ଆବାସ ହଡ଼ପ: ମୁଣ୍ଡ ଗୁଞ୍ଜିବା ଲାଗି ଛାତ ନାହିଁ

ଆଳି,୧୩ା୫ (ଡି.ଏନ.ଏ.): ରାଜ୍ୟ ସରକାର ଆବାସ ଯୋଜନା ମାଧ୍ୟମରେ ଗରିବ ଅସହାୟ ପରିବାରକୁ ପକ୍କାଘର ଯୋଗାଇ ଦେଉଛନ୍ତି। ଚାଳ ଘର ରହିବ ନାହିଁ, ସମସ୍ତଙ୍କୁ ମିଳିବ ଆବାସ ଗୃହ। ଏହି ଯୋଜନାର ସଫଳ ରୂପାୟନ ଦେବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହି ଯୋଜନାରୁ ଜଣେ ହିତାଧିକାରୀଙ୍କ ନାମରେ ଆସିଥିବା ଆବାସ ଗୃହକୁ ହଡ଼ପ କରାଯାଇଛି। ପ୍ରଶାସନ ତାଲିକାରେ ତାଙ୍କୁ ଗୃହ ମିଳିଥିବା ଜଣାପଡିଥିବା ବେଳେ ସେ ଚାଳଘରେ ଜୀବନ ଅତିବାହିତ କରୁଛନ୍ତି। ଆବାସ ଖଣ୍ଡେ ପାଇଁ ଦୀର୍ଘବର୍ଷ ହେବ ଆଳି ବିଡିଓ, ଜିଲାପାଳଙ୍କ ନିକଟକୁ ଧାଉଁଥିବା ହିତାଧିକାରୀଙ୍କ କୋଠାଘର ଥିବା ତଥ୍ୟ ମିଳିଛି। ଏହାକୁ ନେଇ ହିତାଧିକାରୀ ଏବେ ଚିନ୍ତାରେ ପଡିଛନ୍ତି। ଏଭଳି ଦେଖିବାକୁ ମିଳିଛି, କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଆୟତପୁର ଗଁାରେ। ଗଁାର ଶିବରାମ ସୂତାରଙ୍କ ୩ ଝିଅପୁଅ ଓ ସ୍ତ୍ରୀଙ୍କୁ ନେଇ ପରିବାର। ସେ କାଠ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସେ ରହୁଥିବା ଘରଟିର ବିଭିନ୍ନ ପାର୍ଶ୍ୱ ମାଟିକାନ୍ଥ ଖଣ୍ଡ ଖଣ୍ଡ ଖସୁଛି। ବିପଦସଂକୁଳ ଅବସ୍ଥାରେ ସେହି ଘରେ ସେ ପରିବାର ସହ ଆଶ୍ରୟ ନେଇଛନ୍ତି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆବାସ ଖଣ୍ଡେ ପାଇବା ନିମନ୍ତେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଆବାସ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଇ ମେଲ ଯୋଗେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଏହାର ତଦନ୍ତ ନିମନ୍ତେ ଆସିଥିବା ରିପୋର୍ଟରେ ଆଳି ବିଡିଓ ଜିଲାପାଳଙ୍କୁ ଦେଇଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି ଯେ ଶିବରାମଙ୍କ ପକ୍କାଘର ରହିଛି। ଏହି ଦସ୍ତାବିଜଟି ଶିବରାମଙ୍କ ନିକଟରେ ପହଞ୍ଚତ୍ବା ପରେ ତାଙ୍କ ମୁଣ୍ଡରେ ଚଡକ ପଡିଛି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା।
ଶିବରାମ ଦୀର୍ଘବର୍ଷ ଧରି ଚାଳଘରେ ବସବାସ କରୁଥିବା ବେଳେ ବିଡିଓ କେଉଁ ଆଧାରରେ ଏହି ତଦନ୍ତ କରି ରିପୋର୍ଟ ଦେଲେ ତାହା ଏବେ ତଦନ୍ତସାପେକ୍ଷ। ଏ ନେଇ ଶିବରାମ କହିଛନ୍ତି, ଦୀର୍ଘବର୍ଷ ହେବ ଆବାସ ଖଣ୍ଡେ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଏହି ଚିଠି ନିଶ୍ଚିତ ଭାବେ ସୂଚାଇ ଦେଉଛି ଯେ ତାଙ୍କ ନାମରେ ଆସିଥିବା ଆବାସକୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ବ୍ଲକ ପ୍ରଶାସନ ମିଳିତ ଭାବେ ହଡ଼ପ କରିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରୁ ଏବେ ନୂତନ ଘରର ଟାର୍ଗେଟ ଆସିନି। ଉକ୍ତ ରିପୋର୍ଟ ସମ୍ପର୍କରେ ସେ ଅବଗତ ନାହାନ୍ତି। ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା ଶିବରାମ ଆବାସ ଆସିଛି, ଯଦି ଆସିଛି କାହାକୁ ମିଳିଛି ନା ଏହାକୁ ହଡ଼ପ କରାଯାଇଛି, ତାହା ତଦନ୍ତ ଘେରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri