ଭାରତକୁ ଆମେରିକାର ଧମକ ପରେ ରୁଷିଆର ଜବାବ: ”କୌଣସି ଟାରିଫ କିମ୍ବା କଟକଣା ଇତିହାସକୁ ଅଟକାଇ ପାରିବ”

ନୂଆଦିଲ୍ଲୀ,୫।୮: ରୁଷିଆ ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଉପରେ “ନିଓକଲୋନିଆଲ” ନୀତି ଅନୁସରଣ କରି ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ବିରୋଧରେ ଓ୍ୱାଶିଂଟନର ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ, ଆମେରିକା ସ୍ୱାଧୀନ ନୀତି ଅବଲମ୍ବନ କରୁଥିବା ଦେଶଗୁଡ଼ିକ ଉପରେ “ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଅର୍ଥନୈତିକ ଚାପ” ପକାଉଛି। ସେ ରୁଷିଆର ଏହି ଦେଶଗୁଡ଼ିକ ସହ ସହଯୋଗ ବୃଦ୍ଧି କରି ଏକ “ପ୍ରକୃତ ବହୁପାକ୍ଷିକ” ଓ ସମାନ ବିଶ୍ୱ ବ୍ୟବସ୍ଥା ଗଠନ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ଦେଶ ଉପରେ ନୂଆ ଟାରିଫ ଘୋଷଣା ପରେ ମସ୍କୋର ଏହି ମନ୍ତବ୍ୟ ଆସିଛି। ଜାଖାରୋଭା କହିଛନ୍ତି, ଟାରିଫ ଓ କଟକଣା ହେଉଛି ବିଶ୍ୱର ବର୍ତ୍ତମାନର ଏକ “ଦୁଃଖଦ ବାସ୍ତବତା”, ଯାହା ଆମେରିକାର “ଆଧିପତ୍ୟ ହରାଇବା”କୁ ଗ୍ରହଣ କରିବାରେ ଅସମର୍ଥତାକୁ ପ୍ରତିଫଳିତ କରୁଛି। ସେ ଟ୍ରମ୍ପଙ୍କ ଟାରିଫ ନୀତିକୁ ଦେଶଗୁଡ଼ିକର ଜାତୀୟ ସାର୍ବଭୌମତ୍ୱ ଉପରେ “ସିଧାସଳଖ ଅତିକ୍ରମଣ” ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ “ହସ୍ତକ୍ଷେପର ପ୍ରୟାସ” ବୋଲି ଅଭିହିତ କରିଛନ୍ତି।

ଜାଖାରୋଭା କହିଛନ୍ତି, “କୌଣସି ଟାରିଫ ଯୁଦ୍ଧ କିମ୍ବା ନିଷେଧାଦେଶ ଇତିହାସର ସ୍ୱାଭାବିକ ଗତିକୁ ଅଟକାଇ ପାରିବ ନାହିଁ। ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ଏବଂ ବିଶେଷତଃ ବ୍ରିକ୍ସରେ ଆମର ଅନେକ ସହଯୋଗୀ ଏହି ଦୃଷ୍ଟିକୋଣକୁ ସମର୍ଥନ କରୁଛନ୍ତି।” ସେ ରୁଷିଆ ଏହି “ଅବୈଧ ଏକପାକ୍ଷିକ କଟକଣାର” ବିରୋଧରେ ସହଯୋଗ ଗଭୀର କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ବ୍ରିକ୍ସରେ ୨୦୨୪ରେ ଇଜିପ୍ଟ, ଇଥିଓପିଆ, ଇରାନ, ଏବଂ ସଂଯୁକ୍ତ ଆରବ ଏମିରେଟସ୍(ୟୁଏଇ) ଏବଂ ୨୦୨୫ରେ ଇଣ୍ଡୋନେସିଆ ସାମିଲ ହୋଇଛନ୍ତି।

ସେ ଆମେରିକାର ନୀତି ଅର୍ଥନୈତିକ ଅଭିବୃଦ୍ଧିରେ ବାଧା, ଯୋଗାଣ ଶୃଙ୍ଖଳାରେ କ୍ଷତି ଏବଂ ବିଶ୍ୱ ଅର୍ଥନୀତିର ଖଣ୍ଡବିଖଣ୍ଡନ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି।

ଟ୍ରମ୍ପ ସୋମବାର କହିଛନ୍ତି ଯେ, ଭାରତ ରୁଷିଆରୁ “ବିପୁଳ ପରିମାଣର ତେଲ” କିଣୁଥିବା ଏବଂ ଏହାକୁ “ବଡ଼ ଲାଭ” ପାଇଁ ଖୋଲା ବଜାରରେ ବିକ୍ରି କରୁଥିବାରୁ ଭାରତ ଉପରେ ଟାରିଫ “ନିଶ୍ଚିତ ଭାବେ ବୃଦ୍ଧି” କରାଯିବ। ଏହାର ଜବାବରେ ଭାରତ କହିଛି, ୟୁକ୍ରେନ ସଂଘର୍ଷ ପରେ ରୁଷିଆରୁ ତୈଳ ଆମଦାନୀ ଆରମ୍ଭ କରିବାବେଳେ ଆମେରିକା “ଏହାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ” କରିଥିଲା। ଭାରତୀୟ ରିଫାଇନାରୀଙ୍କୁ ଟାର୍ଗେଟ କରୁଥିବା ୟୁରୋପୀୟ ସଂଘର ଅଭିଯୋଗକୁ ଖଣ୍ଡନ କରି ଭାରତ କହିଛି, ଏହି ଦେଶଗୁଡ଼ିକ ନିଜେ ରୁଷିଆ ସହ ବାଣିଜ୍ୟ କରୁଛନ୍ତି, ଯେଉଁଥିରେ “ଜରୁରୀ ଆବଶ୍ୟକତା” ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri