କେହି ମାନିଲେନି ଗାଇଡ୍‌ଲାଇନ୍‌, ବୋହି ନେଲେ ମଦ

କୋରାପୁଟ,୧୬ା୩(ଅମିତାଭ ବେହେରା): ହୋଲି ସାରାଦେଶରେ ମହାଆଡ଼ମ୍ବରରେ ପାଳିତ ହୋଇଥିବା ବେଳେ ଅବକାରୀ ବିଭାଗ ଓ ମଦ ବ୍ୟବସାୟୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ସରକାରୀ ନିୟମକୁ ଫୁ’ କରି ଦେଇ ସହରର ସମସ୍ତ ମଦ ଦୋକାନ ଖୋଲାରହିବା ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ହୋଲି ପର୍ବ ଏକ ମହାନ ପର୍ବ ହୋଇଥିବା ବେଳେ ଏହି ପର୍ବ ସାରାଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ କୋରାପୁଟ ସହର ମଧ୍ୟ ଏହିରୁ ବାଦ୍‌ ପଡ଼ିନାହିଁ , କିନ୍ତୁ ଏହ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବା ନିମନ୍ତେ ସବୁସ୍ତରରେ ଉଦ୍ୟମ ଜାରି ରହିଥାଏ , ତେବେ ଏହି ଉତ୍ସବ ଶିଶୁଠାରୁ ବୃଦ୍ଧ, ବୃଦ୍ଧା, ବାଳିକା, ମହିଳା ଏମିତିକି ଜାତିଧର୍ମ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ଏହାକୁ ପାଳନ କରନ୍ତ। ଏହି ଦିବସରେ ମଦ୍ୟପାନ ଜନିତ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ସରକାରଙ୍କ ପକ୍ଷରୁ ଆଜି ଦିନକ ପାଇଁ ମଦ ଦୋକାନ ବନ୍ଦ କରିବା ନିମନ୍ତେ ନିର୍ଦେଶ ଥିବା କୁହାଯାଉଛି। ହେଲେ ଅସାଧୁ ବ୍ୟବସାୟୀ ଓ ଅବକାରୀ ବିଭାଗର ସଲାସୁତୁରାରେ ସହରର ସମସ୍ତ ମଦ ଦୋକାନ ବନ୍ଦ ପରିବର୍ତ୍ତେ ଖୋଲା ରଖା ଯାଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ବସ୍‌ଷ୍ଟାଣ୍ଡରେ ଥିବା ଠିପି ବନ୍ଦ ମଦଦୋକାନ ପାଖରେ ଯିଏ ଖୋଲି ପିଇବ ତାକୁ ୫ ହଜାର ଟଙ୍କା ଜରିମାନା ଦେବା ପାଇଁ ଲେଖାଥିଲେ ବି ମଦ ଦୋକାନ ଆଗରେ ମଦ ପିଉଥିବା ଏବଂ ନିୟମ ଉଲଂଘନ କରି ମଦ ବିକ୍ରି କରିବା ଘଟଣା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବସ୍‌ଷ୍ଟାଣ୍ଡ ଉପରେ ଏହି ଦୋକାନ ରହିଥିବାରୁ ଦିନ ଦ୍ୱିପ୍ରହରରେ ଖୋଲା ଖୋଲି ମଦ୍ୟ ପାନ କରାଯାଉଥିବାରୁ ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀଙ୍କୁ ଜଣାଇବାର ଅଧଘଣ୍ଟା ପରେ ବସ୍‌ଷ୍ଟାଣ୍ଡ ମଦ ଦୋକାନ ବନ୍ଦ ହୋଇଥିବା ବେଳେ ଅନ୍ୟ ଠିପି ବନ୍ଦ ମଦ ଦୋକାନଗୁଡ଼ିକ ଖୋଲା ରହିଥିଲା। ଜିଲାପାଳ ଏଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲାରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri