ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ପୂର୍ବରୁ ଜଣାଇଥିଲା। ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବା ପରେ ଗତବର୍ଷ ମେ ୨୮ରେ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ଅବଗତ କରାଇଥିଲା। ମାତ୍ର ପ୍ରଶାସନ ଏଏସ୍‌ଆଇ ଚିଠିକୁ ଖାତିର ନ କରି କେବଳ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) କର୍ତ୍ତୃପକ୍ଷଙ୍କ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌ (ଏନ୍‌ଓସି) ଆଧାରରେ ନିର୍ମାଣ କାର୍ଯ୍ୟ ଚଳାଇଥିଲା। ଫଳରେ ସମ୍ପ୍ରତି ଉକ୍ତ ପ୍ରକଳ୍ପ ମାମଲା ହାଇକୋର୍ଟକୁ ଯିବା ପରେ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଛନ୍ତି।
ଅନୁଯାୟୀ, ଏଏସ୍‌ଆଇର ଟିମ୍‌ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ଏକ ଚିଠି କରିଥିଲେ। ଚିଠିରେ ଉଲ୍ଲେଖ ଥିଲା ଯେ, ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କାର୍ଯ୍ୟ ପାଇଁ ଏନ୍‌ଏମ୍‌ଏ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଛନ୍ତି। ମାତ୍ର ନିଷିଦ୍ଧାଞ୍ଚଳର କର୍ତ୍ତୃତ୍ୱ ଏଏସ୍‌ଆଇ ଡିଜିଙ୍କ ପାଖରେ ରହିଛି। ଏ ସମ୍ପର୍କିତ ଅନୁମୋଦନ କେବଳ ଏଏସ୍‌ଆଇ ଡିଜିଙ୍କ ଦ୍ୱାରା ହେବା ଦରକାର। ଏଣୁ ଏ ନେଇ ଏଏସ୍‌ଆଇ ଡିଜିଙ୍କ ନିକଟରେ ପୃଥକ ଭାବେ ଆବେଦନ କରାଯାଉ। କେବଳ ନବୀକରଣ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ପାଇଁ ଏନ୍‌ଏମ୍‌ଏ ପାଖରେ ଆବେଦନ କରାଯାଇପାରିବ। ବଡ଼ଛତା ମଠ ଓ ଛାଉଣି ମଠର ନବୀକରଣ କାର୍ଯ୍ୟ ପାଇଁ ଏନ୍‌ଏମ୍‌ଏ ଅନୁମୋଦନ ଯଥେଷ୍ଟ ଏବଂ ଉଭୟ ମଠର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ଉକ୍ତ ଚିଠିରେ ଉଲ୍ଲେଖ ଥିଲା। ସେହିଭଳି ଶ୍ରୀଜଗନ୍ନାଥ ରିସେପଶନ୍‌ ସେଣ୍ଟର ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉଚ୍ଚତା ଯଥାକ୍ରମେ ୧୩.୮ ମିଟର ଓ ୧୪.୧୫ ମିଟର କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହି ଦୁଇ କୋଠାର ପ୍ରସ୍ତାବିତ ଉଚ୍ଚତା ମେଘନାଦ ପ୍ରାଚୀରର ଉଚ୍ଚତାଠାରୁ ଅଧିକ ହେଉଥିବାରୁ ଏହା ଗ୍ରହଣୀୟ ନୁହେଁ। କୋଠାଗୁଡ଼ିକର ଉଚ୍ଚତାକୁ ୧୦ ମିଟର କମ୍‌ କରାଯିବା ଉଚିତ। ଯାହାଦ୍ୱାରା ମେଘନାଦ ପ୍ରାଚୀରର ସୌନ୍ଦର୍ଯ୍ୟ ଓ ସ୍ବତନ୍ତ୍ରତା ଦୃଶ୍ୟମାନ ହୋଇପାରିବ ବୋଲି ଏଏସ୍‌ଆଇ କର୍ତ୍ତୃପକ୍ଷ ଚିଠିରେ ଜଣାଇଥିଲେ। ସେହିଭଳି କ୍ଲକ୍‌ରୁମ୍‌, ମିନି କ୍ଲକ୍‌ରୁମ୍‌, ରିସେପଶନ୍‌ ସେଣ୍ଟର, ଇନଫରମେଶନ୍‌ କିଓସ୍କୋ, ଶେଲଟର୍‌ ପାଭିଲିୟନ୍‌, ଶୌଚାଳୟ, ପୋଲିସ ସର୍ଭିସ୍‌ ସେଣ୍ଟର, ଏଟିଏମ୍‌ କିଓସ୍କୋ, ଇଲେକଟ୍ରିକ୍‌ ରୁମ୍‌, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଇତ୍ୟାଦି ନିର୍ମାଣର ସମ୍ପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଏଏସ୍‌ଆଇ ଚିଠିରେ ଉଲ୍ଲେଖ କରିଥିଲେ। ଏହି ଚିଠିରେ ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ଅଧିକାରୀ ଧିଲୋନ୍‌ ମିଶ୍ର, ପି.କେ ରାଉତ, ସହକାରୀ ପ୍ରତ୍ନତତ୍ତ୍ବବିତ୍‌ ରାହୁଲ ଶ୍ରୀବାସ୍ତବ, ପ୍ରତ୍ନତତ୍ତ୍ବ ବିଭାଗ ଯନ୍ତ୍ରୀ ସି.ଆର୍‌. ଦାଶ ଏବଂ କୋଣାର୍କ ସଂଗ୍ରହାଳୟର ପ୍ରତ୍ନତତ୍ତବିତ୍‌ ପି. କେ. ନାୟକ ପ୍ରମୁଖଙ୍କ ଦସ୍ତଖତ ରହିଛି। ଏସମ୍ପର୍କରେ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ଅନୁମୋଦନ ପାଇଁ ଏଏସ୍‌ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରିଥିଲେ ମଧ୍ୟ କେବଳ ଏନ୍‌ଏମ୍‌ଏର ଏନ୍‌ଓସି ବଳରେ ନିର୍ମାଣ କାର୍ଯ୍ୟ କରାଯାଉଛି। ମାମଲା ହାଇକୋର୍ଟକୁ ଯିବା ପରେ ଏଏସ୍‌ଆଇ ଅନୁମୋଦନ ନ ଥିବା ସ୍ପଷ୍ଟ ହୋଇଛି। ତେବେ ଜିଲା ପ୍ରଶାସନ କାହିଁକି ଏଏସ୍‌ଆଇ ଅନୁମୋଦନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ କଲେ ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଚିଠି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?