କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ ଆସିଛ, ତେଣୁ ମୁଁ ଏହାକୁ କୃପା ବୋଲି ସ୍ବୀକାର କରୁଛି। ଯାହାଙ୍କ ଦ୍ୱାରା ତୁମେ ଏଠିକି ପ୍ରେରିତ ହୋଇଛ ତାଙ୍କର ତ ମୋ ପ୍ରତି ଅନୁଗ୍ରହ ରହିଛି। ମୁଁ କିଛି ଶିକ୍ଷା ପ୍ରଦାନ କରିପାରିବି ବୋଲି ସିଏ ମୋତେ ଯୋଗ୍ୟ ବିଚାରିଛନ୍ତି। କିନ୍ତୁ ମୁଁ ଜାଣେ ମୁଁ ୟାର ପାତ୍ର ନୁହେଁ। ମୋଠାରେ ଶିକ୍ଷା ଲାଭ କରିବା ଲାଗି କ’ଣ ଅଛି ଯେ? ମୁଁ ତ କାହାରିକୁ କିଛି ଶିଖାଇ ପାରେନି, କାରଣ ମୁଁ ନିଜେ ହିଁ ନିରନ୍ତର ଶିଖିଚାଲିଛି। ବାସ୍ତବ ଦୃଷ୍ଟି କୋଣରୁ ବିଚାରିଲେ, କେହି ଜଣେ ବି କାହାରିକୁ କିଛି ଶିଖାନ୍ତି ନାହିଁ, ଯାହା ବି ଶିକ୍ଷା ଲାଭ କରାଯାଏ ନିଜ ଅନ୍ତରର କୌଣସି ଉନ୍ମେଷରୁ ଶିଖାଯାଏ। ଏଥି ବ୍ୟତିରେକେ ଯାହାଙ୍କୁ ଗୁରୁର ଶ୍ରେୟ ମିଳେ ସିଏ କେବଳ ସେଇ ଉନ୍ମେଷର ନିମିତ୍ତମାତ୍ର। ନିମିତ୍ତମାତ୍ର ହେବା ପାଇଁ ଗୁରୁର କି ଆବଶ୍ୟକତା ଅଛି ଯେ?

ଏହାପରେ ନବଆଗନ୍ତୁକ ଜଣକ ମଥାନତ କରି କହିଲେ- ମୁଁ ତ ଏଠିକି ଆଗମନ କରିବା ପୂର୍ବରୁ ମନେ ମନେ ଆପଣଙ୍କୁ ମୋର ଗୁରୁ ରୂପେ ସ୍ବୀକାର କରିସାରିଛି। ଏଣିକି ଆପଣଙ୍କର ଯେମିତି ଆଦେଶ ହୋଇପାରେ। ଗୁରୁ ପୁନଶ୍ଚ କହିଲେ- ଯାହା ତୁମର ଇଚ୍ଛା ବତ୍ସ। ଏଇଠି ରୁହ, ଅଧ୍ୟୟନ ଓ ଚିନ୍ତନ ସକାଶେ ଯେମିତି ସୁବିଧା ତୁମର ଆବଶ୍ୟକ ଅଛି ଏଇଠୁ ହି ପାଇପାରିବ। ଗୁରୁ ଥରୁଟିଏ ମୁହଁ ଉଠେଇ ଚାରିଆଡ଼େ ଦୃଷ୍ଟି ପହଁରାଇ ଆଣିଲେ। ତା’ ପରେ ନିର୍ବିକାର ଚିତ୍ତରେ କହିଲେ – ଏ ସବୁ ହିଁ ଏଇଠି ଅଛି। ଦେଖ ଶୁଣ, ଇଚ୍ଛା ହେଲେ ଚିନ୍ତନ କର ଯେତିକି ପାର ଆନନ୍ଦ ପ୍ରାପ୍ତକର। ଆଚ୍ଛା, କ’ଣ ଦେଖିଲ? ଗୁରୁଦେବ! ମୁଁ ପକ୍ଷୀଟିଏ ଦେଖିଲି, ଖୁବ୍‌ ସୁନ୍ଦର ପକ୍ଷୀ। ଆଉ, ମୋର ମନ ହେଉଥିଲା ମୁଁ ବି ଯଦି ଏମିତି ପକ୍ଷୀଟିଏ ହୋଇଥାନ୍ତି ତେବେ ଅସୀମ ସୁନୀଳ ଆକାଶ ଛାତିରେ ଡେଣା ଝାଡି ଉଡ଼ି ବୁଲନ୍ତି ଓ ଦୂରଦୂରାନ୍ତର ବିଚରଣ କରନ୍ତି।

