ଗହମ ଆମଦାନୀର ଆବଶ୍ୟକତା ନାହିଁ, ଭାରତ ପାଖରେ ରହିଛି ପର୍ଯ୍ୟାପ୍ତ ଷ୍ଟକ୍‌…

ନୂଆଦିଲ୍ଲୀ, ୨୧।୮ : ଗହମ ଆମଦାନୀ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ କହିଛି, ଭାରତ ଗହମ ଆମଦାନୀ କରିବା ପାଇଁ ସେପରି କୌଣସି ଯୋଜନା ନାହିଁ। ଆମର ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ ଅଛି ଏବଂ ଖାଦ୍ୟ ବଣ୍ଟନ ନିଗମର ଭାରତରେ ମଧ୍ୟ ସାଧାରଣ ବଣ୍ଟନ ପାଇଁ ପର୍ଯ୍ୟାପ୍ତ ପରିମାଣର ଷ୍ଟକ ରହିଛି। କେତେକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଭାରତ ଅନ୍ୟ ଦେଶରୁ ଗହମ ଆମଦାନୀ କରିବାକୁ ଚିନ୍ତା କରୁଛି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ ଭାରତ ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇବାକୁ ସକ୍ଷମ ଥିବା ଦାବି କରିଥିଲା। ପ୍ରକୃତରେ, ବ୍ଲୁମବର୍ଗ ଏହାର ଏକ ରିପୋର୍ଟରେ କହିଥିଲା ଯେ ଉତ୍ତାପ ବଢ଼ିବା ଦ୍ୱାରା ଗହମ ଉତ୍ପାଦନ କମିବାରେ ଲାଗିଥିବାରୁ ଏବଂ ଦେଶରେ ଦରଦାମ ବୃଦ୍ଧି ଯୋଗୁ ଗହମ ଆମଦାନୀ କରିବାକୁ ସରକାରବାଧ୍ୟ ହୋଇପାରନ୍ତି।

ଏହି ଖବର ପ୍ରକାଶ କରି ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗ କହିଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟ ଏହା ସହ ଜଡିତ ମନ୍ତବ୍ୟ ମାଗିଥିବା ଇମେଲର କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଏଥିସହିତ ଖାଦ୍ୟ ଓ ବାଣିଜ୍ୟ ମନ୍ତ୍ରଣାଳୟର ମୁଖପାତ୍ର ମଧ୍ୟ ଏହାର ଉତ୍ତର ଦେବାକୁ ମନା କରି ଦେଇଛନ୍ତି। ବୁଧବାର ଭାରତ ଗହମ ଉତ୍ପାଦନ ପାଇଁ ଏକ ବର୍ଦ୍ଧିତ ଆକଳନ ଉପସ୍ଥାପନ କରିଥିବାବେଳେ ଅନ୍ୟ ପୂର୍ବାନୁମାନକାରୀ ଏବଂ ବ୍ୟବସାୟୀମାନେ ଉତ୍ତାପ ଲହର ଯୋଗୁଁ ଉତ୍ପାଦନ ପରିମାଣକୁ କମ ବୋଲି କହୁଛନ୍ତି। କୃ

ଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ନୂତନ ଆକଳନ ଅନୁଯାୟୀ ସରକାର କହିଛନ୍ତି ଯେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶସ୍ୟ ଉତ୍ପାଦନକାରୀ ଭାରତ ୨୦୨୨ମସିହାରେ ୧୦୬.୮୪ ନିୟୁତ ଟନ ଗହମ ଅମଳ କରିଛି। ଯାହା ପୂର୍ବ ଆକଳନ ଠାରୁ ୧୦୬.୪୧ ନିୟୁତ ଟନ ତୁଳନାରେ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri