ସମୟ ନାହିଁ

ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାଙ୍କୁ ସାମିଲ କରାଯାଉଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ‘ଶିଶୁ ଓ ସଶସ୍ତ୍ର ସଂଘର୍ଷ’ ଶୀର୍ଷକ ଆଲୋଚନାରେ ଭାରତ ଚିନ୍ତାପ୍ରକଟ କରିଛି। ଏଥିରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗ୍‌ଲା ଭାଗ ନେଇ ଶିଶୁଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ କରାଇବାରେ ଦାୟୀ ସବୁ ବିଷୟଗୁଡ଼ିକ ଉପରେ ପଦକ୍ଷେପ ନେବା ସହ ଏଗୁଡ଼ିକୁ ଶେଷ କରିବାକୁ ଆହ୍ବାନ ଦେଇଛନ୍ତି।
ନିକଟରେ ଆଫ୍ରିକାର ବୁର୍କିନାଫାସୋର ୧୨ରୁ ୧୪ ବର୍ଷର ପିଲାଙ୍କ ଅଣସଂଗଠିତ ସେନା ପ୍ରାୟ ଏକ ଗ୍ରାମରେ ପ୍ରବେଶ କରି ସ୍ତ୍ରୀ ଲୋକ ଏବଂ ପିଲାଙ୍କ ସମେତ ୧୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା କଲେ। କେତେକ ଜାଗାରେ ଏହିଭଳି ଯୁବବାହିନୀ ଧର୍ମ ନାମରେ ରକ୍ତର ସମୁଦ୍ର ବୁହାଉଥିବାବେଳେ ଅନ୍ୟ କେତେକ ଜାଗାରେ ଜାତିଗତ ବିଦ୍ୱେଷକୁ ନେଇ ହତ୍ୟା ରଚୁଛନ୍ତି। ଏ ସମ୍ପର୍କରେ ଜାତିସଂଘରେ ନିକଟରେ ଉଦବେଗ୍‌ ପ୍ରକାଶ ପାଇଛି। ଭାରତର ବହିର୍ବ୍ୟାପାର ସଚିବ ତାଙ୍କ ଭାଷଣରେ ଏହାର ପ୍ରତିକାର ସମ୍ପର୍କରେ କହିଛନ୍ତି ଯେ, ଏହିସବୁ ବିଷୟଗୁଡ଼ିକୁ ଧ୍ୟାନ ଦେଇ ଶିଶୁମାନଙ୍କ ସୁରକ୍ଷା ସହ ଆତଙ୍କବାଦକୁ ରୋକିବା ପାଇଁ ଏକ ସମନ୍ବିତ ଦୃଷ୍ଟିକୋଣ ଆପଣାଇବାକୁ ପଡ଼ିବ। ସେହିଭଳି ଅନ୍ୟ ଦେଶ ନେତାମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କିନ୍ତୁ ଏହି ବିରାଟକାୟ ସମସ୍ୟାର ସମାଧାନ ଦିଗରେ କୌଣସି ଦେଶ ତରଫରୁ ବିଧିବଦ୍ଧ ପ୍ରସ୍ତାବ ଆସିଥିବା ଖବର ପଢ଼ିବାକୁ ମିଳିନାହିଁ। ଧର୍ମ କିମ୍ବା ଅନ୍ୟ କୌଣସିଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦାରିଦ୍ର୍ୟ। ଖାଦ୍ୟ ପାଉ ନ ଥିବା ଶିଶୁ ଏହିଭଳି ଗ୍ୟାଙ୍ଗ୍‌ ବା ସେନାରେ ସାମିଲ ହେବା ପାଇଁ ଆକର୍ଷିତ ହେଉଛନ୍ତି। ନିଜ ମୁଣ୍ଡରୁ ବୋଝ ଦୂର କରିବାକୁ ଯାଇ ମାତାପିତା ମଧ୍ୟ ପିଲାମାନଙ୍କୁ ଏଥିରେ ଯୋଗ ଦେବାକୁ ବାରଣ କରୁନାହାନ୍ତି। ଉତ୍ତରପ୍ରଦେଶରେ ପିଲାମାନେ ଗାଲିଚା ଶିଳ୍ପରେ କାମ କଲା ପରି ଆଫ୍ରିକା ଓ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କରିବାଟା ଏକ ଶିଳ୍ପରେ ପରିଣତ ହୋଇଗଲାଣି। ଆଜିର ଦୁନିଆରେ ଶିଶୁଶ୍ରମିକମାନଙ୍କର ଅଭାବ ଥିଲା ଭଳି ମନେହେଉନାହିଁ। ଏଭଳି ସ୍ଥଳେ ଏହି ପିଲାମାନଙ୍କ ପ୍ରତି ଦୟା ଓ ମମତା ପୋଷଣ କରିବା ସହିତ ସେମାନଙ୍କର ଆର୍ଥିକ ପରିସ୍ଥିତିରେ ଉନ୍ନତି କରାଇବାର ଦାୟିତ୍ୱ ସମଗ୍ର ପୃଥିବୀ ଉପରେ ପଡ଼ିଛି। ତେବେ ପୃଥିବୀର ସମୟ ନାହିଁ ଏହି ଭବିଷ୍ୟତ ପିଢ଼ିର କଥା ଚିନ୍ତା କରିବାକୁ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri