ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷାନୁଷ୍ଠାନ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ବି ଶିକ୍ଷକ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିପାରି ନାହିଁ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଭାରତ ସରକାରଙ୍କ ୨୦୧୩ ଜାନୁୟାରୀ ୧୯ ଗେଜେଟ ଅନୁସାରେ, ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନ୍ସିଟିଇ) ଏନେଇ କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି। ତେଣୁ ଏ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଶିକ୍ଷକ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିନାହାନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ କହିଛନ୍ତି। ନାକ୍ ମାନ୍ୟତା ପ୍ରଦାନ ସମ୍ପର୍କରେ ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଲେ, ନାକ୍ ମାନ୍ୟତା ହାସଲ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଅତି କମ୍ରେ ୨ଟି ବ୍ୟାଚ୍ ଛାତ୍ରୀଛାତ୍ର ପାସ୍ କରିଥିବା ଆବଶ୍ୟକ କିମ୍ବା ଶିକ୍ଷାନୁଷ୍ଠାନଗୁଡ଼ିକ ୬ବର୍ଷ ପୂରଣ କରିଥିବା ଆବଶ୍ୟକ। ଏସବୁ ସର୍ତ୍ତାବଳୀକୁ ପୂରଣ କରିବାରେ ବର୍ତ୍ତମାନ ରାଜ୍ୟର ୧୬ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ଅଛି। ସେଗୁଡ଼ିକ ହେଲା ବ୍ରହ୍ମପୁରସ୍ଥିତ ଦିବାକର ପଟ୍ଟନାୟକ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଷ୍ଟଡିଜ୍ ଇନ୍ ଏଜୁକେଶନ, କଟକର ରାଧାନାଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଷ୍ଟଡିଜ୍ ଇନ୍ ଏଜୁକେଶନ, ଭୁବନେଶ୍ୱରର ନଳିନୀ ଦେବୀ ଓମେନ୍ସ କଲେଜ ଅଫ୍ ଟିଚର ଏଜୁକେଶନ, ଫକୀରପୁରର ଏଏ ଟ୍ରେନିଂ କଲେଜ, ଅନୁଗୋଳର ନବକୃଷ୍ଣ ଚୌଧୁରୀ କଲେଜ ଅଫ୍ ଟିଚର ଏଜୁକେଶନ, କୋରାପୁଟର ଡିଏଭି କଲେଜ ଅଫ୍ ଟିଚର ଏଜୁକେଶନ, କଟକର ହିନ୍ଦୀ ଟିଚର ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍, ଭଞ୍ଜନଗରର କେଏସ୍ୟୁବି କଲେଜ ଅଫ୍ ଟିଚର ଏଜୁକେଶନ, ରାଉରକେଲାର କଲେଜ ଅଫ୍ ଟିଚର ଏଜୁକେଶନ, ବାରିପଦାର ୟୁଜି କଲେଜ ଅଫ୍ ଟିଚର ଏଜୁକେଶନ, ସମ୍ବଲପୁରର ଡ. ପିଏମ୍ ଆଇଏଏସ୍ଇ, ବାଲେଶ୍ୱରର କଲେଜ ଅଫ୍ ଟିଚର ଏଜୁକେଶନ, ବଲାଙ୍ଗୀର କଲେଜ ଅଫ୍ ଟିଚର ଏଜୁକେଶନ, ଫୁଲବାଣୀ ସରକାରୀ ଟିଚର ଟ୍ରେନିଂ କଲେଜ, କନ୍ଧମାଳର ସରକାରୀ ବିଏଡ୍ ଟ୍ରେନିଂ କଲେଜ ଏବଂ ଭବାନୀପାଟଣା କଲେଜ ଅଫ୍ ଟିଚର ଏଜୁକେଶନ। ଖୁବ୍ଶୀଘ୍ର ସମସ୍ତ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…
ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...
ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ
ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...
ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା
ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...
ଯୁବା ବିଧାୟିକାଙ୍କୁ ରଗାଇଦେଲେ ସଞ୍ଜୟ: କହୁକହୁ ଗୁମର ଖୋଲି ପକାଇଲେ ଉପାସନା
ଭୁବନେଶ୍ୱର,୧୬।୧୨: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ...
ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...
ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ
ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...
ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…
ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ...
ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…
ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...
Archives