ଗୁରୁ ଟିକିଏ ସ୍ଥିର ଦୃଷ୍ଟିରେ ନବ ଯୁବକ ଆଡ଼କୁ ଚାହିଁ କହିଲେ – ଇଏ ତ ଗୋଟିଏ ବେଇମାନ। ଯାଅ, ଆହୁରି ନିରୀକ୍ଷଣ କର, ଯେତିକି ହୋଇପାରେ ଆନନ୍ଦ ଲାଭକର। କୁହ ତ, ଏଥର କ’ଣ ଦେଖିଲ?
ଗୁରୁଦେବ ମୁଁ ଗୋଟାଏ ବିରାଟ ସୁନ୍ଦର ପକ୍ଷୀଟିଏ ଦେଖିଲି। ଏମିତି ତ ଗୋଟିଏ ଅଦ୍ୱିତୀୟ ଖୁବ୍‌ ସୁନ୍ଦର ପକ୍ଷୀ। ତା’ପରେ ମୋର ମନେ ହେଉଥିଲା କୌଣସି ପ୍ରକାରେ ତାକୁ ଧରିନେଇ ପଞ୍ଜୁରିବଦ୍ଧ କରିନିଅନ୍ତି ଯେ ସେ ସର୍ବଦା ମୋ ପାଖରେ ରହନ୍ତା, ଆଉ ମୁଁ ତାକୁ ଦେଖାକରନ୍ତି। ଗୁରୁ କହିଲେ-ଛାଡ, କିଛି ତ ଦେଖିଲ ନା ? ବେଶି ସିନା ସତ୍ୟତା ଅଛି; କିନ୍ତୁ ଏବେ ଜ୍ଞାନ ହୋଇନି। ଯାଅ, ପୁଣି ଦେଖି ଶୁଣ, ଯେତିକି ପାରୁଛ ଗ୍ରହଣ କର। କ’ଣ ଦେଖିଲ,? ମୁଁ ପକ୍ଷୀଟିଏ ଦେଖିଲି। ସେମିତି ମୁଁ ଅନ୍ୟକୁ ଦେଖିଲିନି। କଳ୍ପନା ବି କରି ପାରିବିନି ଯେ ଭବିଷ୍ୟତରେ ଏଭଳି ସୁନ୍ଦର ପକ୍ଷୀଟିଏ ବି ଥାଇପାରେ। ତା’ପରେ ? ଶିଷ୍ୟ ଉତ୍ତର ଫେରାଇଲେ-ଆଉ କିଛି ନାହିଁ, ଗୁରୁଦେବ। ମୁଁ ତାକୁ ହିଁ ଦେଖି ଚାଲିଛି। ମୁଁ ସ୍ବତଃପ୍ରବୃତ୍ତ ହୋଇ କହିଲି, ଏ ପକ୍ଷୀଟି ଅଛି, ଏ ସୁନ୍ଦର, ଏ ଅପ୍ରତିମ। ତା’ପରେ ସେ ଉଡିଗଲା। ମୁଁ ଆପଣାଛାଏ କହିଲି, ମୁଁ ଦେଖୁଥିଲି, ସେ ସୁନ୍ଦର ଥିଲା ଓ ଅପ୍ରତିମ ଥିଲା ଓ ସେ ଉଡିଗଲା; କିନ୍ତୁ ମତେ ସେ ପକ୍ଷୀରୁ କ’ଣ ମିଳିଲା ? ତା’ ଜୀବନ ତା’ର। ଏହା ପରେ ମୁଁ ନିଷ୍କ୍ରାନ୍ତ ହୋଇଗଲି।’

ଗୁରୁ ସ୍ଥିର ଦୃଷ୍ଟିରେ ଶିଷ୍ୟଙ୍କୁ ଚାହିଁ ରହିଥିଲେ। ନା ସେ ଦୃଷ୍ଟିର ଉନ୍ମୁକ୍ତ ପଣରେ କୌଣସି ନୂ୍ୟନତା ଥିଲା ନା ତା’ର ରହସ୍ୟମୟତା। ପୁଣି ତାଙ୍କ ମୁଖମଣ୍ଡଳରେ ହଠାତ୍‌ ଏକ ବାତ୍ସଲ୍ୟପୂର୍ଣ୍ଣ ସ୍ମୃତି ଫୁଟିଆସିଲା ଆଉ ସେ କହିଲେ- ତା’ହେଲେ ତୁମେ ଦେଖିନେଲ,ଏତେ ଜ୍ଞାନ। ତା’ଠୁ ବେଶି କିଛି ମୋଠାରୁ ଶିଖିବାର ନାହିଁ। ଇଏ ବି ମୋ ପାଶେ ନାହିଁ, ସର୍ବତ୍ର ବିଛେଇ ହୋଇଯାଇଛି। ମୁଁ କହିଥିଲି ନା କେହି କାହାରିକୁ କିଛି ଶିଖାଇ ନ ଥାଏ। ଉନ୍ମେଷ ଭିତରୁ ହିଁ ହୁଏ। ଗୁରୁ ନିମିତ୍ତମାତ୍ର ହୋଇପାରନ୍ତି; କିନ୍ତୁ ନିମିତ୍ତମାତ୍ର ତ କିଛି ବି ହୋଇପାରେ। ମୋଟାମୋଟି କହିବାକୁ ଗଲେ, ଜ୍ଞାନପ୍ରାପ୍ତି କରିବାର କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ଏମିତି ତ ନୁହେଁ ଯେ ଆମେ ବହିପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷା ସମାପ୍ତି ହେବାକ୍ଷଣି ଜ୍ଞାନ ଆହରଣ କରିପାରିବା। ସମଗ୍ର ଜୀବନ-ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବାର ପ୍ରକ୍ରିୟା ଜାରିରୁହେ। ଆମେ ବହି ନ ଓଲଟେଇଲେ ବି ଶିକ୍ଷାଲାଭ କରନ୍ତି। ଏଥିପାଇଁ କେବଳ ନିଜ ଚାରିପଟେ ଅବଲୋକନ କରିବାର ଆବଶ୍ୟକତା ରହିଛି। ଏହିପରି ଆମେ ପ୍ରତିଟି ମୁହୂର୍ତ୍ତରେ କିଛି ନା କିଛି ଶିଖିପାରିବା

ନଗେନ୍ଦ୍ର ନାଥ ପଟ୍ଟନାୟକ
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର
ଲକ୍ଷ୍ମୀସାଗର କେନାଲ ରୋଡ୍‌ , ଭୁବନେଶ୍ୱର
ମୋ:୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri