କ୍ୟାମ୍ପସ୍‌ରେ ଜଙ୍କ୍‌ଫୁଡ୍‌ ମନା

ଡା. ପ୍ରଫୁଲ୍ଲ କୁମାର ଦାସ

 

ବିଦ୍ୟାଳୟ ପରେ ଏବେ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ବନ୍ଦ ହେବ ଜଙ୍କ୍‌ଫୁଡ୍‌। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଜଙ୍କ୍‌ଫୁଡ୍‌ ପ୍ରସ୍ତୁତ କିମ୍ବା ବିକ୍ରୟ ଉପରେ ରୋକ ଲଗାଯାଇଛି। ଏଥିସହ ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକାଙ୍କୁ ଏ ବିଷୟରେ ସଚେତନ କରିବା ଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି। ଏନେଇ ସ୍ବତନ୍ତ୍ର ଗାଇଡଲାଇନ୍‌ ମଧ୍ୟ ଜାରି ହୋଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ କ୍ୟାମ୍ପସ୍‌ରେ ଏ ବିଷୟରେ ସଚେତନ କରିବା ସହ ଅଧୀନରେ ଥିବା କଲେଜଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।
ଜଙ୍କ୍‌ଫୁଡ୍‌ ଖାଇବା ଦ୍ୱାରା ଛାତ୍ରୀଛାତ୍ର ଭବିଷ୍ୟତରେ ଲିଭରଜନିତ ଯାବତୀୟ ସମସ୍ୟା, ଡାଇବେଟିସ୍‌, ହାଇପରଟେନ୍‌ସନ, ଡାଇସ୍ଲ୍ଳିପିଡେମିଆ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯାହାକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ମନ୍ତ୍ରାଳୟ ପକ୍ଷରୁ ସାରା ଦେଶରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୧୦ରୁ ୨୦ ବର୍ଷ ବୟସରେ ପିଲାମାନେ ଅତ୍ୟଧିକ ଜଙ୍କ୍‌ଫୁଡ୍‌ ଖାଇବା ଦ୍ୱାରା ଏଭଳି ରୋଗରେ ପଡ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମିଳିତ ଭାବେ ଜଙ୍କ୍‌ଫୁଡ୍‌ ବନ୍ଦ କରିବାକୁ ଅଭିଯାନ ଆରମ୍ଭ କରିଥିଲେ। ୨୦୧୨ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ ପ୍ରଥମେ ୨୦୧୨ରେ ନିୟମକୁ ଲାଗୁ କରିଥିଲା। ଚଳିତବର୍ଷ ଆରମ୍ଭରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଏବେ ୟୁଜିସି ପକ୍ଷରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଜଙ୍କ୍‌ଫୁଡ୍‌ ବାରଣ ହୋଇଛି। ୟୁଜିସି ପକ୍ଷରୁ କୁହାଯାଇଛି ଯେ ଜଙ୍କ୍‌ଫୁଡ୍‌ ବଦଳରେ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ପ୍ରସ୍ତୁତ ଉପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ। ପିଲାଙ୍କ ପାଇଁ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯିବ ଯାହା ସେମାନଙ୍କ ମାନସିକତାରେ ବିକାଶ ଆଣିପାରିବ। ଜଙ୍କ୍‌ଫୁଡ୍‌ ସମ୍ପର୍କରେ ପିଲାଙ୍କୁ ଅବଗତ ଏବଂ ସଚେତନ କରିବା ଲାଗି କ୍ୟାମ୍ପସ୍‌ରେ କାର୍ଯ୍ୟକ୍ରମ କରାଯିବ। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ବୋର୍ଡରେ ଲଗାଇବେ। କେଉଁ ବୟସରେ କେତେ ଓଜନ ହେବା ଆବଶ୍ୟକ, ଶରୀରର ଉଚ୍ଚତା, ଅଣ୍ଟାର ଗୋଲେଇ କେତେ ରହିବ ସେ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଇବେ। ଅଧ୍ୟାପକ ଏବଂ କର୍ମଚାରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଇବାକୁ କୁହାଯାଇଛି। ଛାତ୍ର କଲ୍ୟାଣ ବିଭାଗ ପକ୍ଷରୁ କ୍ୟାମ୍ପସରେ କାଉନ୍‌ସେଲିଂ କରାଯିବ। ପିଲାମାନେ କିଭଳି ଉପଯୁକ୍ତ ନ୍ୟୁଟ୍ରେଶନ, ବ୍ୟାୟାମ, ଉତ୍ତମ ସ୍ବାସ୍ଥ୍ୟ ରଖିପାରିବେ ସେଥିପ୍ରତି ଗୁରୁତ୍ୱ ଦେବା ସହ ଶାରୀରିକ ବ୍ୟାୟାମ ପାଇଁ କ୍ୟାମ୍ପସରେ ବ୍ୟବସ୍ଥା କରିବା ଦିଗରେ ଏସ୍‌ଡବ୍ଲ୍ୟୁଡି ପଦକ୍ଷେପ ନେବେ। ଗାଇଡ୍‌ଲାଇନ ଜାରି ହୋଇଥିଲେ ମଧ୍ୟ କେଉଁ ଖାଦ୍ୟ କ୍ୟାମ୍ପସ୍‌ରେ ବନ୍ଦ କରାଯିବ ସେନେଇ କିଛି କୁହାଯାଇ ନାହିଁ। ଯେଉଁଥିପାଇଁ କିଛି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଆଧ୍ୟାତ୍ମିକ ଖାଦ୍ୟ ବା ଶିକ୍ଷାୟତନରେ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ ପ୍ରଦାନରେ ଭାରତର ପ୍ରାଚୀନ ଆଧ୍ୟାତ୍ମିକ ଓ ସ୍ବାସ୍ଥ୍ୟଭିତ୍ତିକ ଆଲୋଚନାରେ ଉଲ୍ଲେଖ ରହିଛି ସର୍ବଦା ଆଧ୍ୟାତ୍ମିକ ଓ ସାତ୍ତ୍ୱିକ ଖାଦ୍ୟ ଉପରେ ଗୁରୁତ୍ୱ ଦେବା। ଯାହାକି ଆଜିର ସମୟରେ ଯୁଗୋପଯୋଗୀ ଓ ଚିନ୍ତାର ପ୍ରସଙ୍ଗ। ଶିକ୍ଷାୟତନ ପରିସର ଭିତରେ ଆଧ୍ୟାତ୍ମିକ ଖାଦ୍ୟ ଅନୁଚିନ୍ତନ ନିଶ୍ଚିତ ଭାବରେ ଆମ ସଂସ୍କୃତି ଓ ଆଧ୍ୟାତ୍ମିକ ବିଭବକୁ ଅନୁପ୍ରାଣିତ କରୁଛି। ଏହା ନିଃସନ୍ଦେହ ଯେ, ସରକାରଙ୍କ ଦୂରଦୃଷ୍ଟି ପୂର୍ବରୁ ଆମେ ଜଣେ ଅଭିଭାବକ ହିସାବରେ ଏ ଦିଗକୁ ଚିନ୍ତା କରିବା କଥା। ଓଡ଼ିଶା ରାଜ୍ୟ ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ସ୍ବାସ୍ଥ୍ୟଭିତ୍ତିକ ଚିନ୍ତାଧାରାକୁ ସବୁ ମହଲରେ ସ୍ବାଗତ କରାଯାଉଛି। ଯାହାଦ୍ୱାରା ପିଲାମାନେ ଏକ ସାତ୍ତ୍ୱିକ ଓ ଆଧ୍ୟାତ୍ମିକଯୁକ୍ତ ଖାଦ୍ୟ ଖାଇବା ପାଇଁ ଚିନ୍ତା ଓ ଭାବନା ରଖିବେ। ଆମ ଖାଦ୍ୟ ଓ ଚିନ୍ତନକୁ ଅନୁପ୍ରାଣିତ କରିବା ପାଇଁ ଅତ୍ୟଧିକ ଗୁରୁତ୍ୱ ଦିଆଯାଇଛି। ଆଜିର ସମୟରେ ଯେହେତୁ ଅନୁଚିନ୍ତନ ହେଉଛି ଏହା ଯେ ଖାଦ୍ୟକୁ ନେଇ ଚରିତ୍ର ଓ ଚିନ୍ତନ, ତେଣୁ ଆମ ସମସ୍ତଙ୍କ ଭିତରେ ଜଙ୍କ୍‌ଫୁଡ୍‌ ସହ ସବୁ ପ୍ରକାର ଖାଦ୍ୟ ଉପରେ ଆଧ୍ୟାତ୍ମିକ ଅନୁଚିନ୍ତନ ସୃଷ୍ଟି ହେବା ଦରକାର।
ମୋ-୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri