କୌଣସି ଶକ୍ତି ଭାଜପାର ବିଜୟକୁ ରୋକିପାରିବ ନାହିଁ: ଜୟନାରାୟଣ

ସମ୍ବଲପୁର,୩୧ା୩(ବି.ଶଙ୍କର)୨୦୧୯ ସାଧାରଣ ନିର୍ବାଚନ ପରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସାଧାରଣ ନିର୍ବାଚନ ଆଉ ପ୍ରାୟ ଦୁଇମାସ ବାକି ଥିବାବେଳେ ପୁଣି ସେ ଦୃଷ୍ଟିଗୋଚର ହୋଇଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସେ ୨୦୨୪ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନ ସମେତ ସାତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ା ଏହା ହାସ୍ୟାସ୍ପଦ ବୋଲି ଶନିବାର ପ୍ରେସ ବିବୃତ୍ତି ମାଧ୍ୟମରେ ସମ୍ବଲପୁର ଜିଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ବିଧାୟକଙ୍କ ଯଦି ସତ୍‌ସାହସ ଅଛି, ତେବେ ସେ ଚାରିଥର ବିଧାୟକ ହୋଇଥିବାରୁ କିପରି ବିକାଶ କରିଛନ୍ତି ଜନତାଙ୍କ ସମ୍ମୁଖରେ ତା’ର ତଥ୍ୟ ପ୍ରଦାନ କରନ୍ତୁ। ଅନ୍ୟପଟେ ଭାଜପାର ସମ୍ବଲପୁର ଲୋକ ସଭା ଏମ୍‌ପି ନିତେଶ ଗଙ୍ଗଦେବ ମଧ୍ୟ କାର୍ଯ୍ୟକ୍ଷେତ୍ରରୁ ଉଭାନ ହୋଇଯାଇଥିଲୋ ତାଙ୍କ ନାମରେ ବିଭିନ୍ନ ପ୍ରକାର କୁତ୍ସାରଟନା କାନ୍ଥବାଡରେ ଲେଖାଥିବା ନଜିର ରହିଛିା ଅଥଚ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଲୋକ ସଭା ପ୍ରାର୍ଥୀ କରିବା ସମ୍ବଲପୁର ସହର ପାଇଁ ଗର୍ବ ଓ ଗୌରବର ବିଷୟ। ପ୍ରଣବଙ୍କ ନେତୃତ୍ୱରେ ସମ୍ବଲପୁରର ବିକାଶ ଆହୁରି ଦ୍ରୁତ ହେବା ସହ ସେ ଓଡ଼ିଶାର କଥା ଦିଲ୍ଲୀ ଦରବାରରେ ଉପସ୍ଥାପିତ ହୋଇପାରିବ। ଅପରପକ୍ଷେ ବର୍ତ୍ତମାନର ଭାଜପାର ସମ୍ବଲପୁର ସାଂସଦ ପ୍ରାର୍ଥୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ରୋଷେଇ ଗ୍ୟାସ ଦରକୁ ୪୦୦ରୁ ପ୍ରାୟ ୧୧୦୦ ଟଙ୍କା କରିଛନ୍ତି। ସେହିପରି ପେଟ୍ରୋଲ ଓ ଡିଜେଲ ଦର ବଢାଇ ୭୦ରୁ ୧୦୦ ଟଙ୍କାରୁ ଅଧିକ ପହଞ୍ଚାଇବାର ବିରଳ ରେକର୍ଡର ଅଧିକାରୀ ଅଟନ୍ତି ବୋଲି ଯୁବ ବିଜେଡି ସଭାପତି ମହାପାତ୍ର କହିଛନ୍ତି ା ଏ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସମ୍ବଲପୁର ଲୋକ ସଭା କ୍ଷେତ୍ରରେ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ ା ଜନତା ଜନାର୍ଦ୍ଦନ ୭ଟି ବିଧାନସଭା ଓ ୧ଟି ଲୋକ ସଭାରେ ଆମକୁ ବିଜୟୀ କରାଇବେ ା ସଦାସର୍ବଦ ଭାଜପା ଜନସାଧାରଣଙ୍କ ସାଙ୍ଗରେ ରହି କାର୍ଯ୍ୟ କରୁଛି ା ପ୍ରକୃତରେ ଆମେ ହଁି ସେମାନଙ୍କ ସୁଖଦୁଃଖର ସାଥୀ। ଭାଜପା ବିଜୟୀ ହେବାକୁ କୌଣସି ଶକ୍ତି ରୋକିପାରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜୟନାରାୟଣ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri