ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର: ସବୁ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର,୫ା୮(ରବିନାରାୟଣ ଜେନା):ରାଜ୍ୟର କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ(ବାବୁ) ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତା’ର ଟିକିନିଖି ହିସାବ ରାଜ୍ୟ ସରକାର ଲୋଡ଼ିଛନ୍ତି। ଏନେଇ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ନିକଟରେ ସଚିବସ୍ତରୀୟ ବୈଠକରେ ସମସ୍ତ ସଚିବଙ୍କୁ ସୂଚାଇ ଥିବାବେଳେ ଜୁଲାଇ ୩୧ରେ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍‌ଡି) କଲ୍ୟାଣ କୁମାର ରଥ ସମସ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ଚଳିତମାସ ୭ତାରିଖ ପୂର୍ବରୁ ସରକାରଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବାକୁ ସେ ଦର୍ଶାଇଛନ୍ତି। ଏହାକୁ ନେଇ ସବୁ ବିଭାଗରେ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି। ବିଭାଗରେ କେତେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ସୋମବାର ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକୁ ନେଇ ଅତିରିକ୍ତ ସଚିବ ସମସ୍ତ ଅଧିକାରୀଙ୍କଠାରୁ ରିପୋର୍ଟ ଲୋଡ଼ିଛନ୍ତି।
ସବୁ ବିଭାଗୀୟ ସଚିବଙ୍କୁ ଓଏସ୍‌ଡି କଲ୍ୟାଣ କୁମାର ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ମୁଖ୍ୟସଚିବଙ୍କ ନିର୍ଦ୍ଦେଶକ୍ରମେ ଜଣାଉଛି କି ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗତ ସଚିବସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା। ସେଥିମଧ୍ୟରେ କର୍ମଚାରୀଙ୍କ ଅବସରଠାରୁ ଆରମ୍ଭ କରି ବାଧ୍ୟତାମୂଳକ ଅବସର ପର୍ଯ୍ୟନ୍ତ, ପ୍ରଶାସନରେ ବୈଷୟିକ ପ୍ରଣୟନ, ନାଗରିକକୈନ୍ଦ୍ରିକ ସରକାରଙ୍କ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟସଚିବ ୧୨ଟି ବିଷୟ ଉପରେ ଏହାର ସ୍ଥିତାବସ୍ଥା ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି।
ସେ ଦର୍ଶାଇଛନ୍ତି, ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ। ଯେଉଁମାନେ ସରକାରଙ୍କ ନିୟମ ଅନୁଯାୟୀ କାଯର୍ର୍‌ୟ ସମ୍ପାଦନା କରୁ ନାହାନ୍ତି ତଥା ଅପାରଗ ବୋଲି ବିବେଚିତ ହେବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ର ସର୍କୁଲାର ଅନୁଯାୟୀ, ସମ୍ପୃକ୍ତ ଅପାରଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ଏ ସମ୍ପର୍କରେ କେଉଁ ବିଭାଗ କେତେ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ସମୀକ୍ଷା କରିଛି ଏବଂ କେତେଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି ତା’ର ବିବରଣୀ ପ୍ରଦାନ କରିବାକୁ ହେବ। ଏହାସହିତ କେତେଜଣ ସରକାରୀ
ଚାକିରିଆଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତା’ର ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଅପ୍‌ଲୋଡ୍‌ ହୋଇଛି କିମ୍ବା ଗଚ୍ଛିତ ରହିଛି ତା’ର ବିବରଣୀ ମଧ୍ୟ ଦେବାକୁ ପଡ଼ିବ। ସେହିପରି ଯେଉଁ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଯଦି ସେ ପଦୋନ୍ନତି ପାଇବାକୁ ଯୋଗ୍ୟ ଅଛନ୍ତି ତାଙ୍କର ନାମ ପଦୋନ୍ନତି ତାଲିକାରେ ନ ଦର୍ଶାଇ କେବଳ ସିଲ୍‌ଡ କଭର ଭିତରେ ରଖାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି।
ସେହିପରି ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଚାକିରିଆଙ୍କ ଅବସରଦିନ ପୂର୍ଣ୍ଣାଙ୍ଗ ପେନ୍‌ସନ ପ୍ରଦାନ କରାଯିବାକୁ କୁହାଯାଇଥିଲା। ତେଣୁ ସମ୍ପୃକ୍ତ ବିଭାଗରେ କେତେଜଣ ଚାକିରିଆ କେଉଁ ମାସରେ ଅବସର ନେଇଛନ୍ତି ଏବଂ କେତେଜଣଙ୍କୁ ବାସ୍ତବରେ ତାଙ୍କର ପେନ୍‌ସନ ପ୍ରମାଣପତ୍ର ପ୍ରଦାନ କରାଯାଇଛି ତା’ର ବିବରଣୀ ନିର୍ଦ୍ଦିଷ୍ଟ ଫର୍ମାଟରେ ଦେବାକୁ ହେବ।
ଏହାସହିତ ସରକାରଙ୍କ ପକ୍ଷରୁ ବିଭାଗୀୟ ସଚିବଙ୍କ ସହିତ ବରିଷ୍ଠ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରିବାପାଇଁ କୁହାଯାଇଥିଲା। ଏହାକୁ ନେଇ କେଉଁ ଅଧିକାରୀ କେଉଁ ତାରିଖରେ କେଉଁ ସ୍ଥାନକୁ ଗନ୍ତବ୍ୟ କରିଛନ୍ତି ଏବଂ ତୃଣମୂଳସ୍ତରରେ ସରକାରଙ୍କ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ କ’ଣ ତଥ୍ୟ ରହିଛି ତାହା ଜଣାଇବାକୁ ପତ୍ରରେ ଉଲ୍ଲେଖ ରହିଛି। ଏହାସହିତ କର୍ମଚାରୀଙ୍କ ଉପସ୍ଥାନ, ବିଭାଗଓ୍ବାରି କେତେ ପଦ ଖାଲି ରହିଛି ଭଳି ବିଭିନ୍ନ ଦିଗ ଉପରେ ହୋଇଥିବା ଆଲୋଚନାକୁ ନେଇ ବିବରଣୀ ପ୍ରଦାନ କରିବାକୁ ଓଏସ୍‌ଡି ପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?