ନିର୍ମାଣ ଶେଷ ପରେ ବି ମିଳୁନି ଟଙ୍କା

କଟକ ଅଫିସ,୨।୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ୨୦୨୨ ଶେଷ ସୁଦ୍ଧା ସହରାଞ୍ଚଳରେ ସମସ୍ତ ବାସହୀନଙ୍କୁ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ପରିକଳ୍ପନା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସିଏମ୍‌ସିର ମୋଟ ୫୯ ୱାର୍ଡରେ ୨,୭୫୪ ହିତାଧିକାରୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମାତ୍ର ଆବାସ ବଣ୍ଟନରେ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।

ମିଳିଥିବା ତଥ୍ୟ ଅନୁଯାୟୀ ୫୭ନଂ ୱାର୍ଡ ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ସାବିତ୍ରୀ ସାହୁ ରହି ଆସୁଛନ୍ତି। ପିଏମ୍‌ଏଓ୍ବାଇରେ ତାଙ୍କୁ ଘର କରିବା ପାଇଁ କାର୍ଯ୍ୟାଦେଶ (ନମ୍ବର. ୨୦୯୬/୧୦।୮।୨୦୨୧) ମିଳିଥିଲା। ସେହି ଅନୁସାରେ ସେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଘର ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ଏଯାବତ୍‌ ତାଙ୍କୁ ଟଙ୍କାଟିଏ ମିଳି ନ ଥିବା ଅଭିଯୋଗ କରିଛନ୍ତି ା ନିଜ ହାତରୁ ସମସ୍ତ ଅର୍ଥ ଖର୍ଚ୍ଚ କରି ଏହି ଘର କରିଛନ୍ତି। ପ୍ରଥମେ ଆବାସ ନିୟମାନୁଯାୟୀ ଅଧା ଅଧା କରି ଘର କଲେ ା ବିଭାଗୀୟ ଅଧିକାରୀ ଆସି ଦେଖିଲେ, ପରେ ପଇସା ଦେବେ ବୋଲି କହି ଆଉ ଦେଲେ ନାହିଁ। ନିୟମାନୁଯାୟୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ମୋଟ ଦୁଇ ଲକ୍ଷ ଟଙ୍କା ମିଳିଥାଏ। ଖନନ ସମୟରେ ୪୦ ହଜାର, ଭିତ୍ତିମୂଳ ସମୟରେ ୬୦ ହଜାର, ଛାତ ପକାଇବା ସମୟରେ ୬୦ହଜାର ଓ କାର୍ଯ୍ୟ ସମ୍ପନ୍ନ ପରେ ୪୦ ହଜାର ଦିଆଯାଇଥାଏ। ସେହିପରି ୫୭ନଂ ୱାର୍ଡର ଆଉ ଜଣେ ହିତାଧିକାରୀ କାଳନ୍ଦୀ ସାମଲ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ତାଙ୍କୁ ଖଣ୍ଡେ ଘର ଏପଯର୍‌ୟନ୍ତ ମିଳିପାରି ନାହିଁ। ନିୟମ ଅନୁସାରେ ଫର୍ମ ପୂରଣ କରି ଦେଇଥିଲେ ସୁଦ୍ଧା ତାଙ୍କୁ ବାରମ୍ବାର ସିଏମ୍‌ସି ଅଫିସ ଦୈାଡ଼ାଇବା ସାର ହୋଇଛି। ୫୬ନଂ ୱାର୍ଡ ଅନ୍ତର୍ଗତ କାଜିପାଟଣା ଗ୍ରାମର ମଥୁରୀ ସାମଲ ସିଏମ୍‌ସିରୁ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ମାତ୍ର ସିଏମ୍‌ସିର କେତେଜଣ ଅସାଧୁ କର୍ମଚାରୀଙ୍କ ସହାୟତାରେ ମଥୁରୀଙ୍କୁ ମୃତ ଦର୍ଶାଇ ତାଙ୍କ ଜାଗା ଉପରେ ଅନ୍ୟ ଜଣେ ବ୍ୟକ୍ତି ଆବାସ ଯୋଜନାରେ ଘର ତିଆରି କରୁଛନ୍ତି। ଏହାକୁ ନେଇ ତତ୍‌କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ତଥା ସିଏମ୍‌ସି ପ୍ରଶାସନିକ ଅଧିକାରୀ ଅନୀଲ କୁମାର ସାମଲଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପରେ ପତ୍ର ନଂ. ୧୨୧୬/୯।୯।୨୦୨୧ରେ ନଗର ଉନ୍ନୟନ ଉପସଚିବ ସିଏମ୍‌ସି କମିଶନରଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ଲେଖିଥିଲେ। ଏପରି କି ସିଏମ୍‌ସି କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପିଆର୍‌ ନଂ. ୮୨୭୭/୨୨।୯।୨୦୨୧ରେ ସିଏମ୍‌ସି ବସ୍ତି ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ୧ନଂ ୱାର୍ଡର ପୂର୍ବତନ କର୍ପୋରେଟର ଚିତ୍ତ ଦାସଙ୍କ ନେତୃତ୍ୱରେ ଏକ ଦଳ ଗତ ୨୮ତାରିଖରେ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ଭେଟି ଆଲୋଚନା କରିଥିଲେ ଓ କମିଶନର ଏହାର ସମାଧାନ ଏକ ସପ୍ତାହ ମଧ୍ୟରେ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଚିତ୍ତ ଦାସ କହିଛନ୍ତି। ଅପରପକ୍ଷରେ ଘଟଣାର ଯଥାଶୀଘ୍ର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri