ଭାରତକୁ ଆମେରିକାର ଧମକ ପରେ ରୁଷିଆର ଜବାବ: ”କୌଣସି ଟାରିଫ କିମ୍ବା କଟକଣା ଇତିହାସକୁ ଅଟକାଇ ପାରିବ”

ନୂଆଦିଲ୍ଲୀ,୫।୮: ରୁଷିଆ ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଉପରେ “ନିଓକଲୋନିଆଲ” ନୀତି ଅନୁସରଣ କରି ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ବିରୋଧରେ ଓ୍ୱାଶିଂଟନର ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ, ଆମେରିକା ସ୍ୱାଧୀନ ନୀତି ଅବଲମ୍ବନ କରୁଥିବା ଦେଶଗୁଡ଼ିକ ଉପରେ “ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଅର୍ଥନୈତିକ ଚାପ” ପକାଉଛି। ସେ ରୁଷିଆର ଏହି ଦେଶଗୁଡ଼ିକ ସହ ସହଯୋଗ ବୃଦ୍ଧି କରି ଏକ “ପ୍ରକୃତ ବହୁପାକ୍ଷିକ” ଓ ସମାନ ବିଶ୍ୱ ବ୍ୟବସ୍ଥା ଗଠନ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ଦେଶ ଉପରେ ନୂଆ ଟାରିଫ ଘୋଷଣା ପରେ ମସ୍କୋର ଏହି ମନ୍ତବ୍ୟ ଆସିଛି। ଜାଖାରୋଭା କହିଛନ୍ତି, ଟାରିଫ ଓ କଟକଣା ହେଉଛି ବିଶ୍ୱର ବର୍ତ୍ତମାନର ଏକ “ଦୁଃଖଦ ବାସ୍ତବତା”, ଯାହା ଆମେରିକାର “ଆଧିପତ୍ୟ ହରାଇବା”କୁ ଗ୍ରହଣ କରିବାରେ ଅସମର୍ଥତାକୁ ପ୍ରତିଫଳିତ କରୁଛି। ସେ ଟ୍ରମ୍ପଙ୍କ ଟାରିଫ ନୀତିକୁ ଦେଶଗୁଡ଼ିକର ଜାତୀୟ ସାର୍ବଭୌମତ୍ୱ ଉପରେ “ସିଧାସଳଖ ଅତିକ୍ରମଣ” ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ “ହସ୍ତକ୍ଷେପର ପ୍ରୟାସ” ବୋଲି ଅଭିହିତ କରିଛନ୍ତି।

ଜାଖାରୋଭା କହିଛନ୍ତି, “କୌଣସି ଟାରିଫ ଯୁଦ୍ଧ କିମ୍ବା ନିଷେଧାଦେଶ ଇତିହାସର ସ୍ୱାଭାବିକ ଗତିକୁ ଅଟକାଇ ପାରିବ ନାହିଁ। ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ଏବଂ ବିଶେଷତଃ ବ୍ରିକ୍ସରେ ଆମର ଅନେକ ସହଯୋଗୀ ଏହି ଦୃଷ୍ଟିକୋଣକୁ ସମର୍ଥନ କରୁଛନ୍ତି।” ସେ ରୁଷିଆ ଏହି “ଅବୈଧ ଏକପାକ୍ଷିକ କଟକଣାର” ବିରୋଧରେ ସହଯୋଗ ଗଭୀର କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ବ୍ରିକ୍ସରେ ୨୦୨୪ରେ ଇଜିପ୍ଟ, ଇଥିଓପିଆ, ଇରାନ, ଏବଂ ସଂଯୁକ୍ତ ଆରବ ଏମିରେଟସ୍(ୟୁଏଇ) ଏବଂ ୨୦୨୫ରେ ଇଣ୍ଡୋନେସିଆ ସାମିଲ ହୋଇଛନ୍ତି।

ସେ ଆମେରିକାର ନୀତି ଅର୍ଥନୈତିକ ଅଭିବୃଦ୍ଧିରେ ବାଧା, ଯୋଗାଣ ଶୃଙ୍ଖଳାରେ କ୍ଷତି ଏବଂ ବିଶ୍ୱ ଅର୍ଥନୀତିର ଖଣ୍ଡବିଖଣ୍ଡନ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି।

ଟ୍ରମ୍ପ ସୋମବାର କହିଛନ୍ତି ଯେ, ଭାରତ ରୁଷିଆରୁ “ବିପୁଳ ପରିମାଣର ତେଲ” କିଣୁଥିବା ଏବଂ ଏହାକୁ “ବଡ଼ ଲାଭ” ପାଇଁ ଖୋଲା ବଜାରରେ ବିକ୍ରି କରୁଥିବାରୁ ଭାରତ ଉପରେ ଟାରିଫ “ନିଶ୍ଚିତ ଭାବେ ବୃଦ୍ଧି” କରାଯିବ। ଏହାର ଜବାବରେ ଭାରତ କହିଛି, ୟୁକ୍ରେନ ସଂଘର୍ଷ ପରେ ରୁଷିଆରୁ ତୈଳ ଆମଦାନୀ ଆରମ୍ଭ କରିବାବେଳେ ଆମେରିକା “ଏହାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ” କରିଥିଲା। ଭାରତୀୟ ରିଫାଇନାରୀଙ୍କୁ ଟାର୍ଗେଟ କରୁଥିବା ୟୁରୋପୀୟ ସଂଘର ଅଭିଯୋଗକୁ ଖଣ୍ଡନ କରି ଭାରତ କହିଛି, ଏହି ଦେଶଗୁଡ଼ିକ ନିଜେ ରୁଷିଆ ସହ ବାଣିଜ୍ୟ କରୁଛନ୍ତି, ଯେଉଁଥିରେ “ଜରୁରୀ ଆବଶ୍ୟକତା” ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?