ଜିରୋନାଇଟ୍‌ ସେଲିବ୍ରେଶନକୁ ନା

ଢେଙ୍କାନାଳ ଅଫିସ, ୨୬ା୧୨: ଦ୍ରୁତଗତିରେ ମାଡ଼ିଚାଲିଛି ଓମିକ୍ରନ୍‌। ଓଡ଼ିଶାର ଶିଶୁଙ୍କୁ ସଂକ୍ରମିତ କଲାଣି ଏହି ମାରାତ୍ମକ ଭୂତାଣୁ। ଭୋଜିଭାତ, ସମାବେଶ, ଗହଳି ବଢ଼ିଲେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ରହିଛି। ତେଣୁ ଯଥାସମ୍ଭବ ଭିଡ଼ ଏଡ଼ାଇବାକୁ ସତର୍କ କରାଇ ସାରିଲେଣି ବିଶେଷଜ୍ଞ। ବିଶେଷ କରି ଡିସେମ୍ବର ୩୧ ଜୀରୋନାଇଟ୍‌ ସେଲିବ୍ରେଶନ ଏବଂ ନୂଆବର୍ଷରେ ପର୍ଯ୍ୟଟନସ୍ଥଳୀ, ମଠମନ୍ଦିର ସମେତ ସର୍ବସାଧାରଣ ସ୍ଥାନରେ ଗହଳି ବଢ଼ିବା ସମ୍ଭାବନା ଥିବାରୁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଡିସେମ୍ବର ୨୫ରୁ ଜାନୁୟାରୀ ୨ ଯାଏ ସାଂସ୍କୃତିକ ଓ ଧର୍ମୀୟ କାର୍ଯ୍ୟକ୍ରମ, ଜନସମାଗମକୁ ବାରଣ କରାଯାଇଛି। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ନୂଆବଷ ସେଲିବ୍ରେଶନ ଫିକା ପଡ଼ିବା ସ୍ପଷ୍ଟ ହୋଇଛି।
ଜିଲା ଦେବୋତ୍ତର ବିଭାଗ ପକ୍ଷରୁ ପ୍ରଦତ୍ତ ରିପୋର୍ଟକୁ ଭିତ୍ତିକରି ଜିଲାପାଳ ସରୋଜ କୁମାର ସେଠୀ ନୂତନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତଦନୁଯାୟୀ ୨୯ ମଠମନ୍ଦିର ଏବଂ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯାଇଛି। ତନ୍ମଧ୍ୟରେ ପ୍ରଖ୍ୟାତ ଶୈବପୀଠ କପିଳାସ ଶ୍ରୀଚନ୍ଦ୍ରଶେଖରଜୀଉ, ଉନ୍ନକୋଟୀଶ୍ୱର, ସିଦ୍ଧଗଣେଶ, ଯୋରନ୍ଦା ମହିମାଗାଦି, ତପୋବନ, ଶ୍ରୀ ସିଦ୍ଧ ବଳରାମ, ସପ୍ତଶଯ୍ୟାସ୍ଥିତ ରାମଚନ୍ଦ୍ରଜୀଉ, ବଡ଼ନାଗେନା ନାଗନାଥେଶ୍ୱର, ଗଦାଧରପ୍ରସାଦ ପଶ୍ଚିମେଶ୍ୱର, ଆମ୍ବବାହାଳି ଦତ୍ତାତ୍ରେୟ ସାଇଆଶ୍ରମ, ନାଧରା ରାମଚଣ୍ଡୀ ଠାକୁରାଣୀ ଓ କନକେଶ୍ୱର, ଜୀବନଖୋଲ, ତେନ୍ତୁଳିସିଂହା ରାମେଶ୍ୱର, ହାଟୁଆରି କପିଳେଶ୍ୱର, ସିବୁଳାପଶି ସ୍ବପ୍ନେଶ୍ୱର, ଭୁବନ ବୁଦ୍ଧେଶ୍ୱର, ରାମିଆଳ ନଦୀ ଅବବାହିକା, ଗୁଣ୍ଡିଚାନାଳୀ ନଦୀପଠା, କୁଆଳୋ ସ୍ବପ୍ନେଶ୍ୱର ମହାଦେବ, ସରାଙ୍ଗ ଅନନ୍ତଶୟନ, ରଞ୍ଜାଗୋଳ ଶିମମନ୍ଦିର, ରକଲା କୁଣ୍ଡଳେଶ୍ୱର ଶିବମନ୍ଦିର, ମହାତଳା ମାତଳେଶ୍ୱର ମହାଦେବ, ସିଦ୍ଧେଶ୍ୱର ମହାଦେବ, ବ୍ରହ୍ମପୁରା ଅଲେଖ ମହିମା ଟୁଙ୍ଗୀ, ଚିତ୍ତଲପୁର ଉଗ୍ରେଶ୍ୱର ମହାଦେବ, ଦଣ୍ଡାଧର ଡ୍ୟାମ୍‌, ଦଦରାଘାଟି ଡ୍ୟାମ, ସାପୁଆ ଡ୍ୟାମ୍‌ ରହିଛି।
ଏସବୁ ପ୍ରମୁଖ ସ୍ଥାନଗୁଡ଼ିକ ଉପରେ କଡ଼ାନଜର ରଖିବାକୁ ସମ୍ପୃକ୍ତ ଉପଜିଲାପାଳ, ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣା ମଧ୍ୟରେ ଦେବକାର୍ଯ୍ୟ ଯଥାନୀତି ଚାଲିବ। ସରକାରୀ କର୍ମଚାରୀ, ଜରୁରୀ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ ଦେବୋତ୍ତର କର୍ମଚାରୀ, ସେବାୟତମାନେ କଟକଣାରୁ ମୁକ୍ତ ରହିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri