ପୁଆଣିଆଁ କ୍ରଶର ପାଇଁ ନାହିଁ ଆଇନ୍‌

ନୟାଗଡ଼ ଅଫିସ,୩।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁ ଅଞ୍ଚଳରେ କ୍ରଶର ଜଙ୍ଗଲକୁ ନଷ୍ଟ କରି ଚାଲିଛି ବୋଲିି ଅଭିଯୋଗ ହେଉଛି । ଏଠାରେ ବର୍ଷକର ଟାର୍ଗେଟକୁ ମାସକରେ ଶେଷ କରି ସରକାରଙ୍କ ରାଜସ୍ବ ହରିଲୁଟ୍‌ ଚାଲିଛି। ଦିନ ଦ୍ୱିପ୍ରହରରେ ଜଙ୍ଗଲରୁ ଗଛ କାଟି ରାସ୍ତା କରାଯାଉଛି। ପୁଣି ବେଆଇନ ଭାବେ ଗଛ କାଟି ଅବାଧରେ ବିକ୍ରି ଚାଲିଛି। ଏଭଳି ସମୟରେ ଗତ ମାର୍ଚ୍ଚ ୩୧ରୁ ଖଣିଖନନ କାର୍ଯ୍ୟାଦେଶର ତାରିଖ ଚାଲି ଯାଇଥିବାବେଳେ ସରକାରୀ ନିୟମକୁ ଅଣଦେଖା କରି ଖଣି ଖନନ ଚାଲିଛି। ତହସିଲଦାର ଅଥବା ଅନ୍ୟକେହି ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଯାଉ ନ ଥିବାରୁ ଅବଧି ଶେଷ ପରେ ବି ବେଆଇନ ଭାବେ ଖଣିଜ ଚାଲାଣ ଚାଲିଛି। ଅନ୍ୟପକ୍ଷେ ବେଆଇନ ବ୍ଲାଷ୍ଟିଂ ଯୋଗୁ ପୁଆଣିଆଁରେ ମୃଦୁ ଭୂମିକମ୍ପ ପରି ଅନୁଭୂତ ହେଉଛି ବୋଲି ଓଡ଼ଗାଁ ତହସିଲଦାର, ନୟାଗଡ଼ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ପୁଆଣିଆଁ ଟାଙ୍ଗିରୀ ପାହାଡ଼ରେ କ୍ରଶର ଚାଲିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଥିବାବେଳେ ପ୍ରଶାସନ ଲୋକଙ୍କ ଅଭିଯୋଗକୁ ଅଣଦେଖା କରି ଆସୁଛି। ଏଠାରେ ଯେଉଁ କ୍ରସର ଚାଲୁଥିଲା ତାର ଅବଧି ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା। ତେବେ ସମୟ ଡେଇଁ ସାରିବା ପରେ ବି ପୁଆଣିଆଁ କ୍ରଶର ଚାଲୁଛି । ପ୍ରତିଦିନ ସନ୍ଧ୍ୟାରେ ମୁଣ୍ଡିଆରେ ବ୍ଲାଷ୍ଟିଂ ହେଉଛି । ବ୍ଲାଷ୍ଟିଂ ଯୋଗୁ ଛାତ ଘରେ ଫାଟ ସୃଷ୍ଟି ହେଲାଣି । ଶସ୍ୟକ୍ଷେତ୍ରରେ ପଥର ଖଣ୍ଡ ପଡି ଫସଲ ନଷ୍ଟ ହେଉଛି। ଗାଁରେ ସବୁବେଳେ ଟ୍ରକ୍‌, ହାଇୱା ପରି ଭାରିଯାନ ଯାତାୟତ ଯୋଗୁ ରାସ୍ତା ନଷ୍ଟ ହୋଇ ମରଣଯନ୍ତା ପାଲଟିଛି। ଅନ୍ୟପକ୍ଷେ ବର୍ଷକୁ ୧୯୮୦ କ୍ୟୁବିକ ମିଟର ଖନନ ପାଇଁ ନିର୍ଦ୍ଦେଶ ଥିବାବେଳେ ମାସକରେ ଏହାକୁ ଶେଷ କରି ୧୨ ଗୁଣା ଅଧିକ ଖନନ ଶେଷ ହେଲାଣି । ପୁଣି ବେଆଇନ ଭାବେ ରାସ୍ତା ନିର୍ମାଣ କରାଯାଉଛି । ଗଛ କାଟି ଜଙ୍ଗଲକୁ ପଦା କରାଚାଲିଛି । କ୍ରଶର ନେଇ ଅଭିଯୋଗ କଲେ ଅଭିଯୋଗକାରୀଙ୍କୁ ନାଲି ଆଖି, ଧମକଚମକ, ଟଙ୍କା ପଇସା ଓ ରାଜନୈତିକ ଚାପ ପକାଇ ଚୁପ୍‌ କରାଯାଉଛି। କେତେଜଣ ସ୍ଥାନୀୟ ବାସିନ୍ଦା ନିଜ ନାମ ଗୋପନ ରଖି କହିଛନ୍ତି, କ୍ରସର ଜଙ୍ଗଲକୁ ଖାଇ ଚାଲିଛି । କ୍ରଶରଟି ଜଣେ ପ୍ରଭାବଶାଳୀ ବିଧାୟକଙ୍କ ହୋଇଥିବାରୁ ବାରମ୍ବାର ଅଭିଯୋଗ କଲେ ସୁଫଳ ମିଳୁନି । ପ୍ରଶାସନିକ ଅଧିକାରୀ ଚାପରେ ଚେପା ହୋଇ ତଦନ୍ତକୁ ଭୁଲି ଯାଉଛନ୍ତି। ଗତ କିଛି ମାସ ତଳେ ଜିଲାପାଳ ଜିଲାର ବିଭିନ୍ନ ଖଣି ଖାଦାନ ଉପରେ ଚଢ଼ାଉ କରି ଲୋକଙ୍କ ପ୍ରିୟ ହୋଇଥିଲେ। ତେବେ ପୁଆଣିଆଁ କ୍ରଶର ଉପରେ ଚଢ଼ାଉ ପାଇଁ ଜିଲାପାଳ ସମୟ ଦେଇପାରୁ ନାହାନ୍ତି । ଏଣୁ ପୁଆଣିଆଁ କ୍ରସରକୁ ଆମ ମୁଣ୍ଡିଆରୁ ହଟାଇବା ଦରକାର ବୋଲି କହିଛନ୍ତି । ଏନେଇ ତହସିଲଦାର ଅନିଲ ଆଚାର୍ଯ୍ୟ କୁହନ୍ତି, ନିଲାମ ଅବଧି ଶେଷ ହୋଇଯାଇଥିବାରୁ ନୋଟିସ୍‌ ହୋଇଥିଲା। ଖଣି ଖନନ ଚାଲିଛି କି ନଁା ତଦନ୍ତ ପରେ ଜଣାପଡିବ। ପୁଣି ବେଆଇନ କାର୍ଯ୍ୟର ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri