ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ ଥିବା ନେଇ ଗଣମାଧ୍ୟମ ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ସେହି ବାବଦରେ ଜିଲାପାଳ ଓ ଆରଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ କୌଣସି ପ୍ରକଳ୍ପ ପାଇଁ କେତେ ଜାଗା ଆମେ ଦେଇଛୁ କାହାକୁ ଦେଇଛୁ ଏବଂ ସେ ପ୍ରକଳ୍ପ ଆରମ୍ଭ ହେଲା ନା ନାହିଁ ,ଯଦି ଆରମ୍ଭ ନ ହୋଇ ୨ ରୁ ୩ ବର୍ଷ ହେଲା ପଡିଆ ପଡିଛି,ଆମେ ଦେଇଥିବା ଜମିର ଦୂରୁପଯୋଗ ହେଉଛି ଅନ୍ୟ କାମରେ ବ୍ୟବାହର ହେଉଛି ତାହାକୁ ଠାବ କରିବା ପାଇଁ ନିଦ୍ଦେର୍ଶ ଦିଆଯାଇଛି। ଏହାସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଯେଉଁ ଜମିକୁ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଦେଇଛୁ। ପ୍ରକଳ୍ପ ନାହିଁ ତ ଜମି ନାହିଁ। ଫେରସ୍ତ ପରେ ଖେଳ ପଡିଆ ହେବ, ସରକାରୀ ଭିତିଭୂମି,ଷ୍ଟାଡିୟମ ହେବ ବୋଲି ମନ୍ତ୍ରୀ କହିଥିଲେ। ସହଜରେ ଜମି ଖୋଜିଲେ ଖଣ୍ଡେ ମିଳୁନାହିଁ ଅନ୍ୟମାନେ ନେଇଛି ମାଡି ବସିଛନ୍ତି କିନ୍ତୁ ପ୍ରକଳ୍ପ କରୁନାହାନ୍ତି। ସେହିପରି ବନ୍ଦ ଥିବା ପ୍ରକଳ୍ପ ଉପରେ ସମୀକ୍ଷା ହେବ ଆସନ୍ତା ମାସରେ ପ୍ରଥମ ସପ୍ତାହରେ ଗଞ୍ଜାମ ଜିଲାକୁ ଆସି ଏହାର ସମିକ୍ଷା କରିବେ ବୋଲି ମନ୍ତ୍ରୀ କହିଥିଲେ।
ସେହିପରି ଗୋପାଳପୁରସ୍ଥିତ ଗୋଳାବନ୍ଧଠାରେ ସେନାବାହିନୀ ଜମିରେ ଲୋକମାନେ ରହୁଛନ୍ତି। ସେମାନଙ୍କୁ ସେଠାରୁ ସ୍ଥାନାନ୍ତର ହେବା ସହ ଥଇଥାନ କରାଯିବ ସେ ବାବଦରେ ଶହେ କୋଟି ଟଙ୍କା ଖର୍ଚ୍ଚ ହେବ।  ସେହି ଜାଗାକୁ ଭାରତୀୟ ସେନାକୁ ପ୍ରଦାନ କରାଯିବ । ସେଠାରେ ସେମାନେ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇବେ। ଜିଲାରେ ବିକାଶର କାମ କେତେଦୁର ଗଲା ଶିଳ୍ପ କେତେ ଆସିଲା ଏବଂ ନ ଆସିଲା କେତେ ଜମି ମାଡି ବସିଛନ୍ତି ତାହାର ସମୀକ୍ଷା କରିବେ । ଏପରିକି କିଛି କମ୍ପାନୀ ଆସି ଥଇଥାଇ କରିବା ବେଳେ ସଠିକ ଭାବେ କରୁନାହାନ୍ତି ଏବଂ ସ୍ଥାନୀୟ ଯୁବକ ମାନଙ୍କୁ ଅବହେଳା କରାଯାଇଛି ବୋଲି ଅଭିଯୋଗ ଆସିଛି। ଏହା ଉପରେ ମଧ୍ୟ ଆସନ୍ତା ମାସ ପ୍ରଥମ ସପ୍ତାହରେ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଏପରିକି କିଛି କମ୍ପାନୀ ଆବଶ୍ୟକଠାରୁ ଅଧିକ ଜମି ମାଡି ବସିଥିବା ନେଇ ମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଅଭିଯୋଗ କରାଯାଇଥିଲା । ମନ୍ତ୍ରୀଙ୍କ ସହ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅନ୍ନା ହଜାରେ, କିଏ ହାରିଲା…

ନୂଆଦିଲ୍ଲୀ,୨୬ା୭: NEET ପେପର୍‌ ଲିକ୍ ମାମଲାକୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାଜସେବୀ ଅନ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri