ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଜୀବନର ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି କାହାକୁ ବି କହିବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବା ସେହି ବିଷୟରେ …

-ଆଚାର୍ଯ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଖରାପ ଅଛି। ସେ ବ୍ୟବସାୟରେ କ୍ଷତି ସହୁଛନ୍ତି। ତାଙ୍କର ଆର୍ଥିକ କ୍ଷତି ଘଟିଛି, ତେବେ ତାଙ୍କୁ ଏ ବିଷୟରେ କାହାରିକୁ କହିବା ଉଚିତ୍‌ ନୁହେଁ। ବ୍ୟକ୍ତିର ଆର୍ଥିକ ପରିସ୍ଥିତି ବିଷୟରେ ଜାଣିବା ପରେ ଲୋକମାନେ ସାହାଯ୍ୟ କରିବାକୁ ଭୟ କରନ୍ତି। କେବଳ ଏତିକି ନୁହେଁ, ଯଦି ଲୋକମାନେ ଜାଣନ୍ତି ଯେ ଜଣେ ବ୍ୟକ୍ତି ଆର୍ଥିକ ସଙ୍କଟରେ ଅଛନ୍ତି ତେବେ ସେମାନେ ସେହି ବ୍ୟକ୍ତିଙ୍କଠାରୁ ଦୂରେଇ ଯିବା ଆରମ୍ଭ କରନ୍ତି। ଏହି କାରଣରୁ ଏହିପରି ଜିନିଷଗୁଡିକ ଗୁପ୍ତ ରଖିବା ଉଚିତ ବୋଲି ସେ କହିଛନ୍ତି।

-ଚାଣକ୍ୟ କୁହନ୍ତି, ଜଣେ ବ୍ୟକ୍ତି ନିଜର ଦୁଃଖକୁ ଗୁପ୍ତ ରଖିବା ଉଚିତ୍‌। ଏହି କଥା କହିବା ପରେ ଦୁଃଖିଲୋକଙ୍କୁ ଅନ୍ୟମାନେ ପରିହାସ କରନ୍ତି। ଏହାଦ୍ୱାରା ଅଧିକ ବିବ୍ରତ ହୋଇପାରନ୍ତି। ତେଣୁ, ତୁମର ମନର ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରିବା ଠାରୁ ଦୂରେଇ ରହିବା ଉଚିତ।

-ଏକ ପଦରେ ଚାଣକ୍ୟ ମହିଳାଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ପତ୍ନୀଙ୍କ ଅଭ୍ୟାସ ବିଷୟରେ ଅନ୍ୟ ବ୍ୟକ୍ତିଙ୍କୁ କହି ନ ଥାଏ। ସ୍ବାମୀ-ସ୍ତ୍ରୀଙ୍କ କଥା କାହାକୁ କହିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅସୁବିଧାରେ ପଡ଼ିପାରନ୍ତି।

– ଏହାଛଡ଼ା ଚାଣକ୍ୟ କୁହନ୍ତି, ଯଦି କେହି ଆପଣଙ୍କୁ ଅପମାନ କରିଛି ତେବେ ସେ ବିଷୟରେ କାହାକୁ କହିବା ଉଚିତ ନୁହେଁ। ଯଦି କୌଣସି ସମୟରେ କିମ୍ବା ସ୍ଥାନରେ ଅପମାନଜନକ କଥାର ସମ୍ମୁଖୀନ ହେଉଛନ୍ତି, ତେବେ ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ । ଏହାଦ୍ୱରା ଅନ୍ୟମାନଙ୍କ ଆଗରେ ନିଜ ସମ୍ମାନ ହ୍ରାସ ପାଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri