ମତଦାନ,ଗଣତି ଦିନ ମଦ ବିକ୍ରି ଉପରେ କଟକଣା

ଭୁବନେଶ୍ୱର, ୭।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ଏବଂ ଗଣତି ଦିନ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଏ ନେଇ ଅବକାରୀ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କମିଶନର୍‌ ଆଶିଷ ସିଂ ସମସ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । ମତଦାନ ଏବଂ ଗଣତି ହେଉଥିବା ଅଞ୍ଚଳରେ ସେହି ଦିନ ମଦ ବିକ୍ରି ହୋଇପାରିବ ନାହିଁ । ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ହେବାକୁ ଥିବା ମତଦାନ ଦିନ ମଦ ଦୋକାନ ବନ୍ଦ ରହିବ । ସେହିପରି
ଫେବୃୟାରୀ ୨୬ରୁ ୨୮ରେ ଭୋଟ ଗଣତି ହେବ, ସେହିଦିନ ମଧ୍ୟ ମଦ ବିକ୍ରି ହୋଇପାରିବ ନାହିଁ। ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବ୍‌ରେ ମଧ୍ୟ ବାରଣ କରାଯାଇଛି ।