ଆବାସ ହଡ଼ପ: ମୁଣ୍ଡ ଗୁଞ୍ଜିବା ଲାଗି ଛାତ ନାହିଁ

ଆଳି,୧୩ା୫ (ଡି.ଏନ.ଏ.): ରାଜ୍ୟ ସରକାର ଆବାସ ଯୋଜନା ମାଧ୍ୟମରେ ଗରିବ ଅସହାୟ ପରିବାରକୁ ପକ୍କାଘର ଯୋଗାଇ ଦେଉଛନ୍ତି। ଚାଳ ଘର ରହିବ ନାହିଁ, ସମସ୍ତଙ୍କୁ ମିଳିବ ଆବାସ ଗୃହ। ଏହି ଯୋଜନାର ସଫଳ ରୂପାୟନ ଦେବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହି ଯୋଜନାରୁ ଜଣେ ହିତାଧିକାରୀଙ୍କ ନାମରେ ଆସିଥିବା ଆବାସ ଗୃହକୁ ହଡ଼ପ କରାଯାଇଛି। ପ୍ରଶାସନ ତାଲିକାରେ ତାଙ୍କୁ ଗୃହ ମିଳିଥିବା ଜଣାପଡିଥିବା ବେଳେ ସେ ଚାଳଘରେ ଜୀବନ ଅତିବାହିତ କରୁଛନ୍ତି। ଆବାସ ଖଣ୍ଡେ ପାଇଁ ଦୀର୍ଘବର୍ଷ ହେବ ଆଳି ବିଡିଓ, ଜିଲାପାଳଙ୍କ ନିକଟକୁ ଧାଉଁଥିବା ହିତାଧିକାରୀଙ୍କ କୋଠାଘର ଥିବା ତଥ୍ୟ ମିଳିଛି। ଏହାକୁ ନେଇ ହିତାଧିକାରୀ ଏବେ ଚିନ୍ତାରେ ପଡିଛନ୍ତି। ଏଭଳି ଦେଖିବାକୁ ମିଳିଛି, କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଆୟତପୁର ଗଁାରେ। ଗଁାର ଶିବରାମ ସୂତାରଙ୍କ ୩ ଝିଅପୁଅ ଓ ସ୍ତ୍ରୀଙ୍କୁ ନେଇ ପରିବାର। ସେ କାଠ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସେ ରହୁଥିବା ଘରଟିର ବିଭିନ୍ନ ପାର୍ଶ୍ୱ ମାଟିକାନ୍ଥ ଖଣ୍ଡ ଖଣ୍ଡ ଖସୁଛି। ବିପଦସଂକୁଳ ଅବସ୍ଥାରେ ସେହି ଘରେ ସେ ପରିବାର ସହ ଆଶ୍ରୟ ନେଇଛନ୍ତି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆବାସ ଖଣ୍ଡେ ପାଇବା ନିମନ୍ତେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଆବାସ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଇ ମେଲ ଯୋଗେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଏହାର ତଦନ୍ତ ନିମନ୍ତେ ଆସିଥିବା ରିପୋର୍ଟରେ ଆଳି ବିଡିଓ ଜିଲାପାଳଙ୍କୁ ଦେଇଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି ଯେ ଶିବରାମଙ୍କ ପକ୍କାଘର ରହିଛି। ଏହି ଦସ୍ତାବିଜଟି ଶିବରାମଙ୍କ ନିକଟରେ ପହଞ୍ଚତ୍ବା ପରେ ତାଙ୍କ ମୁଣ୍ଡରେ ଚଡକ ପଡିଛି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା।
ଶିବରାମ ଦୀର୍ଘବର୍ଷ ଧରି ଚାଳଘରେ ବସବାସ କରୁଥିବା ବେଳେ ବିଡିଓ କେଉଁ ଆଧାରରେ ଏହି ତଦନ୍ତ କରି ରିପୋର୍ଟ ଦେଲେ ତାହା ଏବେ ତଦନ୍ତସାପେକ୍ଷ। ଏ ନେଇ ଶିବରାମ କହିଛନ୍ତି, ଦୀର୍ଘବର୍ଷ ହେବ ଆବାସ ଖଣ୍ଡେ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଏହି ଚିଠି ନିଶ୍ଚିତ ଭାବେ ସୂଚାଇ ଦେଉଛି ଯେ ତାଙ୍କ ନାମରେ ଆସିଥିବା ଆବାସକୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ବ୍ଲକ ପ୍ରଶାସନ ମିଳିତ ଭାବେ ହଡ଼ପ କରିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରୁ ଏବେ ନୂତନ ଘରର ଟାର୍ଗେଟ ଆସିନି। ଉକ୍ତ ରିପୋର୍ଟ ସମ୍ପର୍କରେ ସେ ଅବଗତ ନାହାନ୍ତି। ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା ଶିବରାମ ଆବାସ ଆସିଛି, ଯଦି ଆସିଛି କାହାକୁ ମିଳିଛି ନା ଏହାକୁ ହଡ଼ପ କରାଯାଇଛି, ତାହା ତଦନ୍ତ ଘେରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri