ରଙ୍ଗଖେଳ କାଳ ନ ହେଉ

ଅଲେଖ ଚନ୍ଦ୍ର ମିଶ୍ର

ହୋଲି କହିଲେ ଆଗେ ଯାହା ବୁଝାଯାଉଥିଲା ଏବେ ତାହା ଆଉ ନାହିଁ। ହୋଲିକା ଦହନ, ରାଧାକୃଷ୍ଣଙ୍କର ଅବିର ଖେଳ, ମେଳଣ, ଝୁଲଣ, ବିମାନରେ ବୁଲି ବିଭିନ୍ନ ସ୍ଥାନରେ ଚାଚେରୀ ଭୋଗ ଗ୍ରହଣ, ଗୋପାଳଙ୍କର ଲଉଡ଼ି ଖେଳ ଓ ଓଗାଳ ଇତ୍ୟାଦି ଯୁଗଯୁଗରୁ ପ୍ରଚଳିତ ପରମ୍ପରା ଏବେ ବିଲୋପର ଦ୍ୱାରଦେଶରେ। ଅଧୁନା ହୋଲି କହିଲେ ମୁଖ୍ୟତଃ ରଙ୍ଗଖେଳକୁ ହିଁ ବୁଝାଉଛି I ଏହାକୁ ଯଥାର୍ଥ ବୈଜ୍ଞାନିକ ସମର୍ଥନ ବି ମିଳୁଛି I ତେଣୁ ଏହା ଏକ ଭାରତୀୟ ହିନ୍ଦୁପର୍ବ ନ ରହି ସାରା ପୃଥିବୀରେ ବ୍ୟାପିଗଲାଣି। ନେପାଳ, ବାଂଲାଦେଶ, ପାକିସ୍ତାନ, ସୁରିନାମ, ଗୁୟାନା, ତ୍ରିନିଦାଦ ଓ ଟବାଗୋ, ଦକ୍ଷିଣ ଆଫ୍ରିକା, ମାଲେସିଆ, ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ମରିସସ,ଫିଜି ଆଦି ଦେଶ ବିଦେଶରେ ରଙ୍ଗର ଖେଳ ଭାବରେ ଏହା ଖୁବ୍‌ ଉତ୍ସାହ ଓ ଉଦ୍ଦୀପନା ସହିତ ପାଳିତ ହେଉଛି। ସେମାନେ ତ ହୋଲି ଶବ୍ଦର ନୂତନ ବ୍ୟାଖ୍ୟା ବି କରିଦେଲେଣି I ଇଂରାଜୀ ଅକ୍ଷର ଅନୁସାରେ ଏହାକୁ HOLI (High On Love Initially) ଭାବରେ ନୂତନ ପରିଚିତି ଦେଇଛନ୍ତି I ଶୀତର ପ୍ରକୋପରୁ ମୁକ୍ତି ଓ ବସନ୍ତର ଉଷ୍ଣତାକୁ ସ୍ବାଗତର ସନ୍ଧିକ୍ଷଣରେ ପଡୁଥିବା ଏହି ପର୍ବଟି ମନ୍ଦ ଉପରେ ଭଲର ବିଜୟ ଭାବରେ ସର୍ବତ୍ର ଆଦୃତି ଲାଭ କରୁଛି I
ବୈଜ୍ଞାନିକମାନଙ୍କ ମତରେ ଶୀତ ଋତୁରେ ପ୍ରବଳ ଥଣ୍ଡା ହେତୁ ବହୁଲୋକ ଠିକ୍‌ ଭାବରେ ଗାଧାନ୍ତି ନାହିଁ, ଯାହାଫଳରେ ସେମାନଙ୍କ ଦେହ ଉପରେ ଧୂଳି, ମଳି, ଝାଳ ଜମି ନାନାପ୍ରକାର ଚର୍ମ ରୋଗ ସୃଷ୍ଟିକରେ। ରଙ୍ଗ ଖେଳ ପରେ ସମ୍ପୂର୍ଣ୍ଣ ସ୍ନାନ ମାଧ୍ୟମରେ ଦେହକୁ ଘସିମାଜି ସଫା କରାଯାଏ। କେତେକ ସ୍ଥାନରେ ହୋଲିକା ଦହନ କାର୍ଯ୍ୟକ୍ରମ ପରେ ନିଆଁ ଜଳୁଥିବା ଧୁନିକୁ ପରିକ୍ରମା କରାଯାଏ, ଯାହାର ଉତ୍ତାପ ଶରୀର ଉପରେ ଥିବା ଜୀବାଣୁକୁ ନଷ୍ଟ କରିଦିଏ I ଏହାଛଡ଼ା ଋତୁ ପରିବର୍ତ୍ତନଜନିତ ସାଧାରଣ ଅସୁସ୍ଥତା ହୋଲିର ନାଚଗୀତ ଓ ଶାରୀରିକ ସଞ୍ଚାଳନ ଯୋଗୁ ଦୂର ହୋଇଯାଏ। ଆଗେ ହୋଲି ପାଇଁ ପ୍ରସ୍ତୁତ ହେଉଥିବା ରଙ୍ଗର ଉତ୍ସ ଥିଲା ବିଭିନ୍ନ ପ୍ରକାର ଉଦ୍ଭିଦଜାତ ଦ୍ରବ୍ୟ ଯଥା:- ହଳଦୀ, ନିମ, ବେଲ, ତୁଳସୀ, ପଳାଶ ଇତ୍ୟାଦି ଯାହା ମଣିଷ ଶରୀରର ସୁସ୍ଥତା ଓ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେଉଥିଲା I ଉଦାହରଣ ସ୍ବରୂପ ସାଧାରଣତଃ ବ୍ୟବହୃତ ହେଉଥିବା କେତୋଟି ରଙ୍ଗ ଏବଂ ତା’ର ଉପାଦାନ ବିଷୟରେ ସୂଚନା ଦିଆଯାଇପାରେ। ସବୁଜ:ମେହେନ୍ଦିର ପାଉଡର, କୃଷ୍ଣଚୂଡ଼ା କିମ୍ବା ନାଗାର୍ଜୁନ ଗଛର ଶୁଖିଲାପତ୍ରର ଗୁଣ୍ଡ, ପୋଇପତ୍ର ଇତ୍ୟାଦି। ହଳଦିଆ:ଶୁଖିଲା ହଳଦୀଗୁଣ୍ଡ, କଞ୍ଚା ହଳଦୀ ରସ, ବେଲ, ଅମଳତା (ସୁନାରି ବା ରାଜ ବୃକ୍ଷ), ବେସନ, ଗେଣ୍ଡୁ, ସିଂହପର୍ଣ୍ଣି, ସୂର୍ଯ୍ୟମୁଖୀ, ସ୍ଥଳପଦ୍ମ, ପଳାଶ ଇତ୍ୟାଦି। କମଳା (ଗେରୁଆ):- ଦାରୁ ହଳଦୀ, ଚୂନ ଓ ହଳଦୀର ମିଶ୍ରଣ, ବତୁରା ମେହେନ୍ଦି I
ଲାଲ: ଗୋଲାପ, ଶୁଖିଲା ମନ୍ଦାର ଫୁଲ, ମଞ୍ଜୁଆତି, ଆତ (ରାମଫଳ) ଗଛର ଛେଲି, ରକ୍ତଚନ୍ଦନ, ଡାଳିମ୍ବ ଚୋପା କିମ୍ବା ଦାନା, ଲାଲ ମୂଳା ଇତ୍ୟାଦି। ବାଇଗଣୀ: ବିଭିନ୍ନ ପ୍ରକାର ଦେଶୀୟ କୋଳି ଯଥା ଧଳାଙ୍ଗ, ନୀଳବଦରୀ, କେନ୍ଦୁ, ବରକୋଳି, ବିଟ,ପୋଇଗୁଳି (ମଞ୍ଜି), ଲାଉ ପତ୍ର। ନୀଳ: ଇଣ୍ଡିଗୋ, ଅଙ୍ଗୁର, ନୀଳ ମନ୍ଦାର, ଜକରନ୍ଦା ଫୁଲର ଗୁଣ୍ଡ ବା ପେଷ୍ଟ। ଧୂସର: ପଣସ, କୈଟିସୁରସ, ଖଇର, ଲାଲ ମ୍ୟାପ୍ଲ ଗଛ, କଫି କିମ୍ବା ଚା’ ପତ୍ର। କଳା:- କଳା ଅଙ୍ଗୁର, ଜାମୁକୋଳି, ନରକୋଳି, ପାଚିଲା କରମଙ୍ଗା, ଅଁଳା ଇତ୍ୟାଦି।
କିନ୍ତୁ ଉଦ୍‌ବେଗର କଥା ଯେ ଆଜିକାଲି ଆଉ ଏଭଳି ଜଡିବୁଟି, ଚେରମୂଳି ବା ବୃକ୍ଷଲତାରୁ ଉପଲବ୍ଧ ଉପାଦାନକୁ ବ୍ୟବହାର ନ କରି ବଜାରରେ କମ୍‌ ଦାମରେ ମିଳୁଥିବା ରାସାୟନିକ (ସିନ୍ଥେଟିକ) ରଙ୍ଗ ହିଁ ପସନ୍ଦ କରାଯାଉଛି। ସେ ସବୁକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ କେତେ ଯେ ବିଷାକ୍ତ ଦ୍ରବ୍ୟ ମିଶ୍ରଣ କରାଯାଇପାରେ ତାହା କେହି ଚିନ୍ତା କରନ୍ତି ନାହିଁ I
ଏହାର କେତେକ ଦୃଷ୍ଟାନ୍ତ ହେଲା ଲିଡ୍‌ ଅକ୍ସାଇଡ, ଡିଜେଲ, କ୍ରୋମିଅମ, ଆୟୋଡିନ, କପର୍‌ ସଲ୍‌ଫେଟ ଇତ୍ୟାଦି ଯାହା ଚର୍ମ ରୋଗ, ଆଲର୍ଜି, ଚକ୍ଷୁପୀଡ଼ା ଇତ୍ୟାଦି ରୋଗ ଜାତ କରୁଛି। ସବୁଜ ରଙ୍ଗରେ କପର୍‌ ସଲ୍‌ଫେଟ ମିଶିଲେ ସାମୟିକ ଦୃଷ୍ଟିହୀନତା ସୃଷ୍ଟି ହୁଏ। ଲାଲ ରଙ୍ଗରେ ମକ୍ୟୁରି ସଲ୍‌ଫାଇଡ ମିଶାଇଲେ ତାହା ପାରାଲିସିସ, ଚର୍ମକର୍କଟ ରୋଗଜାତ କରାଏ। ଗୋଲାପି ରଙ୍ଗରେ କ୍ରୋମିୟମ ଆୟୋଡାଇଡ ମିଶି ଶ୍ୱାସରୋଗର କାରଣ ହୁଏ। ନୀଳରଙ୍ଗରେ ପ୍ରୁସିଆନ ବ୍ଲୁ ମିଶିପାରେ, ଯାହା ସଂକ୍ରାମକ ଚର୍ମ ରୋଗର ବାହକ ହୁଏ। ରୌପ୍ୟ ରଙ୍ଗରେ ଲିଡ୍‌ ଅକ୍ସାଇଡ ମିଶେଇଲେ କିଡ୍‌ନୀଜନିତ ରୋଗକୁ ଆହ୍ବାନ କରାଯାଏ। ଏସବୁ ସତ୍ତ୍ବେ ପରିସ୍ଥିତି ଏମିତି ହେଲାଣି ଯେ ଏଭଳି କୃତ୍ରିମ ରଙ୍ଗକୁ ଏଡ଼ାଇବା ସହଜ ନୁହେଁ I
ରଙ୍ଗର ଖେଳ କାଳ ନ ହେଉ। ଅତଏବ ସେଥିପ୍ରତି ପ୍ରତିଶେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ବ୍ୟତୀତ ଏବେ ଅନ୍ୟ ଉପାୟ ନାହିଁ।
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri