Posted inଜାତୀୟ

ହରଡ଼ଘଣାରେ ରାହୁଲ ଗାନ୍ଧୀ: ମୋଦିଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟରେ…

ନୂଆଦିଲ୍ଲୀ,୫ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ମନ୍ତବ୍ୟ ଦେଉଛନ୍ତି, ଯାହାକୁ ନେଇ ସେ ନିଜେ ହରଡ଼ଘଣାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ରାହୁଲଙ୍କ କେତେକ ଟିପ୍ପଣୀ ତଥ୍ୟ ପ୍ରମାଣ ଆଧାରିତ ହୋଇ ନ ଥିବାରୁ ତାଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠୁଛି। ସେ ମୋଦିଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟରେ ଦେଶର ସ୍ବାର୍ଥକୁ ବଳି ପକାଇ ଦେଉଛନ୍ତି ବୋଲି ଅନେକେ ମତ ଦେଉଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ସୋମବାର ରାହୁଲଙ୍କ ଏକ ଟିପ୍ପଣୀକୁ ନେଇ ତାଙ୍କ ଉପରେ କ୍ଷୁବ୍ଧ ହୋଇ ଭର୍ତ୍ସନା କରିଛନ୍ତି। ଲୋକ ସଭାରେ ସମ୍ପ୍ରତି ବିରୋଧୀ ଦଳ ନେତା ଥିବା ରାହୁଲ ୨୦୨୨ ଡିସେମ୍ବରରେ ଭାରତ ଯୋଡ଼ୋ ଯାତ୍ରାରେ ଥିବାବେଳେ ୨୦୨୦ର ଗଲଓ୍ବାନ୍‌ ସଂଘର୍ଷ ପ୍ରସଙ୍ଗ ଉଠାଇ ଭାରତର ୨,୦୦୦ ବର୍ଗ କି.ମି. ଭୂଖଣ୍ଡକୁ ଚାଇନା ମାଡ଼ିବସିଥିବା କହିଥିଲେ। ଏନେଇ ରାହୁଲଙ୍କ ବିରୋଧରେ ଏକ ଆପରାଧିକ ମାନହାନି ମାମଲାରେ ଲକ୍ଷ୍ନୌ ହାଇକୋର୍ଟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିବାବେଳେ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏହାର ଶୁଣାଣି କରି କହିଛନ୍ତି, ରାହୁଲ ହେଉଛନ୍ତି ବିରୋଧୀ ଦଳର ନେତା। ସେ ଏହି ପ୍ରସଙ୍ଗ ପାର୍ଲାମେଣ୍ଟରେ ନ ଉଠାଇ ସୋସିଆଲ ମିଡିଆରେ କାହିଁକି କହୁଛନ୍ତି? ଭାରତର ୨,୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଚାଇନା ଦଖଲ କରିଥିବା ରାହୁଲ କିପରି ଜାଣିଲେ ଏବଂ ସେଠାରେ ସେ ଥିଲେ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ତାଙ୍କ କଥାର କ’ଣ ବିଶ୍ୱସନୀୟ ତଥ୍ୟ ରହିଛି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ଯୋଡ଼ୋ ଯାତ୍ରା ସମୟରେ ଭାରତୀୟ ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ସୋମବାର ଭର୍ତ୍ସନା କରିଛନ୍ତି। ଯଦି ଆପଣ ଜଣେ ସଚ୍ଚା ଭାରତୀୟ ହୋଇଥାନ୍ତେ, ତେବେ ଏଭଳି କଥା କହି ନ ଥାନ୍ତେ ବୋଲି ଶୀର୍ଷ ଅଦାଲତ କହିଛନ୍ତି। ଅନ୍ୟପକ୍ଷରେ ଲକ୍ଷ୍ନୌ କୋର୍ଟରେ ରାହୁଲଙ୍କ ବିରୋଧରେ ଆପରାଧିକ ମାନହାନି ମାମଲାର କାର୍ଯ୍ୟାନୁଷ୍ଠାନ ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଜାରି କରିଛନ୍ତି। ଏନେଇ ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାର ଏବଂ ଅଭିଯୋଗକାରୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ରାହୁଲଙ୍କୁ ଖଣ୍ଡପୀଠ କହିଥିଲେ, ଆପଣ ବିରୋଧୀ ଦଳ ନେତା। ଏହି ପ୍ରସଙ୍ଗ ପାର୍ଲାମେଣ୍ଟରେ ନ ଉଠାଇ ସୋସିଆଲ ମିଡିଆରେ କହିବାକୁ ପଡ଼ିଲା କ’ଣ ପାଇଁ? ଭାରତର ୨,୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଚାଇନା ଦଖଲ କରିଥିବା କିପରି ଜାଣିଲେ। ଆପଣ ସେଠାରେ ଥିଲେ କି? ଏନେଇ ଆପଣଙ୍କ ପାଖରେ କୌଣସି ବିଶ୍ୱସନୀୟ ତଥ୍ୟ ରହିଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ରାହୁଲଙ୍କ ତରଫରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘ୍‌ଭି କହିଥିଲେ, ଯଦି ଜଣେ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇ ନ ପାରିବେ, ତେବେ ତାହା ଏକ ଦୁର୍ଭାଗ୍ୟଜନକ ସ୍ଥିତି ହେବ। ଗଣମାଧ୍ୟମରେ ପ୍ରକାଶିତ ବିଷୟ ଯଦି କହି ନ ପାରିବେ, ତେବେ ସେ ବିରୋଧୀ ଦଳ ନେତା ରହିପାରିବେ ନାହିଁ ବୋଲି ସିଂଘଭି କହିଥିଲେ। ଖଣ୍ଡପୀଠଙ୍କ ସଚ୍ଚା ଭାରତୀୟ ମନ୍ତବ୍ୟ ଉପରେ ଆଇନଜୀବୀ କହିଥିଲେ, ୨୦ ଜଣ ଭାରତୀୟ ସୈନ୍ୟଙ୍କୁ ମାଡ଼ ମରାଯାଇଥିଲା ଓ ମୃତ୍ୟୁ ଘଟିଥିଲା ବୋଲି ଜଣେ ସଚ୍ଚା ଭାରତୀୟ କହିବା ସମ୍ଭବ। ଏହା ମଧ୍ୟ ଏକ ଚିନ୍ତାର ବିଷୟ। ଏହା ଉପରେ ଶୀର୍ଷ ଅଦାଲତ କହିଥିଲେ, ସଂଘର୍ଷ ବେଳେ ଉଭୟ ପକ୍ଷରୁ ମୃତାହତ ହେବା ଅସାଧାରଣ ନୁହେଁ। ସିଂଘ୍‌ଭି କହିଥିଲେ, ରାହୁଲ କେବଳ ଘଟଣାକୁ ପ୍ରଘଟ କରିଛନ୍ତି ଓ ତଥ୍ୟକୁ ଚାପିଦିଆଯାଉଥିବା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏହାର ଜବାବରେ ଜଷ୍ଟିସ୍‌ ଦତ୍ତା କହିଥିଲେ, ଜଣେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ନେତା ଭାବେ ରାହୁଲ ଏଭଳି କରିବାର ନ ଥିଲା। ଏଭଳି ପ୍ରଶ୍ନ ଉଠାଇବା ପାଇଁ ଉପଯୁକ୍ତ ଫୋରମ୍‌ ରହିଛି। ସିଂଘ୍‌ଭି ଏହାକୁ ଗ୍ରହଣ କରିବା ସହ ଆପରାଧିକ ଅଭିଯୋଗକୁ ଅଦାଲତ ସଜ୍ଞାନକୁ ନେବା ପୂର୍ବରୁ ଅଭିଯୁକ୍ତଙ୍କ ଯୁକ୍ତି ଶୁଣିବା ବାଧ୍ୟତାମୂଳକ, ଯାହା ବର୍ତ୍ତମାନର ମାମଲାରେ ହୋଇନାହିଁ। ଏହା ଶୁଣିବା ପରେ ଶୀର୍ଷ ଅଦାଲତ ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିବା ସହ ଲକ୍ଷ୍ନୌ ଅଦାଲତଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ସୂଚନାଯୋଗ୍ୟ, ରାହୁଲଙ୍କ ଆବେଦନକୁ ଗତ ମେ’ ୨୯ରେ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଦେବା ପରେ ସେ ସମନ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରିଥିଲେ। ୨୦୨୨ ଡିସେମ୍ବରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଭିଯୋଗକାରୀ ଉଦୟଶଙ୍କର ଶ୍ରୀବାସ୍ତବ କୋର୍ଟରେ ଦାଖଲ କରିଥିବା ପିଟିଶନରେ ଦର୍ଶାଇଥିଲେ, ଚାଇନା ସୈନ୍ୟଙ୍କ ସହ ସଂଘର୍ଷ ପରିପ୍ରେକ୍ଷୀରେ ରାହୁଲ ଭାରତୀୟ ସେନା ବିରୋଧରେ ଅନେକ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଫଳରେ ତଳକୋର୍ଟ ରାହୁଲଙ୍କୁ ଜଣେ ଅଭିଯୁକ୍ତ ଭାବେ ସମନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?