ମଣ୍ଡି ବ୍ୟବସ୍ଥା ନାହିଁ: ମକାଚାଷୀ ଶୋଷଣର ଶିକାର

ଲାଠୋର, ୧୪।୧୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମକାଚାଷୀ ସଙ୍କଟରେ ପଡିଛନ୍ତି। ଏଠାରେ ମଣ୍ଡିର ସୁବିଧା ନ ଥିବା ଯୋଗୁ ଶୋଷଣର ଶିକାର ହେଉଥିବା ରବୀନ୍ଦ୍ରନାଥ ବିଶ୍ବାଳ, ବିରଞ୍ଚି ମାଝି, ଅମୂଲ୍ୟ ବିଶ୍ବାଳ, ଶିବ ରଣା, ଭିକାରି ଚରଣ ବିଶ୍ବାଳ, କାର୍ତ୍ତିକ ବିଶ୍ବାଳ, ବୈଷ୍ଣବ ବିଶ୍ବାଳ ପ୍ରମୁଖ ମକାଚାଷୀ ଅଭିଯୋଗ କରିଛନ୍ତି। କିଛିବର୍ଷ ହେବ ଏଠିକାର କପାଚାଷୀ କ୍ଷତିରେ ପଡିବା ପରେ ମକା ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ। ପ୍ରଚୁର ଉତ୍ପାଦନ ହେବା ପରେ ସେମାନେ ଅଧିକ ଉତ୍ସାହିତ ହୋଇପଡିଥିଲେ। ସରକାରୀ ମଣ୍ଡି ଖୋଲିବା ପାଇଁ ସେମାନେ ଦାବି କରିଥିଲେ। ଏପରିକି ଜିଲାପାଳଙ୍କୁ ଏଥିପାଇଁ ସାକ୍ଷାତ୍‌ କରିଥିଲେ ମଧ୍ୟ ଅଦ୍ୟାବଧି ମଣ୍ଡି ଖୋଲାଯାଇ ନାହିଁ। ଫଳରେ ଚଳିତ ବର୍ଷ ଚାଷୀ କ୍ଷତିଗ୍ରସ୍ତ ହେବା ଆଶାଙ୍କା ଦେଖାଦେଇଛି। ଚଳିତ ବର୍ଷ ବ୍ଲକ ଅଞ୍ଚଳରେ ସମୁଦାୟ ୩୫୦ ହେକ୍ଟର ଜମିରେ ମକା ଚାଷ ହୋଇଛି। ଚାଷୀଙ୍କ ପାଖରେ ପ୍ରାୟ ୭୫୦୦କୁଇଣ୍ଟାଲ ମକା ମହଜୁଦ ରହିଛି। ମଣ୍ଡି ନ ଥିବାରୁ ସେମାନେ ସରକାରୀ ଦର କୁଇଣ୍ଟାଲ ପିଛା ୧୮୫୦ ଟଙ୍କାଠାରୁ ଢେରକମ୍‌ ୧୨ଶହରୁ ୧୪ଶହ ଟଙ୍କାରେ ମଧ୍ୟସ୍ଥଙ୍କୁ ବିକ୍ରି କରିଦେଉଛନ୍ତି। ଏନେଇ ବ୍ଲକ କୃଷି ଅଧିକାରୀ ଯଶୋବନ୍ତ ସାହୁଙ୍କୁ ପଚାରିବାରୁ ସମସ୍ୟାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଛୁ ବୋଲି କହିଛନ୍ତି। ତେବେ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଜିଲା ପ୍ରଶାସନ ଏ ଦିଗରେ ତତ୍କାଳ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

ମେଣ୍ଢା ଫାର୍ମଠାରେ ୩୦ ଟିକିଆ ହାତୀପଲ: ଲୋକେ ଆତଙ୍କିତ

ବଲାଙ୍ଗିର,୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ସଇଁତଳା ରେଞ୍ଜ ଅନ୍ତର୍ଗତ ଦେଓଗାଁ ବଙ୍ଗଳା ମେଣ୍ଢା ଫାର୍ମଠାରେ ଗତରାତିରୁ ୩୦ ଟିକିଆ ହାତୀପଲ ଆସି ଅଛନ୍ତି। ଦେଓଗାଁ ଅଞ୍ଚଳର…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri