ ନାହାନ୍ତି ଯୋଦ୍ଧା

ବଇଣ୍ଡା,୨୪ା୫:  କୋଭିଡ୍‌ ବିରୋଧୀ ଯୁଦ୍ଧରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସମ୍ମୁଖ ଯୋଦ୍ଧା ସାଜିଛନ୍ତି। ସେମାନଙ୍କୁ ଉପଯୁକ୍ତ ପରିଚାଳନା ଓ ସହଯୋଗ ହିଁ ଏହି ଲଢ଼େଇରେ ବିଜୟ ଦେଇପାରିବ। ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକବାସୀ। କାରଣ ଆଠମଲ୍ଲିକ ଉପଖଣ୍ଡର ଏହି ବ୍ଲକରେ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବା ବେଳେ କିଶୋରନଗର, ବଇଣ୍ଡା, ହଣ୍ଡପା ଓ ଅଙ୍ଗପଡ଼ା ମେଡିକାଲରେ ଡାକ୍ତର ପଦବୀ ଖାଲି ପଡ଼ିଛି। କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ ବିଶେଷଜ୍ଞଙ୍କ ସହ ମୋଟ୍‌ ୫ ଡାକ୍ତର ନାହାନ୍ତି। ବଇଣ୍ଡା, ହଣ୍ଡପା ଓ ଅଙ୍ଗପଡ଼ା ମେଡିକାଲ ସମ୍ପୂର୍ଣ୍ଣ ଡାକ୍ତର ଶୂନ୍ୟ। ତେଣୁ ଯୋଦ୍ଧାଙ୍କ ବିନା ଏଠାରେ କୋଭିଡ୍‌କୁ କିପରି ପରାସ୍ତ କରାଯିବ ତାହା ବ୍ଲକବାସୀଙ୍କୁ ବୁଝାପଡ଼ୁନି।
କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଛି। କିନ୍ତୁ ୨ ଜଣ ନିଯୁକ୍ତି ପାଇଛନ୍ତି। ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସ୍ତୁତି, ଶଲ୍ୟ ବିଭାଗର ବିଶେଷଜ୍ଞଙ୍କ ସହ ୨ ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡିଛି। ୧୦ ଜଣ ଷ୍ଟାଫ ନର୍ସଙ୍କ ସ୍ଥାନରେ ୩ ଜଣ କାମ ଚଳାଉଛନ୍ତି। ଫାର୍ମାସିଷ୍ଟ, ଲାବରେଟୋରି ଟେକ୍ନିସିଆନ ପଦବୀ ଖାଲିପଡିଛି। ଏସବୁ ପଦବୀ ପୂରଣ ପାଇଁ କିଶୋରନଗର ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ୨୦୧୭ ମେ ୨୩ରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ୨୦୧୮ ଅକ୍ଟୋବର ୧ରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ୨୦୨୦ ଏପ୍ରିଲ ୧୦ରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ୨୦୨୦ ଡିସେମ୍ବର ୧୯ରେ ମେଡିକାଲ ପରିସରରେ ଅହୋରାତ୍ର ଗଣଧାରଣା ଦିଆଯାଇଥିଲା। ପ୍ରଶାସନିକ ଅଧିକାରୀମାନେ ଧାରଣାସ୍ଥକୁ ଆସି ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଅଙ୍ଗପଡା ମେଡିକାଲରେ ଜଣେ ଆୟୁଷ ଡାକ୍ତର ଥିବାବେଳେ ୩ ବର୍ଷ ହେବ ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଖାଲି ପଡିଛି। ହଣ୍ଡପା ମେଡିକାଲରେ ୩ ବର୍ଷ ହେବ କୌଣସି ଡାକ୍ତର ନ ଥିବାବେଳେ କେବଳ ଫାର୍ମାସିଷ୍ଟ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଷ୍ଟାଫନର୍ସ, ଡ୍ରେସର ପଦବୀରେ ନିଯୁକ୍ତି ଦିଆଯାଉନି। ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ମେଡିକାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଥିଲେ ମଧ୍ୟ ଡାକ୍ତର ନ ଥିବାରୁ ମୃତଦେହ ଘଣ୍ଟା ଘଣ୍ଟା ଧରି ପଡ଼ିରହୁଛି। ବଇଣ୍ଡା ମେଡିକାଲରେ ୨ ବର୍ଷ ହେବ ଏମ୍‌ବିବିଏସ୍‌ ଡାକ୍ତର ନାହାନ୍ତି। ବଇଣ୍ଡା ଓ ହଣ୍ଡପା ଅଞ୍ଚଳରେ କରୋନା ପଜିଟିଭ୍‌ ସଂଖ୍ୟା ବଢୁଥିବାରୁ ତୁରନ୍ତ ଡାକ୍ତର ନିଯୁକ୍ତି ପାଇଁ ଦାବି କରାଯାଇଛି।

ପଦକ୍ଷେପ ନିଆଯାଉନି
ବଇଣ୍ଡା ଅଞ୍ଚଳରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢୁଥିବାବେଳେ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ମିଳୁନି। ଜ୍ୱର କି ଥଣ୍ଡା ହେଲେ ରୋଗୀ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ବଇଣ୍ଡା ମେଡିକାଲରେ ଡାକ୍ତର ନିଯୁକ୍ତି ପାଇଁ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନି।
-ଅଜିତ ପଟ୍ଟନାୟକ, କଦଳୀମୁଣ୍ଡା

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଉ
ବଇଣ୍ଡା ଆଠମଲ୍ଲିକ ଉପଖଣ୍ଡର ଏକ ପ୍ରମୁଖ ସ୍ଥାନ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ବଇଣ୍ଡା ମେଡିକାଲ ଉପରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରାଯିବାକୁ ଦାବି ହେଉଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି।
-ରମେଶ କୁମାର ସାହୁ, ବଇଣ୍ଡା

ସ୍ବାସ୍ଥ୍ୟସେବାକୁ ଅବହେଳା
ହଣ୍ଡପାରେ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାକ୍ତର ନାହାନ୍ତି। ଫଳରେ ରୋଗୀସେବା ଠାରୁ ମୃତଦେହ ବ୍ୟବଚ୍ଛେଦ ଯାଏ, ସବୁକ୍ଷେତ୍ର ଅବହେଳିତ। ବହୁବାର ଲୋକ ପ୍ରତିନିଧିଙ୍କୁ ଅଭିଯୋଗ କରାଯାଇଛି। ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ରାଜ୍ୟ ସରକାର ଖାଲି ପଦବୀ ପୂରଣ କରନ୍ତୁ।
-ସନ୍ତୋଷ କୁମାର ସାହୁ, ହଣ୍ଡପା

ରୋଗୀ ସେବା ବିପର୍ଯ୍ୟସ୍ତ
କିଶୋରନଗର ବ୍ଲକରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେଉନାହିଁ। ବାରମ୍ବାର ଅଭିଯୋଗପତ୍ର ପ୍ରଦାନ କରାଯାଇଛି। କିନ୍ତୁ ସରକାର ଡାକ୍ତର ନିଯୁକ୍ତି ଦେଉ ନ ଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି କରୋନା ସମୟରେ ରୋଗୀମାନେ ଠିକ୍‌ ଭାବେ ଚିକିତ୍ସିତ ହୋଇପାରୁ ନାହାନ୍ତି।
-ଦୀନବନ୍ଧୁ ପ୍ରଧାନ, ସଭାପତି, ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି

ସରକାରଙ୍କ ଶୁଭ ଦୃଷ୍ଟି ପଡ଼ୁନି
ଅଙ୍ଗପଡା ଡାକ୍ତରଖାନାରେ ନିଯୁକ୍ତ ଡାକ୍ତରଙ୍କୁ ପ୍ରଶାସନ ଡେପୁଟେଶନରେ କିଶୋରନଗର ମେଡିକାଲକୁ ପଠାଇଛନ୍ତି। ଫଳରେ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ରୋଗୀ ସେବା ପାଇପାରୁନାହାନ୍ତି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ମେଡିକାଲ ଥିଲେ ମଧ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡୁନାହିଁ।
-ସବିତା ସାହୁ, ଅଙ୍ଗପଡା

ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି
ଅନୁଗୋଳ ଜିଲାରେ ଡାକ୍ତରଙ୍କ ଅଭାବ ରହିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜିଲାରେ ଅଧିକ ଡାକ୍ତର ନିଯୁକ୍ତି ଦିଆଗଲେ ଖାଲି ପଡ଼ିଥିବା ପଦବୀ ପୂରଣ ହୋଇପାରିବ। କିଭଳି ଶୀଘ୍ର ଡାକ୍ତର ନିଯୁକ୍ତି ହେବେ ଏ ନେଇ ଅବଗତ କରାଯାଇଛି।
-ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri