ପ୍ରମାଣ ନାହିଁ

ପାକିସ୍ତାନର ବାଲୁଚିସ୍ତାନ, ପଞ୍ଜାବ, ସିନ୍ଧ୍‌ ଓ ଖୈବର ପଖତୁନ୍‌ଖ୍ବା ନାମରେ ୪ଟି ପ୍ରଦେଶ ରହିଛି। ଏଥିସହିତ ସଂଘୀୟ ଭାବେ ଶାସିତ ଇସ୍‌ଲାମାବାଦ ରାଜଧାନୀ ଅଞ୍ଚଳ ଅଛି। ଏବେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନକୁ ପ୍ରାଦେଶିକ ମାନ୍ୟତା ଦେବା ଲାଗି ପାକିସ୍ତାନ ସରକାର ସମସ୍ତ ପ୍ରକାର ଆଇନଗତ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପ ଦେଇଛି। ଅନ୍ୟପକ୍ଷରେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନୂଆଦିଲ୍ଲୀ କହିଛି।
ଇତିହାସ ଦେଖିଲେ ଜମ୍ମୁ ଓ କଶ୍ମୀର ରାଜାଙ୍କ ଦ୍ୱାରା ଶାସିତ ହେଉଥିବା ବେଳେ ଗିଲ୍‌ଗିଟ୍‌ ଏହାର ଏକ ଅଂଶ ଥିଲା। କିନ୍ତୁ ତାହା ବ୍ରିଟିଶ ଦ୍ୱାରା ସିଧାସଳଖ ଶାସିତ ହେଉଥିଲା। ତତ୍‌କାଳୀନ ହିନ୍ଦୁ ରାଜା ହରି ସିଂଙ୍କଠାରୁ ବ୍ରିଟିଶ ସମ୍ପୃକ୍ତ ଅଞ୍ଚଳକୁ ଲିଜ୍‌ ସୂତ୍ରରେ ନେଇଥିଲା। ଭାରତର ସ୍ବାଧୀନତା ପରେ ଆଦିବାସୀ ମୁସଲମାନମାନେ ହରି ସିଂଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ଜୀବନ ପ୍ରତି ବିପଦ ଥିବା ଦେଖି ହରି ସିଂ ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଶରଣ ପଶିଲେ। ନେହେରୁ ଶ୍ରୀନଗର ଓ କଶ୍ମୀର ରକ୍ଷା କରିବା ଲାଗି ଭାରତୀୟ ସେନାଙ୍କୁ ପ୍ରେରଣ କଲେ। ନିଜର ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଯାଇ ହରି ସିଂ ୨୬ ଅକ୍ଟୋବର ୧୯୪୭ରେ ତାଙ୍କ ଭୂଖଣ୍ଡକୁ ଭାରତ ସହ ମିଶାଇ ଦେଲେ। ହରି ସିଂଙ୍କ କାର୍ଯ୍ୟ ଦେଖି ସେତେବେଳେ ଗିଲ୍‌ଗିଟ୍‌ ସ୍କାଉଟ୍‌ମାନେ ବିଦ୍ରୋହୀ ପାଲଟିଗଲେ। ଫଳରେ ଗିଲ୍‌ଗିଟ୍‌ର ଏହି ଅର୍ଦ୍ଧସାମରିକ ବାହିନୀ ବାଲ୍ଟିସ୍ତାନ ଦଖଲ କଲା। ସେତେବେଳେ ବାଲ୍ଟିସ୍ତାନ ଥିଲା ଲଦାଖର ଅଂଶବିଶେଷ। ଏଥିସହିତ ଗିଲ୍‌ଗିଟ୍‌ ସ୍କାଉଟ୍‌ମାନେ ସ୍କର୍ଡୁ, କାର୍ଗିଲ ଓ ଦ୍ରାସ୍‌କୁ ଅକ୍ତିଆର କରିନେଇଥିଲେ। ଅଗଷ୍ଟ ୧୯୪୮ରେ ଭାରତ ଯୁଦ୍ଧ କରି କାର୍ଗିଲ ଓ ଦ୍ରାସ୍‌କୁ ନିଜଆଡ଼କୁ ଆଣିଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୧ ନଭେମ୍ବର ୧୯୪୭ରେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ କ୍ରାନ୍ତିକାରୀ ପରିଷଦ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନକୁ ସ୍ବତନ୍ତ୍ର ରାଜ୍ୟ ଭାବେ ଘୋଷଣା କରିଥିଲା। ଏହା ପରେ ନଭେମ୍ବର ୧୫ରେ ଏହା ପାକିସ୍ତାନ ସହ ମିଶିଯାଇଥିଲା। ହେଲେ ବ୍ରିଟିଶ ସରକାର ଦ୍ୱାରା ପ୍ରଣୀତ ଏକ ଆଇନ ଅନୁସାରେ ଏହି ଅଞ୍ଚଳ ସ୍ବୟଂଶାସିତ ରହିଆସିଛି।
ଉପରବର୍ଣ୍ଣିତ ଘଟଣାବଳୀକୁ ଦେଖିଲେ ଭାରତ ସ୍ବାଧୀନ ହେବା ବେଳୁ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ପାକିସ୍ତାନ ପଟରେ ରହିଆସିଛି। ହରି ସିଂ ଗୋଟିଏ ପଟେ ଗିଲ୍‌ଗିଟ୍‌କୁ ପାକିସ୍ତାନକୁ ଦେଇଦେଇଥିଲେ ଓ ଅପରପଟେ ଜମ୍ମୁ ଓ କଶ୍ମୀରକୁ ଭାରତ ସହ ମିଶାଇ ଦେଇଥିଲେ। ଅର୍ଥାତ୍‌ ଏହି ରାଜା ଯେଉଁଭଳି ଭାବେ ଗିଲ୍‌ଗିଟ୍‌କୁ ପାକିସ୍ତାନକୁ ଦେଇଦେଇଥିଲେ, ଏବେ ତାହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ପ୍ରମାଣ କରିବା କଷ୍ଟକର। ସେମିତି ଜମ୍ମୁ ଓ କଶ୍ମୀରକୁ ରାଜା ହରି ସିଂ ଭାରତ ସହ ମିଶାଇ ଦେବା ଫଳରେ ପାକିସ୍ତାନ ଉକ୍ତ ଅଞ୍ଚଳକୁ ନିଜର ବୋଲି ପ୍ରମାଣ କରିପାରୁ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri