ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ପୂର୍ବରୁ ଜଣାଇଥିଲା। ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବା ପରେ ଗତବର୍ଷ ମେ ୨୮ରେ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ଅବଗତ କରାଇଥିଲା। ମାତ୍ର ପ୍ରଶାସନ ଏଏସ୍‌ଆଇ ଚିଠିକୁ ଖାତିର ନ କରି କେବଳ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) କର୍ତ୍ତୃପକ୍ଷଙ୍କ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌ (ଏନ୍‌ଓସି) ଆଧାରରେ ନିର୍ମାଣ କାର୍ଯ୍ୟ ଚଳାଇଥିଲା। ଫଳରେ ସମ୍ପ୍ରତି ଉକ୍ତ ପ୍ରକଳ୍ପ ମାମଲା ହାଇକୋର୍ଟକୁ ଯିବା ପରେ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଛନ୍ତି।
ଅନୁଯାୟୀ, ଏଏସ୍‌ଆଇର ଟିମ୍‌ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ଏକ ଚିଠି କରିଥିଲେ। ଚିଠିରେ ଉଲ୍ଲେଖ ଥିଲା ଯେ, ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କାର୍ଯ୍ୟ ପାଇଁ ଏନ୍‌ଏମ୍‌ଏ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଛନ୍ତି। ମାତ୍ର ନିଷିଦ୍ଧାଞ୍ଚଳର କର୍ତ୍ତୃତ୍ୱ ଏଏସ୍‌ଆଇ ଡିଜିଙ୍କ ପାଖରେ ରହିଛି। ଏ ସମ୍ପର୍କିତ ଅନୁମୋଦନ କେବଳ ଏଏସ୍‌ଆଇ ଡିଜିଙ୍କ ଦ୍ୱାରା ହେବା ଦରକାର। ଏଣୁ ଏ ନେଇ ଏଏସ୍‌ଆଇ ଡିଜିଙ୍କ ନିକଟରେ ପୃଥକ ଭାବେ ଆବେଦନ କରାଯାଉ। କେବଳ ନବୀକରଣ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ପାଇଁ ଏନ୍‌ଏମ୍‌ଏ ପାଖରେ ଆବେଦନ କରାଯାଇପାରିବ। ବଡ଼ଛତା ମଠ ଓ ଛାଉଣି ମଠର ନବୀକରଣ କାର୍ଯ୍ୟ ପାଇଁ ଏନ୍‌ଏମ୍‌ଏ ଅନୁମୋଦନ ଯଥେଷ୍ଟ ଏବଂ ଉଭୟ ମଠର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ଉକ୍ତ ଚିଠିରେ ଉଲ୍ଲେଖ ଥିଲା। ସେହିଭଳି ଶ୍ରୀଜଗନ୍ନାଥ ରିସେପଶନ୍‌ ସେଣ୍ଟର ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉଚ୍ଚତା ଯଥାକ୍ରମେ ୧୩.୮ ମିଟର ଓ ୧୪.୧୫ ମିଟର କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହି ଦୁଇ କୋଠାର ପ୍ରସ୍ତାବିତ ଉଚ୍ଚତା ମେଘନାଦ ପ୍ରାଚୀରର ଉଚ୍ଚତାଠାରୁ ଅଧିକ ହେଉଥିବାରୁ ଏହା ଗ୍ରହଣୀୟ ନୁହେଁ। କୋଠାଗୁଡ଼ିକର ଉଚ୍ଚତାକୁ ୧୦ ମିଟର କମ୍‌ କରାଯିବା ଉଚିତ। ଯାହାଦ୍ୱାରା ମେଘନାଦ ପ୍ରାଚୀରର ସୌନ୍ଦର୍ଯ୍ୟ ଓ ସ୍ବତନ୍ତ୍ରତା ଦୃଶ୍ୟମାନ ହୋଇପାରିବ ବୋଲି ଏଏସ୍‌ଆଇ କର୍ତ୍ତୃପକ୍ଷ ଚିଠିରେ ଜଣାଇଥିଲେ। ସେହିଭଳି କ୍ଲକ୍‌ରୁମ୍‌, ମିନି କ୍ଲକ୍‌ରୁମ୍‌, ରିସେପଶନ୍‌ ସେଣ୍ଟର, ଇନଫରମେଶନ୍‌ କିଓସ୍କୋ, ଶେଲଟର୍‌ ପାଭିଲିୟନ୍‌, ଶୌଚାଳୟ, ପୋଲିସ ସର୍ଭିସ୍‌ ସେଣ୍ଟର, ଏଟିଏମ୍‌ କିଓସ୍କୋ, ଇଲେକଟ୍ରିକ୍‌ ରୁମ୍‌, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଇତ୍ୟାଦି ନିର୍ମାଣର ସମ୍ପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଏଏସ୍‌ଆଇ ଚିଠିରେ ଉଲ୍ଲେଖ କରିଥିଲେ। ଏହି ଚିଠିରେ ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ଅଧିକାରୀ ଧିଲୋନ୍‌ ମିଶ୍ର, ପି.କେ ରାଉତ, ସହକାରୀ ପ୍ରତ୍ନତତ୍ତ୍ବବିତ୍‌ ରାହୁଲ ଶ୍ରୀବାସ୍ତବ, ପ୍ରତ୍ନତତ୍ତ୍ବ ବିଭାଗ ଯନ୍ତ୍ରୀ ସି.ଆର୍‌. ଦାଶ ଏବଂ କୋଣାର୍କ ସଂଗ୍ରହାଳୟର ପ୍ରତ୍ନତତ୍ତବିତ୍‌ ପି. କେ. ନାୟକ ପ୍ରମୁଖଙ୍କ ଦସ୍ତଖତ ରହିଛି। ଏସମ୍ପର୍କରେ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ଅନୁମୋଦନ ପାଇଁ ଏଏସ୍‌ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରିଥିଲେ ମଧ୍ୟ କେବଳ ଏନ୍‌ଏମ୍‌ଏର ଏନ୍‌ଓସି ବଳରେ ନିର୍ମାଣ କାର୍ଯ୍ୟ କରାଯାଉଛି। ମାମଲା ହାଇକୋର୍ଟକୁ ଯିବା ପରେ ଏଏସ୍‌ଆଇ ଅନୁମୋଦନ ନ ଥିବା ସ୍ପଷ୍ଟ ହୋଇଛି। ତେବେ ଜିଲା ପ୍ରଶାସନ କାହିଁକି ଏଏସ୍‌ଆଇ ଅନୁମୋଦନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ କଲେ ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଚିଠି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri