ଟିକାକରଣ ପ୍ରମାଣପତ୍ର ନ ଥିଲେ ରାଶନ ମନା…

ଆଲୀଗଡ଼,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଉତ୍ତରପ୍ରଦେଶ ଆଲୀଗଡ଼ ପ୍ରଶାସନ ପକ୍ଷରୁ ଅଭିନବ ନିର୍ଦ୍ଦେଶ ଲାଗୁ ହୋଇଛି। ରାଶନ ନେବାକୁ ଆସୁଥିବା ଲୋକଙ୍କୁ ଏବେ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଟିକାକରଣ ପ୍ରମାଣପତ୍ର ନ ଥିବା ଲୋକଙ୍କୁ ରାଶନ ଦିଆଯିବ ନାହିଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ବହୁ ଲୋକ ଟିକା ନେଉ ନ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଗାଜିଆବାଦର ପରିବହନ କାର୍ଯ୍ୟାଳୟ (ଆରଟିଓ) ରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଟିକାକରଣ ପ୍ରମାଣପତ୍ର ଲୋଡା ଯାଉଛି।କେତେକ ସ୍ଥାନରେ ଆଧାର କାର୍ଡ, ପାନ କାର୍ଡ ଏବଂ ପାସପୋର୍ଟ ତିଆରି କରିବା ପାଇଁ ଟିକାକରଣ ପ୍ରମାଣପତ୍ରକୁ ମଧ୍ୟ ଦେଖାଇବାକୁ ପଡୁଛି। ଟିକାକରଣ ପ୍ରମାଣପତ୍ର ନଥିବା ଲୋକେ ଏସବୁ ଡକୂ୍ୟମେଣ୍ଟଗୁଡିକ ପାଇଁ ଆବେଦନ କରିପାରିବେ ନାହିଁ ବୋଲି ସମ୍ପୃକ୍ତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି। ଲୋକଙ୍କ ମଧ୍ୟରେ ଟିକାକରଣ ପ୍ରତି ସଚେତନତା ସୃଷ୍ଟି କରିବା ଏଭଳି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ବୋଲି କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଆକ୍ଟ୍ରେସଙ୍କ ଆତ୍ମହତ୍ୟା

ବାଙ୍ଗାଲୋର,୩୦।୯: ଜଣାଶୁଣା କନ୍ନଡ ଟେଲିଭିଜନ ଆକ୍ଟ୍ରେସ ସୌଜନ୍ୟା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ବାଙ୍ଗାଲୁରୁର କୁମ୍ବାଲଗୋଡୁ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କ...

ନିର୍ବାଚନ ପୂର୍ବରୁ ୟୁନିର୍ଫମ ସିଭିଲ କୋଡ ନେଇ ଭାଜପାକୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ,୨୯।୧୦ : ଖୁବ ଶୀଘ୍ର ଗୁଜରାଟ ଏବଂ ପରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ...

ୟୁପି: ୫୧% ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ଲକ୍ଷ୍ନୌ,୧୪।୩(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ନବନିର୍ବାଚିତ ୪୦୩ ବିଧାୟକଙ୍କ ମଧ୍ୟରୁ ୨୦୫ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। ଅର୍ଥାତ୍‌ ପାଖାପାଖି ୫୧ ପ୍ରତିଶତ...

ମନ୍ଦିର କାର୍ଯ୍ୟକ୍ରମରେ କେଉଁ ରଙ୍ଗ ବ୍ୟବହାର କରାଯିବ ତାହା ପ୍ରଶାସନ-ପୋଲିସ ସ୍ଥିର କରିପାରିବ ନାହିଁ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୬।୨ : ଗୁରୁବାର କେରଳ ହାଇକୋର୍ଟ ଏକ ମନ୍ଦିର ଏବଂ ପୋଲିସ ପ୍ରଶାସନ ମଧ୍ୟରେ ବିବାଦକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି...

ଶ୍ରୀମନ୍ଦିର ମାଙ୍କଡ଼ଙ୍କୁ ଦିଆଗଲା ଖାଦ୍ୟ

ପୁରୀ ଅଫିସ, ୧୪ା୪: ପବିତ୍ର ହନୁମାନ ଜୟନ୍ତୀରେ ଶ୍ରୀମନ୍ଦିରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ବଡ଼ଦେଉଳରେ ରହୁଥିବା ମାଙ୍କଡ଼ଙ୍କୁ କଦଳୀ, ବୁଟ, ବିସ୍କୁଟ ଆଦି...

ଏସ୍‌ସିବି, ସିଟି ହସ୍ପିିଟାଲରେ କେହି କରୋନା ଆକ୍ରାନ୍ତ ନାହାନ୍ତି

ଭୁବନେଶ୍ୱର, ୭।୪( ବ୍ୟୁରୋ): ଏସ୍‌ସିବି ମେଡିକାଲ କଲେଜ, ସିଟି ହସ୍ପିଟାଲ ଏବଂ ଅନ୍ୟାନ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ କୌଣସି କରୋନା(କୋଭିଡ୍‌-୧୯) ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉ ନାହିଁ।...

ଏସବୁ ନବରାତ୍ରୀରେ କରାଯାଏ ନାହିଁ କାହିଁକି…

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। ଏହାକୁ ଖାଇବା...

ରନ୍‌ଓ୍ବେ ବାହାରକୁ ପଳାଇଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…

ଜବଲପୁର, ୧୨।୩ : ମଧ୍ୟପ୍ରଦେଶର ଜବଲପୁର ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବିମାନଟି ରନ୍‌ଓ୍ବେ ବାହାରକୁ...

Advertisement
Archives

Model This Week