ମଣ୍ଡି ବ୍ୟବସ୍ଥା ନାହିଁ: ମକାଚାଷୀ ଶୋଷଣର ଶିକାର

ଲାଠୋର, ୧୪।୧୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମକାଚାଷୀ ସଙ୍କଟରେ ପଡିଛନ୍ତି। ଏଠାରେ ମଣ୍ଡିର ସୁବିଧା ନ ଥିବା ଯୋଗୁ ଶୋଷଣର ଶିକାର ହେଉଥିବା ରବୀନ୍ଦ୍ରନାଥ ବିଶ୍ବାଳ, ବିରଞ୍ଚି ମାଝି, ଅମୂଲ୍ୟ ବିଶ୍ବାଳ, ଶିବ ରଣା, ଭିକାରି ଚରଣ ବିଶ୍ବାଳ, କାର୍ତ୍ତିକ ବିଶ୍ବାଳ, ବୈଷ୍ଣବ ବିଶ୍ବାଳ ପ୍ରମୁଖ ମକାଚାଷୀ ଅଭିଯୋଗ କରିଛନ୍ତି। କିଛିବର୍ଷ ହେବ ଏଠିକାର କପାଚାଷୀ କ୍ଷତିରେ ପଡିବା ପରେ ମକା ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ। ପ୍ରଚୁର ଉତ୍ପାଦନ ହେବା ପରେ ସେମାନେ ଅଧିକ ଉତ୍ସାହିତ ହୋଇପଡିଥିଲେ। ସରକାରୀ ମଣ୍ଡି ଖୋଲିବା ପାଇଁ ସେମାନେ ଦାବି କରିଥିଲେ। ଏପରିକି ଜିଲାପାଳଙ୍କୁ ଏଥିପାଇଁ ସାକ୍ଷାତ୍‌ କରିଥିଲେ ମଧ୍ୟ ଅଦ୍ୟାବଧି ମଣ୍ଡି ଖୋଲାଯାଇ ନାହିଁ। ଫଳରେ ଚଳିତ ବର୍ଷ ଚାଷୀ କ୍ଷତିଗ୍ରସ୍ତ ହେବା ଆଶାଙ୍କା ଦେଖାଦେଇଛି। ଚଳିତ ବର୍ଷ ବ୍ଲକ ଅଞ୍ଚଳରେ ସମୁଦାୟ ୩୫୦ ହେକ୍ଟର ଜମିରେ ମକା ଚାଷ ହୋଇଛି। ଚାଷୀଙ୍କ ପାଖରେ ପ୍ରାୟ ୭୫୦୦କୁଇଣ୍ଟାଲ ମକା ମହଜୁଦ ରହିଛି। ମଣ୍ଡି ନ ଥିବାରୁ ସେମାନେ ସରକାରୀ ଦର କୁଇଣ୍ଟାଲ ପିଛା ୧୮୫୦ ଟଙ୍କାଠାରୁ ଢେରକମ୍‌ ୧୨ଶହରୁ ୧୪ଶହ ଟଙ୍କାରେ ମଧ୍ୟସ୍ଥଙ୍କୁ ବିକ୍ରି କରିଦେଉଛନ୍ତି। ଏନେଇ ବ୍ଲକ କୃଷି ଅଧିକାରୀ ଯଶୋବନ୍ତ ସାହୁଙ୍କୁ ପଚାରିବାରୁ ସମସ୍ୟାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଛୁ ବୋଲି କହିଛନ୍ତି। ତେବେ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଜିଲା ପ୍ରଶାସନ ଏ ଦିଗରେ ତତ୍କାଳ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri