ମଧ୍ୟାହ୍ନଭୋଜନରେ ଆଳୁ ନାହିଁ

ନୟାଗଡ଼,୧୦।୮(ଲୋକନାଥ ମିଶ୍ର): ଆଳୁର ଦରବୃଦ୍ଧି ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଓ ତରକାରୀରୁ ଏହା ଗାଏବ ହୋଇଯାଇଛି। ସେହିପରି ଚାଟ୍‌, ଆଳୁଚପ, ସିଙ୍ଗଡା ପରି ଜଳଖିଆରୁ ମଧ୍ୟ ପରିମାଣ ମଧ୍ୟ ହ୍ରାସ ପାଇଛି। ତରକାରୀ, ଡାଲମା, ଝୋଳ ଓ ଜଳଖିଆରୁ ଆଳୁର ପରିମାଣ ହ୍ରାସ ପରେ ଆଉ ସ୍ବାଦ ରହୁନି।

ଏ ନେଇ ନୟାଗଡ଼ ଘଡୁଆଳର ରବୀନ୍ଦ୍ର କୁମାର ପରିଡା କହିଛନ୍ତି, ଆଳୁ ଦର ବୃଦ୍ଧି ଯୋଗୁ ଅଙ୍ଗନୱାଡି ପକ୍ଷରୁ ଦିଆଯାଉଥିବା ଡାଲମାରେ ଆଳୁ ପଡୁନି। ମଧ୍ୟାହ୍ନଭୋଜନ ତରକାରୀରେ ମଧ୍ୟ ଆଳୁ ହଜିଗଲାଣି। ଜଳଖିଆ ଦୋକାନରେ ସିଙ୍ଗଡା, ଆଳୁଚପ ଓ ଘୁଗୁନିରେ ଆଳୁ ଖୋଜିଲେ ମଳୁନି। ଗାଁ ଗହଳିରେ ଆଳୁ ମଧ୍ୟ ଦୋକାନରେ ମିଳୁନି। ଦଶପଲ୍ଲା ବ୍ଲକ ତିଳାବାଡି ଗାଁର ବାଦଲ ମୁଦୁଲି କହିଛନ୍ତି, ସ୍କୁଲ ମଧ୍ୟାହ୍ନଭୋଜନରେ ଆଳୁ କାଁ ଭାଁ ପଡ଼ିବା ପରେ ତରକାରୀର ସ୍ବାଦ ରହୁନି। ଆଳୁ ଦରବୃଦ୍ଧି ଓ ବଜାରରେ ଆଳୁ ମିଳୁ ନ ଥିବାରୁ ସ୍କୁଲକୁ ଆଳୁ ଆସୁନାହିଁ। ଏଣୁ ଆମକୁ ଅସ୍ବାଦକର ଖାଦ୍ୟ ଖାଇବାକୁ ପଡୁଛି। ନୟାଗଡ଼ ବାଲୁଗାଁର ଲକ୍ଷ୍ମୀପ୍ରୀୟା ପରିଡା କହିଛନ୍ତି, ଆଳୁ ଦର ନ କମିଲେ ଲୋକଙ୍କର ଖାଦ୍ୟ ପଦାର୍ଥର ସ୍ବାଦିଷ୍ଟ ହଜିଯିବ। କିଛିଦିନର ଘଟଣାକୁ ଅନୁଧ୍ୟାନ କଲେ ଜଣାପଡୁଛି ଆଳୁ ଦର ବଢ଼ିବା ପରେ ଆଳୁଚପ, ଚାଟ ପରି ଖାଦ୍ୟ ପଦାର୍ଥରୁ ଆଳୁ ହଜିଗଲାଣି। ଏପରିକି ରୋଷେଇ ଘରେ ମଧ୍ୟ ଆଳୁର ପ୍ରଭାବ ପଡିଛି। ଘର ତରକାରୀରେ ଆଉ ଆଗ ପରି ଆଳୁ ପକାଇ ପାରୁନୁ। ଆଳୁର ଅଭାବ ସମସ୍ତଙ୍କୁ ଭାରି ବାଧୁଛି। ଭାପୁର ବାଇଗୁଣିଆର ଦିପ୍ତୀ ରଞ୍ଜନ ରଥ ନାମକ ଜଣେ ବ୍ୟବସାୟୀ କହିଛନ୍ତି, ଆଳୁ ଦର ସିନା ବଢ଼ିଗଲା, ହେଲେ ଆଳୁ ବ୍ୟବହୃତ ହୋଇ କରାଯାଉଥିବା ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ହୋଇନି। ଏଣୁ ବ୍ୟବସାୟୀମାନେ ଆଳୁଚପ, ସିଙ୍ଗଡା, ଚାଟ ପରି ଜଳଖିଆରୁ ଆଳୁ କମାଇବାକୁ ବାଧ୍ୟ ହୋଇଛନ୍ତି। ଜଳଖିଆରେ ପୂର୍ବପରି ଆଳୁ ଭାଗ ରଖିଲେ କ୍ଷତିକୁ ଏଡାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଳୁର ପରିମାଣ ହ୍ରାସ ପାଇବା ପରେ ଜଳଖିଆର ସ୍ବାଦ କମିଥିଲେ ମଧ୍ୟ କିଛି କରିବାର ନାହିଁ ବୋଲି କହିଥିଲେ। ଜଣେ ଶିକ୍ଷକ ନାଁ ଗୋପନ ରଖି କହିଛନ୍ତି, ଆଳୁ କେଜି ୬୦ ଟଙ୍କା ହୋଇଥିବାବେଳେ ବାଇଗଣର କିଲୋ ୮୦ରୁ ୧୦୦ ଟଙ୍କା ହୋଇଛି। ପୁଣି ଅନ୍ୟ ପରିବାରେ ମଧ୍ୟ ହାତ ମାରି ହେଉନି। ପୂର୍ବରୁ ମଧ୍ୟାହ୍ନଭୋଜନ ତରକାରୀରେ ଅଧିକ ଆଳୁ ପଡୁଥିଲା। ଏବେ ଆଳୁ ପରିମାଣ କମି ଯାଇଥିବାବେଳେ ଅନ୍ୟ ପନି ପରିବା ମଧ୍ୟ ପକାଇ ହେଉନି। ଏଣୁ ତରକାରୀ ଓ ଝୋଳ ପାଣିଆ ହୋଇଯାଉଛି। ଆମର ଇଚ୍ଛା ନ ଥିଲେ ବି ବାଧ୍ୟ ହୋଇ କରିବାକୁ ପଡୁଛି। ଜଣେ ଅଙ୍ଗନୱାଡି କର୍ମୀ କହିଛନ୍ତି, ଆଳୁ ଓ ଅନ୍ୟ ପରିବା ଦର ବଢ଼ିବା ପରେ ଆମ ପାଖରେ ବିକଳ୍ପ ନାହିଁ। ଆଳୁ ଓ ଅନ୍ୟ ପରିବା ପରିମାଣ ନ କମାଇଲେ କେତେଦିନ ହାତରୁ ଦେବୁ। ଏଣୁ ବାଧ୍ୟ ହୋଇ ଆମକୁ ଆଳୁ ଓ ଅନ୍ୟ ପନିପରିବା କମାଉଛୁ। ଦରବୃଦ୍ଧିକୁ ଦେଖି ଆମକୁ କିଛି ସ୍ଥାନରେ ଲୋକଙ୍କ ସହଯୋଗ ମିଳୁଛି ବୋଲି କହିଥିଲେ। ନୂଆଗାଁର ଛାତ୍ର ସୌଭାଗ୍ୟ କୁମାର ସ୍ବାଇଁ କହିଛନ୍ତି, ଗୁପଚୁପରେ ଓ ଚାଟରେ ଆଳୁ ନ ଥିବାରୁ ଭଲ ଲାଗୁନି। ଦୋକାନରେ ଜଳଖିଆ ଖାଇଲେ ପେଟ ପୁରୁନି। ଆଳୁର ପରିମାଣ କମିବାରୁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ଖାଦ୍ୟର ସ୍ବାଦିଷ୍ଟ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri