Posted inଫୁରସତ

ଏହି ହ୍ରଦ ପାଣି ପିଇଲେ କେହି ବଞ୍ଚନ୍ତି ନାହିଁ

ଦୁନିଆରେ ଏପରି ଅନେକ ବିପଜ୍ଜନକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେହିଭଳି ବିପଜ୍ଜନକ ହ୍ରଦ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଅଛି, ଯାହା ଫଣ୍ଡୁଜି ହ୍ରଦ ଭାବରେ ଜଣାଶୁଣା। ବିଶ୍ୱାସ କରାଯାଏ ଯେ, ଯିଏ ଏହି ହ୍ରଦର ଜଳ ପିଇଛନ୍ତି ସେ ଆଉ ବଞ୍ଚିନାହାନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରାଚୀନ କାଳରେ ଏଠାକୁ ଯାଉଥିବା ଜଣେ କୁଷ୍ଠରୋଗୀଙ୍କୁ ସ୍ଥାନୀୟ ଲୋକମାନେ ଖାଦ୍ୟ ଏବଂ ଆଶ୍ରୟସ୍ଥଳକୁ ବାରଣ କରିଥିଲେ। ଏହା ପରେ ସେ ସେହି ଲୋକମାନଙ୍କୁ ଅଭିଶାପ ଦେଇଥିଲେ ଏବଂ ହ୍ରଦ ଭିତରକୁ ପ୍ରବେଶ କରି ଅଦୃଶ୍ୟ ହୋଇଗଲେ। କୁହାଯାଏ ଯେ, ସକାଳେ ହ୍ରଦ ଭିତରୁ ଡ୍ରମ୍‌, ପଶୁ ଏବଂ ଲୋକମାନଙ୍କର ଚିତ୍କାର ଶୁଣିବାକୁ ମିଳେ। ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ମଧ୍ୟ ଅଛି ଯେ, ଭଣ୍ଡା ଆଦିବାସୀମାନଙ୍କୁ ଖୁସି କରିବା ପାଇଁ ଏହି ହ୍ରଦଟି ପର୍ବତରେ ବାସ କରୁଥିବା ଏକ ବିରାଟ ଡ୍ରାଗନ ଦ୍ୱାରା ସୁରକ୍ଷିତ। ଯେଉଁଥିରେ ଅବିବାହିତ ଝିଅମାନେ ନାଚିଥାନ୍ତି।

ଭୂସ୍ଖଳନ ହେତୁ ମୁତାଲି ନଦୀର ପ୍ରବାହ ଅବରୋଧ ହେତୁ ପ୍ରାଚୀନ କାଳରେ ଏହି ହ୍ରଦ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ଏକ ରହସ୍ୟ ହୋଇ ରହିଛି ଯେ, ଏହି ନଦୀର ଜଳ ସମ୍ପୂର୍ଣ୍ଣ ପରିଷ୍କାର। ତା’ପରେ ସେଥିରେ କ’ଣ ଅଛି, ଯାହା ଏହାକୁ ପିଇବା ପରେ ଲୋକ ମରିଯାଇଥାନ୍ତି।

ଏହି ହ୍ରଦର ଜଳର ରହସ୍ୟ ଜାଣିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ପ୍ରତ୍ୟେକ ଥର ଅନୁସନ୍ଧାନକାରୀମାନେ ବିଫଳ ହୋଇଥିଲେ। କୁହାଯାଏ, ୧୯୪୬ ମସିହାରେ ଆଣ୍ଡି ଲେଭିନ ନାମକ ଜଣେ ବ୍ୟକ୍ତି ଏହି ହ୍ରଦର ଜଳର ସତ୍ୟତା ଜାଣିଥିଲେ। ସେ ସେଠାରୁ ପାଣି ଏବଂ କିଛି ଉଦ୍ଭିଦ ନେଇ ଯାଇଥିଲେ। କିନ୍ତୁ ହଠାତ୍‌ ସେ ରାସ୍ତା ହରାଇଲେ। ଏହା ତାଙ୍କ ସହିତ ଅନେକ ଥର ଘଟିଥିଲା।

ଏହି ହ୍ରଦର ଜଳ ଆଜି ମଧ୍ୟ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି। ଅଧିକାଂଶ ଲୋକ ହ୍ରଦର ବିପଜ୍ଜନକ ଜଳ ପଛରେ କିଛି ବିଷାକ୍ତ ଗ୍ୟାସ ନିଗମନକୁ ଦାୟୀ କରନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଠୋସ୍‌ ପ୍ରମାଣ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?