ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ

ଜାତିସଂଘ,୭ା୫: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ କୌଣସି ପକ୍ଷ ବିଜୟୀ ହେବେନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ କହିଛି। ଆକ୍ରମଣ ହେଉଥିବା ଅଞ୍ଚଳରୁ ନିରୀହ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବା ଜରୁରୀ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି କହିଛନ୍ତି। ଭାରତ ସର୍ବଦା ଶାନ୍ତି ପକ୍ଷରେ ରହିଆସିଥିବା ସେ ସ୍ପଷ୍ଟ କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭରୁ ଭାରତ ଏହାକୁ ବନ୍ଦ କରିବା ପାଇଁ ଦାବି କରିଆସୁଛି। ଆଲୋଚନା ଓ କୂଟନୈତିକ ମାର୍ଗରେ ବିବାଦର ସମାଧାନ ହୋଇପାରିବ ବୋଲି ତିରୁମୂର୍ତ୍ତି ୟୁଏନ୍‌ଏସ୍‌ସିରେ କହିଛନ୍ତି। ଯୁଦ୍ଧ ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି। ମହିଳା, ପିଲା ଓ ବୟସ୍କ ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଲକ୍ଷାଧିକ ଲୋକ ଘରଦ୍ୱାର ହରାଇ ପଡୋଶୀ ଦେଶରେ ଶରଣ ନେବାକୁ ବାଧ୍ୟ ହୋଇଛନ୍ତି। ୟୁକ୍ରେନର ବୁଚା ସହରରେ ନିରୀହ ନାଗରିକଙ୍କ ମୃତ୍ୟୁକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହାର ନିରପେକ୍ଷ ତଦନ୍ତ ଆହ୍ବାନକୁ ସମର୍ଥନ କରିଆସିଛି ବୋଲି ତିରୁମୂର୍ତ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରସ୍‌ ଚିହ୍ନିବ ଭାଇରିୟନ

ନ୍ୟୁୟର୍କ: ପ୍ରାଣୀମାନଙ୍କ ଦେହରେ ୧୬.୭ ଲକ୍ଷରୁ ଊର୍ଦ୍ଧ୍ୱ ଅଜଣା ଭାଇରସ୍‌ ରହିଥାନ୍ତି, ଯାହାଦ୍ୱାରା ଅନେକ ସମୟରେ ଲୋକମାନେ ସଂକ୍ରମିତ ହୋଇ ଭୟଙ୍କର ରୋଗର ଶିକାର ହୋଇଥାନ୍ତି।...

ଫ୍ରାନ୍ସରେ ହିଂସା ଘଟଣାକୁ ନେଇ ଆକ୍ସନ ମୋଡରେ ସରକାର, ନିୟୋଜିତ ହେବେ ୪୦ ହଜାର ପୋଲିସ କର୍ମଚାରୀ

ପ୍ୟାରିସ,୨୯।୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅଶାନ୍ତ ଦେଖାଦେଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ୟାରିସ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ...

ସ୍ପାଏ ଡ୍ରୋନ୍‌ ମୁତୟନ କରିବ ଚାଇନା

ଓ୍ବାଶିଂଟନ୍‌, ୨୦।୪: ଚାଇନା ମିଲିଟାରି ଖୁବ୍‌ଶୀଘ୍ର ଉଚ୍ଚ-ତୀବ୍ରତା ବିଶିଷ୍ଟ ଗୋଇନ୍ଦା ଡ୍ରୋନ୍‌ ମୁତୟନ କରିବାକୁ ଯୋଜନା କରୁଛି। ଲିକ୍‌ ହୋଇଥିବା ଆମେରିକୀୟ ମିଲିଟାରି ଡକ୍ୟୁମେଣ୍ଟରେ ଏହା...

ବସ୍‌ଙ୍କୁ ମେସେଜ୍‌ କରି ଚାକିରି ହରାଇଲେ ମହିଳା କର୍ମଚାରୀ

ବେଜିଂ,୨୦।୬: ଚାଇନାର ଏକ କମ୍ପାନୀରେ କାମ କରୁଥିବା ଜଣେ ମହିଳାଙ୍କୁ ସାମାନ୍ୟ କାରଣ ପାଇଁ ଚାକିରି ହରାଇବାକୁ ପଡିଛି। କାରଣ ହେଉଛି ସେ ତାଙ୍କ ବସ୍‌ଙ୍କ...

ଯୁଦ୍ଧରେ ୧୨ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ଗଲାଣି…

ଓ୍ବାଶିଂଟନ/କ୍ୱିଭ୍‌/ମସ୍କୋ, ୨୭।୩ : ୟୁକ୍ରେନ ବିରୋଧରେ ରୁଷିଆର ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୧୨ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ...

ବିବାଦରେ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ,୬ା୫(ଆଇଏଏନ୍‌ଏସ୍‌): ଏକ ବିବାଦୀୟ ଘଟଣାକ୍ରମରେ ପୁଲିଜର ପ୍ରାଇଜ ବୋର୍ଡ କଶ୍ମୀର ଉପରେ ଭାରତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଉପତ୍ୟକାକୁ ସ୍ବାଧୀନତାରୁ ବଞ୍ଚତ୍ତ ଏକ...

ଚାଇନାର ଧମକ ପରେ ପେଲୋସିଙ୍କ ତାଇଓ୍ବାନ ଗସ୍ତ ବାତିଲ…

ଓ୍ବାଶିଂଓନ/ବେଜିଂ,୧।୮ : ଆମେରିକାର ହାଉସ ଅଫ କମନ୍ସ ଅଧ୍ୟକ୍ଷ ନାନସୀ ପେଲୋସିଙ୍କ ଏସିଆ ଗସ୍ତ ତାଲିକାରୁ ତାଇୱାନକୁ ହଟାଇ ଦିଆଯାଇଛି। ଶୁକ୍ରବାର ଠାରୁ ପେଲୋସିଙ୍କ ଗସ୍ତ...

ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଅବାୟା ପିନ୍ଧିବାକୁ କରାଯିବ ବାରଣ: ଫ୍ରାନ୍ସ ଶିକ୍ଷାମନ୍ତ୍ରୀ…

ପ୍ୟାରିସ,୨୮।୮: ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରୀମାନଙ୍କୁ ଅବାୟା ପିନ୍ଧିବାକୁ ବାରଣ କରାଯିବ। ଦେଶ ପୂର୍ବରୁ ବିଦ୍ୟାଳୟରେ ମୁଣ୍ଡ ଆବରଣ ପିନ୍ଧିବାକୁ ବାରଣ...

Advertisement
Archives

Model This Week