ଅଧିକାର ନାହିଁ

ଆକାର ପଟେଲ

ସମୀର ଓ୍ବାଙ୍ଖଡେଙ୍କ ଅନୁସୂଚିତ ଜାତି(ଏସ୍‌ସି) ପ୍ରମାଣପତ୍ର ସମ୍ପର୍କରେ ଉଠିଥିବା ବିବାଦ ଆମକୁ ଦୁଇଟି ବିଷୟରେ ଅନୁଧ୍ୟାନ କରିବାକୁ ସୁଯୋଗ ଦେଇଛି। ପ୍ରଥମଟି ସଂରକ୍ଷଣ ଓ ଅନ୍ୟଟି ଧାର୍ମିକ ସ୍ବାଧୀନତା। ଭାରତ ହିନ୍ଦୁ, ଶିଖ, ବୌଦ୍ଧଧର୍ମର ଦଳିତଙ୍କୁ ଅନୁସୂଚିତ ଜାତି ସଂରକ୍ଷଣ ଦେଇଥିବାବେଳେ ଖ୍ରୀଷ୍ଟିଆନ ଓ ମୁସଲମାନ ଦଳିତଙ୍କୁ ତାହା ଦେଇନାହିଁି। ପୂର୍ବତନ ବିଚାରପତି ରାଜିନ୍ଦର ସାଚ୍ଚାରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁସଲମାନ ଦଳିତଙ୍କ ସମେତ ସମସ୍ତ ଦଳିତଙ୍କୁ ସଂରକ୍ଷଣ ସୁବିଧା ଦେବା ପାଇଁ ସୁପାରିସ କରିଥିଲା। ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଅବଶ୍ୟ ଏବେ ଭାରତରେ ମୁସଲମାନଙ୍କର କୌଣସି ରାଜନୈତିକ ଏଜେନ୍ସି ନାହିଁ ଏବଂ ସେମାନେ ଏହି ସଂରକ୍ଷଣ ପାଇଁ ଦାବି କରିପାରୁନାହାନ୍ତି। ଅନ୍ୟପକ୍ଷରେ ଭାରତରେ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ମୁସଲମାନ ଏବଂ ଖ୍ରୀଷ୍ଟିଆନ ସମେତ ସବୁ ଧର୍ମର ଜନଜାତି ଲୋକଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଇଛି। ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କର ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ମଧ୍ୟ ସଂରକ୍ଷଣ ସୁବିଧା ଉପଲବ୍ଧ। କେବଳ ଏସ୍‌ସି ବର୍ଗ, ଯେଉଁଥିରେ ସମୀର ଓ୍ବାଙ୍ଖଡେ ଆବେଦନ କରିଥିଲେ, ତାହା ମୁସଲମାନ୍‌ଙ୍କୁ ଦିଆଯାଇନାହିଁ। ଓ୍ବାଙ୍ଖଡେଙ୍କ ପିତା ଦଳିତ ଓ ମାତା ମୁସଲମାନ। ଅଭିଯୋଗ ହେଉଛି ଯେ, ସେ ନିଜେ ଜଣେ ଦଳିତ ହୋଇଥିବାରୁ ଏସ୍‌ସି ବର୍ଗରେ ତାଙ୍କ ଦରଖାସ୍ତ ଆଇନଗତ ଭାବେ ଗ୍ରହଣୀୟ ନୁହେଁ।
ଭାରତରେ ଯେଉଁ ଦଳିତ ଓ ଆଦିବାସୀ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟଧର୍ମ ଗ୍ରହଣ କରୁଛନ୍ତି ସେମାନେ ଅସୁବିଧାରେ ରହିଛନ୍ତି। କାରଣ, ସରକାର ପ୍ରମାଣପତ୍ରରେ ସେମାନଙ୍କୁ ‘ଖ୍ରୀଷ୍ଟିଆନ ଆଦିବାସୀ’ ଭାବେ ପଞ୍ଜୀକୃତ କରିବାକୁ ବାଧ୍ୟ କରୁଛନ୍ତି। ଏହାଦ୍ୱାରା ଏମାନଙ୍କୁ ସଂରକ୍ଷଣ ସହ ଅନ୍ୟ ଅଧିକାର ପାଇବା ସହଜ ହେଉନାହିଁ। ସରକାର ଅନ୍ୟାୟ ଭାବେ ସେମାନଙ୍କୁ ଅଧିକାର ଦେବାକୁ ମନା କରିଛନ୍ତି। ଏହାକୁ ଲକ୍ଷ୍ୟକରି ଗୁଜରାଟରେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା କେତେଜଣ ଦଳିତ ସରକାରୀ ସ୍ତରରେ ସେମାନଙ୍କ ହିନ୍ଦୁ ଧର୍ମ ବଜାୟ ରଖିଛନ୍ତି। ପରିସ୍ଥିତିରେ ପଡ଼ି ସରକାରଙ୍କଠାରୁ ଅଧିକାର ପାଇବାକୁ ଦଳିତମାନେ ଏଭଳି ଉପାୟ କରୁଛନ୍ତି। ଧର୍ମାନ୍ତରୀକରଣ ବନ୍ଦ କରିବା ଲାଗି ସଂରକ୍ଷଣ ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଗୁଜରାଟୀ ଦଳିତ ଓ ଆଦିବାସୀ ଖ୍ରୀଷ୍ଟିଆନଙ୍କ ପଛରେ ଲାଗିଯାଇଛନ୍ତି। ୭ ମାର୍ଚ୍ଚ ୨୦୧୧ରେ ପୂର୍ବରୁ ପାଉଥିବା ସୁବିଧା ଉପଲବ୍ଧ ପାଇଁ ନିମେଶ ଜାଭେରି ନାମକ ଜଣେ ଦଳିତଙ୍କ ଆବେଦନକୁ ଗୁଜରାଟ ହାଇକୋର୍ଟ ନାକଚ କରିଦେଇଥିଲେ। ସେହି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଥିବା ସରକାର ଯୁକ୍ତି ବାଢିବା ପରେ ଏହା ହୋଇଥିଲା। କୋର୍ଟ କହିଥିଲେ, ସରକାର ସେମାନଙ୍କୁ ପ୍ରମାଣପତ୍ର ଦେଇଥିବା ସତ୍ତ୍ୱେ ନିମେଶ ଏବଂ ତାଙ୍କ ପରିବାର ଦଳିତ ଭାବେ ପାଉଥିବା ଅଧିକାର ପାଇବେ ନାହିଁ। ଅନେକେ ହୁଏତ ଜାଣିନାହାନ୍ତି ଯେ, ଧର୍ମ ପରିବର୍ତ୍ତନ କରିଥିବା ଅନୁସୂଚିତ ଜାତି ଏବଂ ଜନଜାତିର ପୁରୁଷ ଓ ମହିଳାମାନେ ଧର୍ମ ପରିବର୍ତ୍ତନ କରିିଥିବା ଅନ୍ୟ ବର୍ଗର ଲୋକମାନଙ୍କଠାରୁ କଠୋର ଦଣ୍ଡ ପାଉଛନ୍ତି। ୨୦୧୮ ପରେ ଭାଜପା ଶାସିତ ରାଜ୍ୟଗୁଡ଼ିକ ବିଶେଷକରି ବିବାହ ସହ ଜଡ଼ିତ ଧର୍ମନ୍ତରୀକରଣ ରୋକିବା ଲାଗି କଡ଼ା ଆଇନ ପ୍ରଣୟନ କରିବା ଆରମ୍ଭ କରିଦେଲେ। ଭାରତ ଏକ ରକ୍ଷଣଶୀଳ ସାଂସ୍କୃତିକ ସମାଜ। ଏଠାରେ ଅଧିକାଂଶ ପରିବାର ଘରେ ଧାର୍ମିକ ପ୍ରଥା ଓ ପରମ୍ପରା ପାଳନ କରନ୍ତି ଏବଂ ଏଭଳି ପରିବାରରେ ଦୁଇଟି ଭିନ୍ନ ଧର୍ମର ଲୋକ ରହିବା ସମ୍ପୂର୍ଣ୍ଣ ଅସାଧାରଣ। ସ୍ପେଶିଆଲ ମ୍ୟାରେଜ ଆକ୍ଟରେ ଅଲଗା ଧର୍ମର ଦୁଇ ଜଣ ବ୍ୟକ୍ତି ବିବାହ କରିବା ସମ୍ଭବ, କିନ୍ତୁ ଏଥିରେ ସମସ୍ୟା ରହିଛି, ଯାହା ଏଠାରେ ଆମେ ବ୍ୟାଖ୍ୟା କରିବାକୁ ଆବଶ୍ୟକ ମନେ କରୁନାହଁୁ। ଉତ୍ତରାଖଣ୍ଡ ଫ୍ରିଣ୍ଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୧୮ ଥିଲା ପ୍ରଥମ ତଥା ନୂଆ ‘ଲଭ୍‌ ଜିହାଦ’ ଆଇନ। ଏହା ଏକ ବିଚିତ୍ର ଆଇନ। ଯେଉଁମାନେ ଧର୍ମପରିବର୍ତ୍ତନ କରି ହିନ୍ଦୁ (ଯାହାକୁ ପୂର୍ବପୁରୁଷଙ୍କ ଧର୍ମ ବୋଲି କୁହାଯାଇଛି) ହୋଇଛନ୍ତି ସେମାନଙ୍କୁ ଏହି ଆଇନରେ ବାଦ୍‌ ଦିଆଯାଇଛି। ଅର୍ଥାତ୍‌ ଜଣେ ହିନ୍ଦୁ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରି ମୁସଲମାନ ହୋଇପାରିବ ନାହିଁ, କିନ୍ତୁ ଏଥିପାଇଁ ଜଣେ ମୁସଲମାନ ହିନ୍ଦୁ ହୋଇପାରିବ। ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ସମ୍ପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ,୨୦୨୦ରେ ଅଭିଯୁକ୍ତ ନିଜ ଆଡୁ ଦୋଷମୁକ୍ତ ବୋଲି ପ୍ରମାଣିତ କରିବାକୁ ହେବ। ମଧ୍ୟପ୍ରଦେଶ ଧର୍ମ ସ୍ବାତନ୍ତ୍ର୍ୟ ଅଧ୍ୟାଦେଶ,୨୦୨୦ ବିବାହ ମାଧ୍ୟମରେ ଧର୍ମ ପରିବର୍ତ୍ତନ କାର୍ଯ୍ୟ ଲାଗି ୧୦ ବର୍ଷ ଜେଲ୍‌ଦଣ୍ଡ ପ୍ରାବଧାନ କରିଛି। ଏପରି କି ଦମ୍ପତିଙ୍କର ସନ୍ତାନ ଥିତ୍ଲେ ବି ଏଭଳି ବିବାହକୁ ରଦ୍ଦ କରିବାର ବ୍ୟବସ୍ଥା ରହିଛି। ଗୁଜରାଟ ଫ୍ରିଣ୍ଡମ ଅଫ୍‌ ରିଲିଜିଅନ୍‌ ଆମେଣ୍ଡ୍‌ମେଣ୍ଟ ଆକ୍ଟ,୨୦୨୧ରେ ମଧ୍ୟ ୧୦ ବର୍ଷର ଜେଲ୍‌ଦଣ୍ଡ ରଖାଯାଇଛି। ଭାଜପା ଶାସିତ କର୍ନାଟକ ଓ ହରିୟାଣା ଖୁବ୍‌ ଶୀଘ୍ର ଏଭଳି ଆଇନ ଆଣିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ କ୍ଷେତ୍ରରେ ପ୍ରଗତି ହେବା ପରିବର୍ତ୍ତେ ଅଧୋଗତି ହେଉଛି।
ଧର୍ମ ଗ୍ରହଣ, ପାଳନ ଓ ପ୍ରସାର କରିବା ଭାରତୀୟଙ୍କ ମୌଳିକ ଅଧିକାର। ସାମ୍ବିଧାନିକ ସଭାରେ ଖ୍ରୀଷ୍ଟିଆନମାନଙ୍କ ଧର୍ମ ପରିବର୍ତ୍ତନ ଅଧିକାରକୁ ନେଇ ଜୋର୍‌ସୋର୍‌ ବିତର୍କ ହୋଇଥିଲା। ସାମ୍ବିଧାନିକ ସଭାର କମିଟିକୁ ଆମ୍ବେଡ଼କର ଦେଇଥିବା ମୂଳ ଚିଠାରେ ଲେଖାଥିଲା ଯେ, ସାର୍ବଜନୀନ ବ୍ୟବସ୍ଥା ଏବଂ ନୈତିକତା ଆଧାରରେ ଏକ ଅନୁକୂଳ ସୀମା ମଧ୍ୟରେ ଧର୍ମ ଗ୍ରହଣ,ପ୍ରଚାର ଓ ପରିବର୍ତ୍ତନ ଅଧିକାର ରହିବ। କିନ୍ତୁ ଏଥିରେ ଶବ୍ଦ ପରିବର୍ତ୍ତନ କରି ପ୍ରୋପାଗେଟ ବା ପ୍ରସାର ଶବ୍ଦ ଯୋଡ଼ାଯିବା ପରେ ସେ କିଛି ମନ୍ତବ୍ୟ ଦେଇ ନ ଥିତ୍ଲେ, କାରଣ ଭାରତରେ ଧର୍ମ ପ୍ରସାର କହିଲେ ତାହା ଧର୍ମ ପରିବର୍ତ୍ତନ ବୋଲି ବୁଝିଥିଲେ ଓ ସେଥିରେ ସନ୍ତୁଷ୍ଟ ଥିତ୍ଲେ। କିନ୍ତୁ ଏବେ ଧର୍ମ ପ୍ରସାର କିମ୍ବା ପରିବର୍ତ୍ତନର କୌଣସି ଅଧିକାର ନାହିଁ। ଏହା କରିବା ଲାଗି ଜଣଙ୍କୁ ଫର୍ମ ପୂରଣ କରିବାକୁ ହେବ ଏବଂ ଜଣେ ଧର୍ମ ପରିବର୍ତ୍ତନ କରିବେ କି ନାହିଁ ତାହା ସରକାର ସ୍ଥିର କରିବେ। ଆମ ସାର୍ବଭୌମ ଗଣତନ୍ତ୍ରରେ ଏହା ଏକ ଅଜବ ବିଷୟ। ଧର୍ମ ଗ୍ରହଣ, ପାଳନ ଏବଂ ପ୍ରସାର ଆମର ମୌଳିକ ଅଧିତ୍କାର। ଏଥିରେ ଜଣେ ସବୁଠୁ ସୁରକ୍ଷିତ ମଣିବା କଥା କିନ୍ତୁ ଦଣ୍ଡନୀୟ ଅପରାଧରେ ଛନ୍ଦି ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri