‘ପ୍ରତିଶ୍ରୁତି ନାହିଁ ତ ଭୋଟ ନାହିଁ’ ଚେତାବନୀ

ରସୁଲପୁର,୧୯ା୫(ରଞ୍ଜିତ ରାଉତ)ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା, ଗନ୍ଧଣ, ବଡ଼କଇଞ୍ଚି, ଟିକରପଡ଼ା, ରସୁଲପୁର ଓ ରାହାମ୍ବା ୬ ପଞ୍ଚାୟତର ଜୀବନରେଖା ହେଉଛି ମୂଳ ଖରସ୍ରୋତା ନଦୀ। ଏହି ମୃତ ମୂଳ ଖରସ୍ରୋତାକୁ ପୁନରୁଦ୍ଧାର ପ୍ରତିଶ୍ରୁତି ପାଇଁ ଦାବି କରିଛି ମୂଳ ଖରସ୍ରୋତା ବଞ୍ଚାଅ ସମିତି। ଦୀର୍ଘବର୍ଷ ଧରି ନଦୀ ପୁନରୁଦ୍ଧାର ପାଇଁ ଦାବି କରୁଥିବା ସମିତି ଏଥର ‘ପ୍ରତିଶ୍ରୁତି ନାହିଁ ତ ଭୋଟ ନାହିଁ’ ଚେତାବନୀ ଦେଇଛି। ଏଭଳି ଏକ ଦାବିପତ୍ର କୋରେଇ ଓ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଘରେଘରେ ପହଞ୍ଚିଛି। ସମିତି ପକ୍ଷରୁ ଏହି ପ୍ରଚାରକୁ ଜୋର୍‌ଦାର କରାଯାଉଛି। ନିର୍ବାଚନ ସମୟରେ ଧର୍ମଶାଳା ଓ କୋରେଇ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କଠାରୁ ପ୍ରତିଶ୍ରୁତି ଆଶା ରଖିଛନ୍ତି ସମିତିର କାର୍ଯ୍ୟକର୍ତ୍ତା। ଯେଉଁ ପ୍ରାର୍ଥୀ ସେମାନଙ୍କ ଦାବିପୂରଣର ପ୍ରତିଶ୍ରୁତି ଦେବେ ସେହି ପ୍ରାର୍ଥୀଙ୍କୁ ସମିତି କାର୍ଯ୍ୟକର୍ତ୍ତା ଓ ନଦୀ ସହ ଜଡ଼ିତ ବିଭିନ୍ନ ପଞ୍ଚାୟତର ଭୋଟର ଭୋଟ ଦେବେ ବୋଲି ସୂଚନା ମିଳିଛି।

ଟିକରପଡା ପଞ୍ଚାୟତ ନିକଟରୁ ବାହାରି ରସୁଲପୁର ପଞ୍ଚାୟତର ଖଣ୍ଡିତରଠାରେ ମୂଳ ଖରସ୍ରୋତା ଚିରାଚରିତ ଧାରାରେ ବହିଯାଇଛି। ଏଠାରେ କୋରେଇ ନିର୍ବାଚନମଣ୍ଡଳୀର ୪ ଓ ଧର୍ମଶାଳା ନିର୍ବାଚନମଣ୍ଡଳୀର ୨ ପଞ୍ଚାୟତ ଦେଇ ବହିଯାଇଥିବା ୧୩ କି.ମି. ଲମ୍ବର ଏକ ନଦୀ ଏବେ ମୃତ ଅବସ୍ଥାରେ ପଡ଼ିରହିଛି। ୧୯୯୨ରୁ ବନ୍ୟା ନିୟନ୍ତ୍ରଣ ଆଳରେ ଉପମୁଣ୍ଡରେ ବନ୍ଧବାନ୍ଧି ନଦୀକୁ ମାରି ଦିଆଯାଇଛି। ଏହି ମୃତ ଖରସ୍ରୋତାକୁ ଚିରସ୍ରୋତା କରିବା ପାଇଁ ୨୦୦୯ରୁ ସମିତି ପକ୍ଷରୁ ଦାବି ହୋଇଆସୁଛି। ୧୫ବର୍ଷ ଧରି ସମିତି ପକ୍ଷରୁ ଏହି ଦାବିପତ୍ର ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଏପରି କି ବିଧାନସଭା ଷ୍ଟାଣ୍ଡିଂ କମିଟି, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ୫-ଟି ଅଧ୍ୟକ୍ଷଙ୍କୁ ବି ଦାବିପତ୍ର ପ୍ରଦାନ କରାଯାଇଛି। ହେଲେ ମୂଳ ଖରସ୍ରୋତା ନଦୀ ପୁନରୁଦ୍ଧାରକୁ ନେଇ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇନାହିଁ। କେବଳ ଉକ୍ତ ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ଜଳସେଚନ ବିଭାଗର ଅଧିକାରୀ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ସମିତିର କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ହେଲେ ଏଯାଏ ନଦୀ ପୁନରୁଦ୍ଧାର ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ। ଆଗକୁ ଏହି ଦାବିପୂରଣ ନେଇ ରାଜନୈତିକ ଦଳଗୁଡ଼ିକ କେତେ ଆନ୍ତରିକତା ପ୍ରଦର୍ଶନ କରୁଛନ୍ତି ତାକୁ ସେମାନଙ୍କ ଘୋଷଣାପତ୍ରରେ ଉଲ୍ଲେଖ କରନ୍ତୁ ଓ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସମିତି ସଭାପତି ବେଣୁଧର ଦୋବାଇ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ କହିଛନ୍ତି।

ସମିତିର କହିବା ଅନୁସାରେ, ଜଳର ସୁଷମ ବଣ୍ଟନ ପାଇଁ ଦେଶରେ ନଦୀ ସଂଯୋଗୀକରଣ ଯୋଜନା କରାଯାଉଛି। ଏଠି ଦାବି ମୁତାବକ ନଦୀ ଉପରମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ୍‌ ସ୍ଥାପନ କରି ଜଳ ପ୍ରବାହକୁ ସୁଗମ କରାଗଲେ ୬ ପଞ୍ଚାୟତର ଚାଷୀଙ୍କୁ ଜଳସେଚନ ସୁବିଧା ମିଳିପାରିବ। ଏଥିସହିତ ଭୂତଳ ଜଳସ୍ତର ବୃଦ୍ଧି ଘଟିବ, ନଦୀଗର୍ଭରୁ ଅଳିଆ ଆବର୍ଜନା ଦୂର ହୋଇପାରିବ, ନଦୀକୂଳବାସୀଙ୍କ ଶୌଚ ହେବା, ଶୁଦ୍ଧିକ୍ରିୟା, ପୂଜାପାର୍ବଣ ବେଳେ ଜଳ ସଂଗ୍ରହ କରିବା ଆଦି ସମସ୍ୟା ଦୂର ହେବ। ଧୀବର ସମ୍ପ୍ରଦାୟମାନେ କୌଳିକ ବୃତ୍ତି ଫେରିପାଇବେ। ୬ ପଞ୍ଚାୟତର ଅନୂ୍ୟନ ୫୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହୋଇପାରିବେ। ଏଭଳି ଜନମଙ୍ଗଳକାରୀ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ରାଜନୈତିକ ଦଳଗୁଡ଼ିକ ଗୁରୁତ୍ୱ ଦିଅନ୍ତୁ ବୋଲି ସମିତି ଦାବି କରିଛି। ଏଥିସହ ୨୦୨୪ରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶାପୋଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?