ଉଚ୍ଚ ଶବ୍ଦରେ ବାଜିବନି ଡିଜେ, ଚାନ୍ଦିନୀଚୌକ, ଖାନନଗର ପୂଜା କମିଟି ଦେବେ ଅଣ୍ଡରଟେକିଂ

କଟକ,୪।୧୦ (କାର୍ତ୍ତିକ ସାହୁ) ଚଳିତ ଶାରଦୀୟ ଦୁର୍ଗାପୂଜାକୁ ସରସ ସୁନ୍ଦର କରିବା ପାଇଁ ରାସ୍ତାଘାଟ ଚକାଚକ କରିବା ସହ ପୂଜାରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା ଅଥବା ଡିଜେ ବଜାଇବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଭି. ନରସିଂହଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୁରୁବାର କେତେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଅକ୍ଟୋବର ୨୪ରେ ପରବର୍ତ୍ତି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।
ସୂଚନା ଅନୁସାରେ, ଦୁର୍ଗାପୂଜା ବେଳେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଲାଉଡ୍‌ସ୍ପିକର, ଡିଜେ ବଜାଇଲେ ପୋଲିସ ସେଗୁଡ଼ିକୁ ଜବତ କରିବ। ପୂଜା ପାଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭସାଣି ସମୟରେ ଏହି ନିୟମକୁ ପୂଜା କମିଟିଗୁଡ଼ିକ କଡ଼ାକଡ଼ି ପାଳନ କରିବେ। ଏଗୁଡ଼ିକର ବ୍ୟବହାର ବେଳେ ଉଚ୍ଚ ଶବ୍ଦ ଯେପରି ସୃଷ୍ଟି ନହୁଏ ସେଥିପାଇଁ ପୂଜା କମିଟିଗୁଡ଼ିକୁ ସଚେତନ କରାଇବା ଉପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସିପି ଜଗମୋହନ ମୀନା ହାଇକୋର୍ଟରେ ହାଜର ହୋଇ ଏନେଇ ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜନସାଧାରଣ ରାସ୍ତା ଓ ଫୁଟ୍‌ପାଥ ଉପରେ ଚାନ୍ଦିନୀଚୌକ ଓ ଖାନନଗର ପୂଜା କମିଟିର ତୋରଣ ନିର୍ମାଣ ଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସଂକ୍ରାନ୍ତରେ ଡିସିପି ମୀନା ଅଦାଲତଙ୍କୁ ଅବଗତ କରାଇଥିଲେ ଯେ, ଲାଲବାଗ ଓ ବାଦାମବାଡ଼ି ଥାନାର ଆଇଆଇସିଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ ଏହି ଦୁଇ ପୂଜା କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରସାଦ ମିଶ୍ର ଅଦାଲତଙ୍କୁ ଅବଗତ କରାଇଥିଲେ ଯେ, ପୂଜା ପେଣ୍ଡାଲ ନେଇ ହାଇକୋର୍ଟ ଆଦେଶ ଦେବା ବେଳକୁ ତୋରଣ ନିର୍ମାଣ କାର୍ଯ୍ୟ ବହୁ ଭାବେ ଆଗେଇ ଯାଇସାରିଛି। ଏପରିସ୍ଥିତିରେ ପୂଜା ପେଣ୍ଡାଲ ନିର୍ମାଣ ବଦଳାଇବାକୁ ସମ୍ଭବପର ନୁହେଁ। ତେଣୁ ଚଳିତ ବର୍ଷ ପାଇଁ ପୋଲିସ ସହଯୋଗରେ ଉକ୍ତ ଦୁଇ ପୂଜା କମିଟି ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ରାସ୍ତାରେ ଭିଡ଼ ହଟାଇବା ପାଇଁ ଟ୍ରାଫିକ ପରିଚାଳନା କରିବେ। ଏଥିସହ ଆଗାମୀ ବର୍ଷରୁ ଏଭଳି କୌଣସି ପୂଜା ପେଣ୍ଡାଲ ନିର୍ମାଣ କରିବେ ନାହିଁ। ଏଥିପାଇଁ ଦୁଇ ପୂଜା କମିଟି ଆଗାମୀ ୩ ଦିନ ମଧ୍ୟରେ ଅଣ୍ଡରଟେକିଂ ପ୍ରଦାନ କରିବେ ବୋଲି ହାଇକୋର୍ଟଙ୍କ ଆଦେଶ ରହିଛି।
ଅପରପକ୍ଷରେ ସହରର ରାସ୍ତାଘାଟ ମରାମତି ନେଇ ସିଏମ୍‌ସିର ଅଧିକାରୀମାନେ ଦେଉଥିବା ଭ୍ରମାତ୍ମକ ତଥ୍ୟ ଉପରେ ହାଇକୋର୍ଟ ଦୁଃଖପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏଭଳି ଭ୍ରମାତ୍ମକ ତଥ୍ୟ ପ୍ରଦାନ ନକରିବାକୁ ହାଇକୋର୍ଟ କହିବା ସହ ଏଭଳି ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଚେତେଇ ଦେଇଛନ୍ତି। ସିଏମ୍‌ସି କମିଶନର, ସିଟି ଇଞ୍ଜିନିୟରଙ୍କ ସମେତ ବିଭିନ୍ନ ଓ୍ବାର୍ଡର କନିଷ୍ଠ ଯନ୍ତ୍ରୀମାନେ ହାଜର ହୋଇ ପୂଜା ପୂର୍ବରୁ ରାସ୍ତା ମରାମତି ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚଣ୍ଡିମନ୍ଦିର ସମ୍ମୁଖରେ ରାସ୍ତାକୁ ନିର୍ମାଣ କାର୍ଯ୍ୟ ପାଇଁ ଦୀର୍ଘ ଦିନ ହେବ ଅବରୋଧି କରାଯାଇଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ନେଇ ଆଗତ ଅଭିଯୋଗ ଉପରେ ପୂଜା ପୂର୍ବରୁ ବିହିତ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ସେହିପରି ସହରର ବିଭିନ୍ନ ଅଞ୍ଚଳରୁ ଖରାପ ଆଲୋକଗୁଡ଼ିକୁ ଅପସାରଣ କରାଯାଇଛି। ସହରର କୌଣସି ଅଞ୍ଚଳ ଅନ୍ଧକାର ରହିବ ନାହିଁ ବୋଲି ସିଟି ଇଞ୍ଜିନିୟର ଅତନୁ କୁମାର ସାମନ୍ତ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?